ଓଡିଶା

odisha

ETV Bharat / bharat

ବିହାରରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ଼, ବଦନାମ ବରଦାସ୍ତ କରାଯିବନି କହିଲେ ମମତା

ପଶ୍ଚିମବଙ୍ଗର ନ୍ୟୁ ଜଲପାଇଗୁଡିରେ ନୁହେଁ ବିହାରର କିଶାନଗଞ୍ଜ ଅଞ୍ଚଳରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ଼ କରାଯାଇଛି । ଏହି ଘଟଣାରେ ବିହାରର ତିନି ଜଣ ନାବାଳିକଙ୍କୁ ଆରପିଏଫ ଏବଂ ବିହାର ପୋଲିସ ଗିରଫ କରିଛି ।

stone pelting on Vande Bharat
ବନ୍ଦେ ଭାରତକୁ ପଥର ମାଡ଼

By

Published : Jan 6, 2023, 3:45 PM IST

କୋଲକାତା:ବନ୍ଦେ ଭାରତ ଉପରକୁ ପଥର ଫିଙ୍ଗିବା ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ବିହାରର କିଶାନଗଞ୍ଜ ଅଞ୍ଚଳରେ ଟ୍ରେନକୁ ପଥର ଫିଙ୍ଗା ଯାଇଥିଲା । ପୂର୍ବାଞ୍ଚଳ ରେଳବାଇ ବନ୍ଦେ ଭାରତର ସିସିଟିଭି ଫିଟେଜ ଜାରି କରିଛି । ଫୁଟେଜରେ ଟ୍ରେନ ବାହାରେ 4ଜଣ ପଥର ଫିଙ୍ଗୁଥିବା ଦେଖିବାକୁ ମିଳିଛି । RPF ଏବଂ ବିହାର ପୋଲିସ 3 ଜଣ ନାବାଳକଙ୍କୁ ଗିରଫ କରିଛି । ସିସିଟିଭି ଆଧାରରେ ଘଟଣାର ତଦନ୍ତ କରାଯାଉଛି । ଗତ ମଙ୍ଗଳବାର ହାଓଡା-ନ୍ୟୁ ଜଲପାଇଗୁଡି ବନ୍ଦେ ଭାରତ ଏକ୍ସପ୍ରେସ ଉପରେ କିଛି ଦୁର୍ବୃତ୍ତ ପଥର ମାଡ଼ କରିଥିଲେ । ଏହାର ଦିନକ ପୂର୍ବରୁ(ସୋମବାର) ମାଲଦା ଜିଲ୍ଲାରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ଼ କରାଯାଇଛି ।

ଦେଶର ନୂତନ ଭାବେ ଆରମ୍ଭ ହୋଇଥିବା ସେମି ହାଇସ୍ପିଡ ଟ୍ରେନ ଉପରେ ପଥର ଫିଙ୍ଗିବା ଘଟଣା ନେଇ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । କିନ୍ତୁ CCTV ଫୁଟେଜ ପ୍ରମାଣ କରିଛି ଯେ, ଏହି ଘଟଣା ପଶ୍ଚିମବଙ୍ଗର ନ୍ୟୁ ଜଲପାଇଗୁଡିରେ ନୁହେଁ, ବିହାରର କିଶାନଗଞ୍ଜ ଅଞ୍ଚଳରେ ଘଟିଛି । ଫୁଟେଜରୁ ସ୍ପଷ୍ଟ ହେଉଛି ଯେ, ଦିନ 12ଟା 35 ମିନିଟରେ ବନ୍ଦେ ଭାରତ ଉପରେ ମାଡ଼ କରାଯାଇଥିଲା । 4 ଜଣ ନାବାଳକ ଏକ ବ୍ରିଜ ପାଖରେ ଠିଆ ହୋଇଥିବା ଦେଖିବାକୁ ମିଳିଛି । ଏହାପରେ ଚଳନ୍ତା ଟ୍ରେନ ଉପରକୁ ପଥର ମାଡ଼ କରିଥିଲେ । ସେମାନଙ୍କ ମଧ୍ୟରୁ 3 ଜଣ ନାବାଳକଙ୍କୁ ଆରପିଏଫ ଓ ବିହାର ପୋଲିସ ଗିରଫ କରିଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ଅନ୍ୟପଟେ ଏଥିରେ ସାମିଲ ଥିବା ଅନ୍ୟମାନଙ୍କୁ ପୋଲିସ ଖୋଜୁଛି ।

ଅନ୍ୟପଟେ ଏହି ଘଟଣାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିଛନ୍ତି । "ପଶ୍ଚିମବଙ୍ଗକୁ ବଦନାମ କରିବାକୁ ପ୍ରୟାସ ବରଦାସ୍ତ କରାଯିବ ନାହିଁ । ମୁଁ ଏହି କାର୍ଯ୍ୟକୁ ଦୃଢ ନିନ୍ଦା କରୁଛି । ବନ୍ଦେ ଭାରତ ଉପରକୁ ପଥରକୁ ପଥର ଫିଙ୍ଗି ପଶ୍ଚିମବଙ୍ଗକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି । ଯେଉଁମାନେ ମିଥ୍ୟା ଖବର ପ୍ରଚାର କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରେଳବାଇ କହିଛି ଯେ, ବିହାର ଦେଇ ଯାଉଥିବାବେଳେ ଟ୍ରେନ୍‌ ଉପରକୁ ପଥର ମାଡ଼ ହୋଇଛି ।"

ଏହା ମଧ୍ୟ ପଢ଼ନ୍ତୁ:ପୁଣି Vande Bharat Express ଉପରେ ପଥର ମାଡ଼, ଭାଙ୍ଗିଲା ଟ୍ରେନର କାଚ

ସୂଚନା ଥାଉକି, ଗତ ଡିସେମ୍ବର 30 ତାରିଖରେ ପଶ୍ଚିମ ବଙ୍ଗରେ ବହୁ ପ୍ରତିକ୍ଷୀତ ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ ହୋଇଥିଲା । ଶୁଭାରମ୍ଭ ହେବାର ମାତ୍ର କିଛି ଦିନ ମଧ୍ୟରେ ଦୁଇ ଥର ଟ୍ରେନ ଉପରକୁ ଆକ୍ରମଣ ହୋଇଛି । ଗତ ମଙ୍ଗଳବାର ହାଓଡା-ନ୍ୟୁ ଜଲପାଇଗୁଡି ବନ୍ଦେଭାରତ ଏକ୍ସପ୍ରେସ ଟ୍ରେନ ନମ୍ବର 22302 ଉପରକୁ ପଥର ମାଡ଼ କରାଯାଇଥିଲା । ଫଳରେ ଟ୍ରେନର C-13 କୋଚ ଏବଂ C-6ର କାଚ ଭାଙ୍ଗି ଯାଇଥିଲା । ଏହାର ଦିନକ ପୂର୍ବରୁ ଗତ ସୋମବାର ମଧ୍ୟ ବନ୍ଦେ ଭାରତ ଉପରକୁ ପଥର ମାଡ଼ ହୋଇଥିଲା । ମାଲଦାର କୁମାରଗଞ୍ଜ ଷ୍ଟେସନ ନିକଟରେ ଏନଜିପି-ହାଓଡାଗାମୀ ବନ୍ଦେ ଭାରତ ଏକ୍ସପ୍ରେସ ଉପରେ କିଛି ଦୁର୍ବୃତ୍ତ ପଥର ଫିଙ୍ଗିଥିଲେ ।

ABOUT THE AUTHOR

...view details