ଓଡିଶା

odisha

By

Published : Jan 9, 2021, 4:31 PM IST

Updated : Jan 9, 2021, 5:18 PM IST

ETV Bharat / bharat

16 ଜାନୁଆରୀରୁ ଭାରତରେ ଟୀକାକରଣ

Vaccination in India
16 ଜାନୁଆରୀରୁ ଭାରତରେ ଟୀକାକରଣ

16:27 January 09

16 ଜାନୁଆରୀରୁ ଭାରତରେ ଟୀକାକରଣ

ନୂଆଦିଲ୍ଲୀ:ଦେଶରେ ଟୀକାକରଣ କାର୍ଯ୍ୟକ୍ରମ ଜାନୁଆରୀ 16 ରୁ ଆରମ୍ଭ ହେବ । ଏନେଇ କୋଭିଡ-19 ସ୍ଥିତି ସମୀକ୍ଷା  ବୈଠକରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।  ଏହାପରେ 50 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟିକା ଦିଆଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ କୋରୋନା ଅବସ୍ଥା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଡାକିଥିଲେ ।  

ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମେ ଟିକା ଦିଆଯିବ, ଯାହାର ଆନୁମାନିକ ସଂଖ୍ୟା ପ୍ରାୟ 3 କୋଟି। ଏହାପରେ 50 ବର୍ଷରୁ ଅଧିକ ବୟସ୍କ ଏବଂ କମ୍  ବୟସର ଲୋକଙ୍କୁ ଟୀକାକରଣ କରାଯିବ, ଯେଉଁମାନେ ପୂର୍ବରୁ କିଛି ଗୁରୁତର ରୋଗରେ ପୀଡିତ ଥିବେ  । ଏହିପରି ଲୋକଙ୍କ ସଂଖ୍ୟା ପ୍ରାୟ 27 କୋଟି ରହିଛି ।  

ଆଜି(ଶନିବାର)ର ବୈଠକରେ କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ୍ୟ ସଚିବ, ସ୍ବାସ୍ଥ୍ୟ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ସାରା ଦେଶରେ କୋରୋନା ଟୀକାକରଣ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ସମୟରେ ସେ କୋ-ୱିନ୍ ଭ୍ୟାକ୍ସିନ୍ ବିତରଣ ପରିଚାଳନା ବ୍ୟବସ୍ଥା ବିଷୟରେ ମଧ୍ୟ ପଚାରିଥିଲେ।

କୋରୋନା ଟୀକାକରଣ ସହିତ କୋ-ଓ୍ବିନ୍ ଉପରେ ରିଅଲ୍-ଟାଇମ୍ ମନିଟରିଂ, ଟିକା ଷ୍ଟକ୍ ସମ୍ବନ୍ଧୀୟ ସୂଚନା, ସେଗୁଡିକୁ ସଂରକ୍ଷଣ କରିବା ପାଇଁ ତାପମାତ୍ରା ଓ ଟିକା ଆବଶ୍ୟକ କରୁଥିବା ଲୋକଙ୍କୁ ଟ୍ରାକିଂ କରାଯିବ । ବର୍ତ୍ତମାନ ସୁଦ୍ଧା 79 ଲକ୍ଷରୁ ଅଧିକ ହିତାଧିକାରୀ କୋ-ୱିନରେ ପଞ୍ଜୀକୃତ ହୋଇଛନ୍ତି। ଦେଶରେ ଆୟୋଜିତ 3 ଟି ପର୍ଯ୍ୟାୟରେ ଡ୍ରାଏ ରନ୍ ଚାଲିବା ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଅବଗତ କରାଯାଇଥିଲା। 2ୟ ଡ୍ରାଏ ରନ୍ ଶୁକ୍ରବାର ଦେଶର ସମସ୍ତ ଜିଲ୍ଲାରେ ସରିଛି ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

Last Updated : Jan 9, 2021, 5:18 PM IST

ABOUT THE AUTHOR

...view details