ଓଡିଶା

odisha

ETV Bharat / bharat

ମା’ କୋଭିଡ ନେଗେଟିଭ, ନବଜାତକ ପଜିଟିଭ

ଉତ୍ତରପ୍ରଦେଶ ବାରଣାସୀରେ ମାଆର କୋଭିଡ ରିପୋର୍ଟ ନେଗେଟିଭ ସତ୍ତ୍ବେ ନବଜାତ ଶିଶୁକନ୍ୟା କୋରୋନା ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ..

ମାଆ କୋଭିଡ ନେଗେଟିଭ, ନବଜାତ ପଜିଟିଭ
ମାଆ କୋଭିଡ ନେଗେଟିଭ, ନବଜାତ ପଜିଟିଭ

By

Published : May 29, 2021, 10:48 AM IST

ଲକ୍ଷ୍ନୌ:ନବଜାତକୁ କୋରୋନା । ଉତ୍ତରପ୍ରଦେଶ ବାରଣାସୀ ଅନ୍ତର୍ଗତ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟର ସାର ସୁନ୍ଦରଲାଲ ହସ୍ପିଟାଲରେ ଜଣେ ନବଜାତ ଶିଶୁକନ୍ୟା କୋରୋନା ପଜିଟିଭ ଚିହ୍ନଟ ହୋଇଛି । ଆଶ୍ଚର୍ଯ୍ୟର କଥା ହେଉଛି, ନବଜାତର ମାଆ ପ୍ରସୂତି ପୂର୍ବରୁ ନେଗେଟିଭ ଚିହ୍ନଟ ହୋଇଥିଲେ ।

ମେଡିକାଲ ଅଧିକ୍ଷକ ଡ଼ କୁଶନ କୁମାର ଗୁପ୍ତା କହିଛନ୍ତି, ମହିଳା ଜଣକ ଜନ୍ମ ଦେବା ପୂର୍ବରୁ ଗତ 24 ତାରିଖରେ କୋଭିଡ ପରୀକ୍ଷା କରାଇଥିଲେ । ପରଦିନ ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ ଏବଂ ସେହି ନବଜାତଟି କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲା । ହେଲେ ପ୍ରସୂତି ମହିଳାଙ୍କ ଆରଟିପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିଲା । ତେବେ ଆରିଟି ପିସିଆର ଟେଷ୍ଟରେ କିଛି ତ୍ରୁଟି ରହିଥିବା ଡ଼ ଗୁପ୍ତା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details