ନୂଆଦିଲ୍ଲୀ:ଅଦାଲତ ଅବମାନନା ପାଇଁ ପଳାତକ ଶିଳ୍ପପତି ବିଜୟ ମାଲ୍ୟାଙ୍କୁ 4 ମାସ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ସର୍ବୋଚ୍ଚ କୋର୍ଟ । ବିଭିନ୍ନ ବ୍ୟାଙ୍କରୁ ପ୍ରାୟ 9 ହଜାର କୋଟିର ଋଣ ନେଇ ଭାରତରୁ ପଳାୟନ କରିଥିବା ମାଲ୍ୟାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରିବା ଅଭିଯୋଗରେ ଏହି ଦଣ୍ଡାଦେଶ ଶୁଣାଯାଇଛି । କେବଳ ସେତିକି ନୁହେଁ, ଜଷ୍ଚିସ ଲଲିତ ଏହି ମାମଲାର ଶୁଣାଣି କରି ଦଣ୍ଡାଦେଶ ବ୍ୟତୀତ 2 ହଜାର ଟଙ୍କାର ଜୋରିମାନା ମଧ୍ୟ ଲଗାଇଛନ୍ତି ।
ଏହି ମାମଲାର ଶୁଣାଣି ମାର୍ଚ୍ଚ 10 ତାରିଖରେ ଶେଷ ହୋଇ ରାୟ ସଂରକ୍ଷିତ ରଖାଯାଇଥିଲା । ଯାହା ଆଜି ପ୍ରକାଶ ପାଇଛି । 2020ରେ ମାଲ୍ୟାଙ୍କ ଦ୍ବାରା କରାଯାଇଥିବା ଆବେଦନ ଖାରଜ କରିଥିଲେ ସର୍ବୋଚ୍ଚ କୋର୍ଟ । 2017ରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ରାୟର ସମୀକ୍ଷା କରିବା ପାଇଁ ଆବେଦନ କରିଥିଲେ ମାଲ୍ୟା । କୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଙ୍ଘନ କରି ମାଲ୍ୟା ତାଙ୍କ ସମ୍ପର୍କୀୟଙ୍କୁ ପ୍ରାୟ 40 ମିଲିୟନ୍ ଡଲାର ସ୍ଥାନାନ୍ତର କରିଥିବା ଅଭିଯୋଗ ହୋଇଥିଲା ।