ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡର ଏକ ଭିଡିଓ ସାମ୍ନାକୁ ଆସିଛି । ଆନ୍ଦୋଳନ ନାଁରେ ଚାଷୀମାନେ କିପରି ଉଗ୍ର ରୂପ ଧାରଣା କରିଥିଲେ ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି । ଲାଲ କିଲ୍ଲାକୁ ଧସେଇ ପଶି ଆସୁଥିବା ଚାଷୀଙ୍କୁ ପୋଲିସ ଅଟକାଇବାକୁ ଚେଷ୍ଟା କରିଥିଲା । ଯାହାକୁ ନେଇ ଚାଷୀମାନେ ପୋଲିସଙ୍କୁ ଗୋଡାଇ ଗୋଡାଇ ଆଖିବୁଜା ଆକ୍ରମଣ କରିଥିଲେ । କିଏ ଟ୍ରାକ୍ଟରରେ ଚପେଇ ଦେବାକୁ ଉଦ୍ୟମ କରିଥିଲେ ତ ଆଉ କେତେକ ଖଣ୍ଡା ଧରି ମାରିବାକୁ ପଛେଇ ନଥିଲେ । ଏପରି ସ୍ଥିତି ପୋଲିସ ଲାଲକିଲ୍ଲାର ସୁ-ଉଚ୍ଚ ପାଚେରୀ ଡେଇଁ ନିଜ ଜୀବନ ରକ୍ଷା କରିଥିଲେ । ପ୍ରାୟ 20 ଫୁଟ ପାଚେରୀ ତଳକୁ ଡେଇଁ ସୁରକ୍ଷାକର୍ମୀ ଯେପରି ନିଜର ଜୀବନ ରକ୍ଷା କରୁଥିଲେ ତାହାର ଦୃଶ୍ୟ ଏହି ଭିଡିଓରେ ଦେଖିବା ପରେ ସମସ୍ତଙ୍କ ହୃଦୟକୁ ବିଚଳିତ କରିଛି ।
ଲାଲକିଲ୍ଲାରୁ ଆସିଲା ହୃଦୟଥରା ଭିଡିଓ, ବଞ୍ଚିବାକୁ 20 ଫୁଟର ପାଚେରୀ ଡେଇଁଲେ ପୋଲିସ - tractor parade in delhi
ଲାଲ କିଲ୍ଲାରେ ଘଟିଥିବା ହିଂସାରେ ଆସିଲା ହୃଦୟଥରା ଭିଡିଓ । ଚାଷୀ ଆଖିବୁଜା ମାଡ ମାରୁଥିବା ବେଳେ ପାଚେରୀ ଡେଇଁ ଜୀବନ ରକ୍ଷା କରିଥିଲେ ପୋଲିସ କର୍ମଚାରୀ ଓ ଯବାନ । ଅଧିକ ପଢନ୍ତୁ...
ମଙ୍ଗଳବାର ଦେଶ 72ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିଲା । ଏହି ସମୟରେ ପୂର୍ବ ପ୍ରସ୍ତାବିତ ଚାଷୀମାନେ ଟ୍ରାକ୍ଟରର ରାଲିରେ ବାହାରିଥିଲେ । ଦିଲ୍ଲୀ ପୋଲିସ 3 ରୁଟରେ ରାଲି କରିବାକୁ ଅନୁମତି ଦେଇଥିଲେ ହେଁ, ଜୋରଜବରଦୋସ୍ତ ବ୍ୟାରିକେଡ ଭାଙ୍ଗି ଦିଲ୍ଲୀର ଲାଲକିଲ୍ଲା ଭିତରକୁ ଧସେଇ ପଶିଥିଲେ ଆନ୍ଦୋଳନରତ ଚାଷୀ । ଏହା ପରେ ଚାଷୀ ଓ ପୋଲିସଙ୍କ ମଧ୍ୟରେ ଏକ ମୁହାଁମୁହିଁ ପରିସ୍ଥିତି ହୋଇଥିଲା । କେତେକ ଲାଲକିଲ୍ଲା ପାଚେରୀ ଚଢି ନିଜ ସଙ୍ଗଠନର ପତାକା ଉଡାଇଥିଲେ । ଅଶାନ୍ତ ହୋଇପଡିଥିବା ଦିଲ୍ଲୀକୁ ଶାନ୍ତ କରିବାକୁ ଲାଗି ଯବାନ ପୋଲିସଙ୍କ ମଧ୍ୟରେ 86 ଜଣ କର୍ମୀ ଗୁରୁତର ଆହତ ହୋଇ ବିଭିନ୍ନ ହସ୍ପଟିଲାରେ ଚିକିତ୍ସିତ ହେଉଛନ୍ତି ।