ଓଡିଶା

odisha

ETV Bharat / bharat

ବିବାହ ଖର୍ଚ୍ଚ କାଟି ହୃଦରୋଗୀଙ୍କୁ ଅର୍ଥ ଦାନ କଲେ ଉପରାଷ୍ଟ୍ରପତିଙ୍କ ନାତୁଣୀ

ବଦାନ୍ୟତା ଦେଖାଇଲେ ଉପରାଷ୍ଟ୍ରପତିଙ୍କ ଭେଙ୍କୟା ନାଇଡ଼ୁଙ୍କ ନାତୁଣୀ ସୁଷମା । ଆଗାମୀ ମାସରେ ବିବାହ କରିବେ ସୁଷମା । କିନ୍ତୁ ବିବାହ ଖର୍ଚ୍ଚ କାଟି ସେହି ଟଙ୍କା ସେ ହୃଦରୋଗୀଙ୍କ ଚିକିତ୍ସା ବାବଦରେ ଖର୍ଚ୍ଚ କରିବାକୁ ମନ ବଳାଇଛନ୍ତି । ଅଧିକ ପଢ଼ନ୍ତୁ

Vice President's granddaughter vows to cut down on her marriage expenditure and donates for heart patients
ବିବାହ ଖର୍ଚ୍ଚ କାଟିଲେ, ହୃଦରୋଗୀଙ୍କ ପାଇଁ ଉପରାଷ୍ଟ୍ରପତିଙ୍କ ନାତୁଣୀଙ୍କ ଅର୍ଥ ଦାନ

By

Published : Nov 14, 2021, 10:18 PM IST

ନୂଆଦିଲ୍ଲୀ: ବଦାନ୍ୟତା ଦେଖାଇଲେ ଉପରାଷ୍ଟ୍ରପତିଙ୍କ ଭେଙ୍କୟା ନାଇଡ଼ୁଙ୍କ ନାତୁଣୀ ସୁଷମା । ଆଗାମୀ ମାସରେ ବିବାହ କରିବେ ସୁଷମା । ଆଜିକାଲିର ବିବାହରେ ଅଧିକରୁ ଅଧିକ ଖର୍ଚ୍ଚ କରିବା ଏକ ଟ୍ରେଣ୍ଡ ପାଲଟି ଯାଇଛି । ଏଭଳି ସ୍ଥିତିରେ ବିବାହ ଖର୍ଚ୍ଚ କାଟି ସେହି ଟଙ୍କା ସୁଷମା ଶିଶୁଙ୍କ ହୃଦରୋଗ ଚିକିତ୍ସା ବାବଦରେ ଖର୍ଚ୍ଚ କରିବାକୁ ମନ ବଳାଇଛନ୍ତି । ଯେଉଁମାନଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନାହିଁ ଓ ସେମାନଙ୍କ କୌଣସି ଚିକିତ୍ସା ବାବଦକୁ ଟଙ୍କା ଆବଶ୍ୟକ ହେଉଥିବ ସେମାନଙ୍କ ପାଇଁ କିଛି କରିବାକୁ ଚାହୁଁଛନ୍ତି ସୁଷମା । ବିଶେଷ କରି ହୃଦରୋଗରେ ପିଡ଼ିତ ଥିବା ପିଲାଙ୍କ ପାଇଁ ସେ ଟଙ୍କା ଦାନ କରିଛନ୍ତି ।

ଏଥିପାଇଁ ସୁଷମା ହାଇଦ୍ରାବାଦରେ ହୃଦୟ କୁୟୋର ଲିଟିଲ୍‌ ହାର୍ଟ ଫାଉଣ୍ଡେନସ(Hrudaya-Cure a Little Heart Foundation') ନାମକ ଏକ ସଂସ୍ଥାକୁ ୫୦ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଆନ୍ଧ୍ରପ୍ରଦେଶର ନେଲୋରରେ ଏଭଳି ଏକ ପ୍ରଂଶସନୀୟ ପଦକ୍ଷେପ ନେଇଛନ୍ତି ସୁଷମା ।

ସ୍ବର୍ଣ୍ଣ ଭାରତୀ ଟ୍ରଷ୍ଟର ୨୦ତମ ବାର୍ଷିକ ଉତ୍ସବରେ ଆଜି(ରବିବାର) ଆନ୍ଧ୍ର ପ୍ରଦେଶ ଗସ୍ତ କରିଥିଲେ ଅମିତ ଶାହ । ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଏହି ଟ୍ରଷ୍ଟର ପ୍ରତିଷ୍ଠାତା । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଅମିତ ଶାହ । ଗରିବ ଶ୍ରେଣୀର ପିଲା ଆବଶ୍ୟକ କରୁଥିବା ପିଲାଙ୍କ ପାଇଁ ଏହି ଟ୍ରଷ୍ଟ ସ୍କୁଲ୍‌ ଚଳାଉଛି । ଖାଲି ସେତିକି ନୁହେଁ ସମାଜରେ ମହିଳା ଓ ଯୁବଗୋଷ୍ଠୀଙ୍କୁ ସଶକ୍ତ କରିବାକୁ ମଧ୍ୟ ଏହି ଟ୍ରଷ୍ଟ ଅନେକ ପଦକ୍ଷେପ ନେଉଛି ।

ବର୍ତ୍ତମାନ ଭେଙ୍କୟା ନାଇଡ଼ୁଙ୍କ ଝିଅ ଦୀପା ଭେଙ୍କଟ ଏହି ଟ୍ରଷ୍ଟ କଥା ବୁଝୁଛନ୍ତି । ତେବେ ଆଜିର କାର୍ଯ୍ୟକ୍ରମରେ ଭେଙ୍କୟା ନାଇଡ଼ୁଙ୍କ ନାତୁଣୀ ସୁଷମାଙ୍କ ଏଭଳି ଏକ ସମାଜ ସେବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଅମିତ ଶାହ । ସୁଷମାଙ୍କ ନିଷ୍ପତ୍ତି ଯୋଗୁଁ କେତେ ହୃଦରୋଗରେ ପିଡ଼ିତ ପିଲାଙ୍କ ଚିକିତ୍ସା ହୋଇ ପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details