ଓଡିଶା

odisha

ETV Bharat / bharat

Teacher And Students Drown: ନଦୀରେ ଗାଧୋଉଥିବା ବେଳେ ବୁଡିଗଲେ ୫ ଛାତ୍ରଙ୍କ ସହ ଶିକ୍ଷକ

ଗୁଣ୍ଟୁର ଜିଲ୍ଲା ଅଚନାପେଟ ମଣ୍ଡଳର ମଦିପାଡୁ ଅଞ୍ଚଳରେ ଅଭାବନୀୟ ଘଟଣା । କୃଷ୍ଣା ନଦୀକୁ ଗାଧୋଉଥିବା ବେଳେ ଭାସିଗଲେ ଶ୍ରୀଙ୍ଗାଚଲମ ବେଦାନ୍ତ ଗୁରୁକୁଳ ବୈଦିକ ବିଦ୍ୟାଳୟର ୫ ଛାତ୍ରଙ୍କ ସମେତ ଶିକ୍ଷକ । ଅଧିକ ପଢନ୍ତୁ

By

Published : Dec 11, 2021, 11:58 AM IST

ନଦୀରେ ଗାଧୋଉଥିବା ବେଳେ ଅଘଟଣ, ବୁଡିଗଲେ ୫ ଛାତ୍ରଙ୍କ ସହ ଶିକ୍ଷକ
ନଦୀରେ ଗାଧୋଉଥିବା ବେଳେ ଅଘଟଣ, ବୁଡିଗଲେ ୫ ଛାତ୍ରଙ୍କ ସହ ଶିକ୍ଷକ

ଅମରାବତୀ: ଗୁଣ୍ଟୁର ଜିଲ୍ଲା ଅଚନାପେଟ ମଣ୍ଡଳର ମଦିପାଡୁ ଅଞ୍ଚଳରେ ଅଭାବନୀୟ ଘଟଣା । ଗାଁର ଶ୍ବେତା ଶ୍ରୀଙ୍ଗାଚଲମ ବେଦାନ୍ତ ଗୁରୁକୁଳ ବୈଦିକ ବିଦ୍ୟାଳୟର ୫ ଛାତ୍ରଙ୍କ ସମେତ ଜଣେ ଶିକ୍ଷକଙ୍କ ନଦୀରେ ବୁଡି ମୃତ୍ୟୁ ହୋଇଛି । ତେବେ ସେମାନେ ଶୁକ୍ରବାର ସନ୍ଧ୍ୟାରେ କୃଷ୍ଣା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀ ସ୍ରୋତରେ ଭାସିଯାଇଥିଲେ ।

ସୂଚନାପାଇ ସ୍ଥାନୀୟ ଲୋକ, ପୋଲିସ ଏବଂ ସନ୍ତରଣକାରୀଙ୍କ ସହାୟତାରେ ବହୁ ଖୋଜା ଖୋଜି ପରେ ୬ ଜଣଙ୍କ ମୃତଦେହ ପାଇଥିଲେ । ମୃତକ ଛାତ୍ରମାନେ ମଧ୍ୟପ୍ରଦେଶର ଶିବ ଶର୍ମା(୧୪), ଉତ୍ତରପ୍ରଦେଶର ନୀତୀଶ କୁମାର ଦୀକ୍ଷିତ (15), ହର୍ଷିତ ଶୁକ୍ଲା (15), ଶୁଭମ ତ୍ରିବେଦୀ (17) ଏବଂ ଅଶୁଂମାନ ଶୁକ୍ଲା (14) ଏବଂ ମୃତକ ଶିକ୍ଷକ ଜଣକ ଗୁଣ୍ଟୁର ଜିଲ୍ଲାର ନରସରାଓପେଟର କେ କେ ଶୁଭ୍ରମନ୍ୟମ(୨୪)ବୋଲି ଜଣାପଡିଛି । ଏମାନେ ୫ ବର୍ଷ ହେଲା ଏହି ଶ୍ବେତା ଶ୍ରୀଙ୍ଗାଚଲମ ବେଦାନ୍ତ ଗୁରୁକୁଲ ରହି ଶିକ୍ଷା ଗ୍ରହଣ କରୁଥିଲେ ।

ଏହି ଘଟଣାରେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଏବଂ ଶିକ୍ଷାମନ୍ତ୍ରୀ ଏ ସୁରେଶ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ସଂଗଠନର ପରିଚାଳକମାନଙ୍କୁ ପିଲାମାନଙ୍କର ସୁରକ୍ଷା ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି ଏବଂ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details