ଓଡିଶା

odisha

ETV Bharat / bharat

ବାସୁଦେବ ଦେବନାନୀ ରାଜସ୍ଥାନ ବିଧାନସଭାର ନୂଆ ବାଚସ୍ପତି - ରାଜସ୍ଥାନ ବିଧାନସଭା

Vasudev Devnani new speaker of Rajasthan: ବାସୁଦେବ ଦେବନାନୀ ହେବେ ରାଜସ୍ଥାନ ବିଧାନସଭାର ନୂଆ ବାଚସ୍ପତି । ଆରଏସଏସ ପୃଷ୍ଠଭୂମିରୁ ଆସିଥିବା ବାସୁଦେବ ଆଜମେର ଉତ୍ତର ବିଧାନସଭା ଆସନରୁ ବିଧାୟକ। ଅଧିକ ପଢ଼ନ୍ତୁ,

ବାସୁଦେବ ଦେବନାନୀ ରାଜସ୍ଥାନ ବିଧାନସଭାର ନୂଆ ବାଚସ୍ପତି
ବାସୁଦେବ ଦେବନାନୀ ରାଜସ୍ଥାନ ବିଧାନସଭାର ନୂଆ ବାଚସ୍ପତି

By ETV Bharat Odisha Team

Published : Dec 12, 2023, 7:45 PM IST

ଜୟପୁର: ଭଜନଲାଲ ହେବେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ । ଦିୟା କୁମାରୀ ଏବଂ ପ୍ରେମଚାନ୍ଦଙ୍କୁ କରାଯାଇଛି ଉପମୁଖ୍ୟମନ୍ତ୍ରୀ । ସେହିପରି ପଞ୍ଚମ ଥର ବିଧାୟକ ନିର୍ବାଚିତ ହୋଇଥିବା ବାସୁଦେବ ଦେବନାନୀ ହେବେ ରାଜସ୍ଥାନ ବିଧାନସଭାର ନୂଆ ବାଚସ୍ପତି । ସଂଘ ପୃଷ୍ଠଭୂମିରୁ ଆସିଥିବା ବାସୁଦେବ ଆଜମେର ଉତ୍ତର ବିଧାନସଭା ଆସନରୁ ବିଧାୟକ ନିର୍ବାଚିତ ହୋଇଛନ୍ତି । ସେ ୨୦୦୩ରୁ ଲଗାତର ଭାବେ ବିଧାୟକ ଭାବେ ବିଜୟୀ ହୋଇ ଆସୁଛନ୍ତି ।

ପାଞ୍ଚଥର ବିଧାୟକ ବାସୁଦେବ: ଜୟପୁରରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ଉପସ୍ଥିତ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ବାସୁଦେବ ଦେବନାନୀଙ୍କ ନାମ ବିଧାନସଭା ବାଚସ୍ପତି ଭାବେ ଘୋଷଣା କରିଥିଲେ । ବାସୁଦେବ ବିଜେପିର ଜଣେ ବରିଷ୍ଠ ନେତା ତଥା ୨୦ରୁ ଅଧିକ ସମୟ ବିଧାୟକ ରହିଛନ୍ତି । ସେ ଆଜମେର ଉତ୍ତର ବିଧାନସଭା ଆସନରୁ ଲଗାତର ପଞ୍ଚମ ଥର ପାଇଁ ନିର୍ବାଚିତ ହୋଇଛନ୍ତି ।

ଏହା ମଧ୍ଯ ପଢ଼ନ୍ତୁ: ସରପ୍ରାଇଜ୍ ! ପ୍ରଥମ ଥର ବିଧାୟକରୁ ବନିଲେ ମୁଖ୍ୟମନ୍ତ୍ରୀ, ଭଜନଲାଲଙ୍କ ମଥାରେ ରାଜସ୍ଥାନ ରାଜତିଳକ

ଏହା ମଧ୍ଯ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ ମନୋନୀତ ପରେ ରାଜ୍ୟପାଳଙ୍କୁ ଭେଟିଲେ ଭଜନଲାଲ ଶର୍ମା

ବାସୁଦେବଙ୍କ ରାଜନୈତିକ ଯାତ୍ରା: ବାସୁଦେବ ଦେବନାନୀ ପ୍ରଥମେ ଉଦୟପୁରରେ ରହୁଥିଲେ। ଯେଉଁଠାରେ ସେ ଶିକ୍ଷା ଲାଭ କରିବା ସହିତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ସକ୍ରିୟ ସଦସ୍ୟ ଥିଲେ। ଦେବନାନୀ 1958 ମସିହାରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ - ଆରଏସଏସରେ ଯୋଗ ଦେଇଥିଲେ । ଛାତ୍ର ରାଜନୀତିରୁ କ୍ୟାରିୟର ଆରମ୍ଭ କରିଥିବା ବାସୁଦେବ, ଏବିଭିପିର ପ୍ରଦେଶ ମନ୍ତ୍ରୀ ଏବଂ ଉପାଧ୍ୟକ୍ଷ ଭାବେ କାର୍ଯ୍ଯ କରିଥିଲେ ।

ଏହା ମଧ୍ଯ ପଢ଼ନ୍ତୁ: ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କାଲି ବିଜେପି ସରକାରର ଶପଥ: ସାମିଲ ହେବେ ମୋଦି ଓ ଶାହ

ଏହା ମଧ୍ଯ ପଢ଼ନ୍ତୁ: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ, ଉତ୍ତରପ୍ରଦେଶରେ ଉତ୍ସବ: ଜ୍ବାଇଁଙ୍କ ପାଇଁ ମିଠା ବାଣ୍ଟିଲେ ଶ୍ୱଶୁର

1948 ମସିହା ଜାନୁଆରୀ 11ରେ ଆଜମେରରେ ଜନ୍ମଗ୍ରହଣ କରିଥିଲେ ବାସୁଦେବ । ତାଙ୍କ ପତ୍ନୀଙ୍କ ନାମ ଇନ୍ଦିରା ଦେବନାନୀ ଏବଂ ତାଙ୍କର ଗୋଟିଏ ପୁଅ ଏବଂ ଦୁଇ ଝିଅ ଅଛନ୍ତି । ବାସୁଦେବ ଯୋଧପୁରର ଏମବିଏମ୍ ଇଞ୍ଜିନିୟରିଂ କଲେଜରୁ ଇଲେକ୍ଟ୍ରିକାଲରେ ଇଂଜିନିୟରିଂ ପାସ କରିଛନ୍ତି। 2000 ରୁ 2003 ପର୍ଯ୍ୟନ୍ତ ଦେବନାନୀ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରାଦେଶିକ ପ୍ରଚାର ମୁଖ୍ୟ ଦାୟିତ୍ବ ତୁଲାଇଥିଲେ। ୨୦୦୩ରୁ ଏପର୍ଯ୍ଯନ୍ତ ଲଗାତର ପାଞ୍ଚଥର ବିଧାୟକ ରହି ଆସିଛନ୍ତି ବାସୁଦେବ । ୨୦୦୮, ୨୦୧୩, ୨୦୧୮ ଏବଂ ୨୦୨୩ରେ ବିଧାୟକ ନିର୍ବାଚିତ ହୋଇଛନ୍ତି । ବାସୁଦେବ ରାଜସ୍ଥାନରେ ବିଜେପି ସରକାରରେ ଦୁଇ ଥର ମନ୍ତ୍ରୀ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details