ଓଡିଶା

odisha

By ETV Bharat Odisha Team

Published : Oct 18, 2023, 1:24 PM IST

Updated : Oct 18, 2023, 2:10 PM IST

ETV Bharat / bharat

ସେଫ ବିକାଶଙ୍କ ପାଟିରୁ ଛାଡ଼ୁନି ଦହିବରାର ସ୍ୱାଦ, କହିଲେ ଏହା ମୋର ପ୍ରିୟ ଖାଦ୍ୟରୁ ଗୋଟିଏ

ଦହିବରାର ଫ୍ୟାନ ହେଲେ ଷ୍ଟାର ସେଫ ବିକାଶ ଖନ୍ନା । ରାସ୍ତାକଡ଼ରେ ଥିବା ଦୋକାନରେ ମନଭରି ଦହିବରା ଖାଇବା ସହ ପ୍ରଶଂସା କଲେ । ଅଧିକ ପଢନ୍ତୁ

odisha famous dahibara aloo dum
odisha famous dahibara aloo dum

ହାଇଦ୍ରାବାଦ: ଦହିବରା... ନାଁ ଯେମିତି ସ୍ବାଦ ସେମିତି । ଏବେ ଏହାର ଫ୍ୟାନ ହୋଇଯାଇଛନ୍ତି ଷ୍ଟାର ସେଫ୍‌ ବିକାଶ ଖନ୍ନା । ନିକଟରେ ଓଡ଼ିଶା ଗସ୍ତ କରିଥିବା ସେଫ ବିକାଶ ଖନ୍ନା ରାସ୍ତା କଡ଼ରେ ଥିବା ଦହିବରା ଦୋକାନକୁ ଦେଖି ଗାଡ଼ିକୁ ଅଟକାଇଥିଲେ । ତା' ପରେ ଦହିବରାକୁ ମନଭରି ଖାଇଥିଲେ । ଆଉ ଭୁରି ଭୁରି ପ୍ରଶଂସା ବି କରିଥିଲେ । ଯାହାର ଏକ ଭିଡିଓ ସେ ତାଙ୍କ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ତେବେ ସେଫ ବିକାଶ ଖନ୍ନା ତାଙ୍କ ସୋସିଆଲ ମିଡିଆରେ ସେୟାର କରିଥିବା ଭିଡିଓରେ ଦହିବରା ଖାଉଥିବାର ଦେଖିବାକୁ ମିଳିଛି । ଆଉ ଦହିବରାର ପ୍ରଶଂସା ମଧ୍ୟ କରୁଛନ୍ତି । ଏଥିସହ ଭିଡିଓରେ ସେଫ ଖନ୍ନା ଦହିବରା ପ୍ରସ୍ତୁତିର ପ୍ରଣାଳୀ ପଚାରି ବୁଝିବା ସହ ସେଥିରେ ପଡ଼ିଥିବା ସମସ୍ତ ଉପାଦାନ ବିଷୟରେ ବୁଝୁଥିବାର ଦେଖିବାକୁ ମିଳିଛି ।

ସେ କେବଳ ଦହିବରା ଖାଇନାହାନ୍ତି । ବରଂ ଓଡିଶାରୁ ମୁମ୍ବାଇ ଫେରିବା ପରେ ଦହିବରାକୁ ନିଜେ ପ୍ରସ୍ତୁତ କରିଛନ୍ତି । ଆଉ ଏହାର ଭିଡିଓ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ସେ ତାଙ୍କର ଏହି ଭିଡିଓରେ କ୍ୟାପସନ ଦେଇ ଲେଖିଛନ୍ତି ଯେ," ଓଡିଶାର ମୋର ପ୍ରିୟ ଖାଦ୍ୟକୁ ପୁଣିଥରେ ରିକ୍ରିଏଟ କଲି" । ଭିଡିଓରେ ସେଫ ବିକାଶ ଦହିବରା ପ୍ରସ୍ତୁତ କରିଥିବାର ଦେଖିବାକୁ ମିଳିଛି । ତା’ପରେ ସେ ଆଳୁ ଦମ୍ ଏବଂ ଦହି ଲଙ୍କା ତିଆରି କରିଥିଲେ ଯେପରି ଦୋକାନରେ ବନାଯାଉଛି । ଏହାପରେ ସେ ଦହିବରାକୁ ପ୍ଲେଟରେ ସଜାଇ ନିଜେ ଖାଇବା ସହ ଅନ୍ୟ ଜଣେ ସେଫଙ୍କୁ ମଧ୍ୟ ଖାଇବାକୁ ଦେଇଥିବାର ଭିଡିଓରେ ଦେଖିବାକୁ ମିଳିଛି । ତେବେ ଏହି ଭିଡିଓଟି ଗୋଟିଏ ଦିନ ପୂର୍ବରୁ ଇନ୍‌ଷ୍ଟାଗ୍ରାମରେ ସେୟାର କରାଯାଇଥିବା ବେଳେ ଏଥିରେ 360Kରୁ ଅଧିକ ଭ୍ୟୁଜ୍‌ ଏବଂ 27,000ରୁ ଅଧିକ ଲାଇକ୍ ଯାଇଛି ।

ଏହା ମଧ୍ୟ ପଢନ୍ତୁ- ଓଡିଶା କଳା ଦେଖିଲା ଆମେରିକା, ନ୍ୟୁୟର୍କରେ କୋଣାର୍କ ସୂର୍ଯ୍ୟମନ୍ଦିର ଚକ୍ରର ପ୍ରତିକୃତି ଉନ୍ମୋଚିତ

ଏନେଇ ଜଣେ ୟୁଜର ଭିଡିଓର କମେଣ୍ଟରେ ଲେଖିଛନ୍ତି ଯେ, ଓଡିଶା ପ୍ରତି ଆପଣଙ୍କ ନିଶ୍ବାର୍ଥ ପ୍ରେମ ପାଇଁ ଧନ୍ୟବାଦ । ଏହା ଓଡିଶାର ସଂସ୍କୃତି ଓ ଐତିହ୍ୟକୁ ଅତି ସୁନ୍ଦର ଭାବରେ ପ୍ରୋତ୍ସାହିତ କରୁଛି । ସେହିପରି ଜଣେ ବ୍ୟକ୍ତି ମନ୍ତବ୍ୟ ଦେଇଛନ୍ତି, “ ଦହିବରା... ଆହାହାହାହାହାହା ... ମୁହଁରେ ପାଣି ଆସିଗଲା .. ଓଡିଶାରୁ ପ୍ରେମ।” ଅନ୍ୟଜଣେ ୟୁଜର କହିଛନ୍ତି, “ଦହିବରା ହେଉଛି ଲଭ୍‌, ସେଫ ଏବଂ ଆପଣଙ୍କୁ ବହୁତ ସାରା ଭଲ ପାଇବା ଏବଂ ପୁଣିଥରେ ନିଜେ ବନାଇଥିବାରୁ ଆପଣଙ୍କୁ ଧନ୍ୟବାଦ ।”

Last Updated : Oct 18, 2023, 2:10 PM IST

ABOUT THE AUTHOR

...view details