ନୂଆଦିଲ୍ଲୀ:ସଶସ୍ତ୍ର ବଳରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାର ଆଣିଥିବା ଅଗ୍ନିପଥ ଯୋଜନାକୁ ନେଇ ଦେଶବ୍ୟାପୀ ବିରୋଧ ଓ ପ୍ରତିବାଦ ବେଳେ ହିଂସା ଦେଖିବାକୁ ମିଳିଛି । କ୍ରମାଗତ ଦୁଇ ଦିନ ଧରି ଉତ୍ତର ଭାରତ ସମେତ ବିଭିନ୍ନ ସ୍ଥାନରେ ହିଂସା ଲାଗିରହିଛି । ଆଜି ଏନେଇ ବାୟୁସେନା ମୁଖ୍ୟ ଆନ୍ଦୋଳନକାରୀ ଆଶାୟୀ ଛାତ୍ରଙ୍କୁ ହିଂସାର ବାଟ ନ ଆପଣାଇବା ସହ ଯୋଜନା ସମ୍ପର୍କରେ ସଠିକ ତଥ୍ୟ ଜାଣିବା ପାଇଁ ପରାମର୍ଶ ଦେଇଛନ୍ତି ।
ବାୟୁସେନା ମୁଖ୍ୟ ଏୟାର ମାର୍ଶଲ ବି.ଆର ଚୌଧୁରୀ କହିଛନ୍ତି ,ହିଂସା କୌଣସି ସମାଧାନର ପନ୍ଥା ବାହାର କରିପାରିବ ନାହିଁ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ CAPF ଓ ଆସାମ ରାଇଫଲରେ ଅଗ୍ନିବୀରଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ନିଷ୍ପତ୍ତି ଏକ ସଠିକ ପଦକ୍ଷେପ । ପ୍ରତିବାଦକୁ ଓହ୍ଲାଉଥିବା ସେନା ଆଶାୟୀ ଛାତ୍ରମାନେ ଏହି ସମ୍ପର୍କରେ ନିଜ ଦ୍ବନ୍ଦ ଦୂର କରନ୍ତୁ, ସଠିକ ସୂଚନା ପାଇବାକୁ ପ୍ରୟାସ କରନ୍ତୁ ।