ଓଡିଶା

odisha

ETV Bharat / bharat

Tunnel Tragedy: ଉଦ୍ଧାରକାର୍ଯ୍ୟ ଜାରି, ଶ୍ରମିକଙ୍କ ପାଖକୁ ପାଇପ ଯୋଗେ ଗଲା ଖାଦ୍ୟ ଅମ୍ଳଜାନ

ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲ ଭୁଶୁଡିବା ଘଟଣାରେ ଜାରି ରହିଛି ଉଦ୍ଧାରକାର୍ଯ୍ୟ । ଫସି ରହିଥିବା 40 ଶ୍ରମିକଙ୍କ ପାଖକୁ ପାଇପ ଯୋଗେ ଖାଦ୍ୟ ଓ ଅମ୍ଳଜାନ ପଠା ଯାଇଛି । ଅଧିକ ପଢନ୍ତୁ

By ETV Bharat Odisha Team

Published : Nov 13, 2023, 8:21 AM IST

Uttarkashi Tunnel collapsed
Tunnel Tragedy

ଡେରାଡୁନ: ଉତ୍ତରାଖଣ୍ଡଉତ୍ତରକାଶୀ ୟମୁନେତ୍ରୀରେ ଗତକାଲିଠୁ(ରବିବାର) ଟନେଲ ଭୁଶୁଡିବା ଫଳରେ ପ୍ରାୟ 40ଜଣ ଶ୍ରମିକ ଫସି ରହିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ରାତି ତମାମ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଟନେଲ ତଳେ ଚାପି ହୋଇଥିବା ଶ୍ରମିକଙ୍କ ସହ କଥା ହୋଇଛନ୍ତି ଉଦ୍ଧାରକାରୀ ଦଳ । ଶ୍ରମିକଙ୍କ ପାଖକୁ ପାଇପ ଯୋଗେ ଖାଦ୍ୟ ଓ ଅମ୍ଳଜାନ ପଠାଯାଉଛି । ଟନେଲ ଭିତରେ ଭୁସ୍ଖଳନ ହେବା ସହ ଭୀଷଣ ଗରମ ହେଉଥିବା ଓ ନିଶ୍ବାସ ନେବାର କଷ୍ଟକର ହେଉଥିବା କହିଛନ୍ତି ଫସିଥିବା ଶ୍ରମିକ । ଏବେ ସୁଦ୍ଧା 205 ମିଟର ଯାଏ ଖୋଳା ଯାଇଛି । ଶ୍ରମିକମାନେ 270 ମିଟରରେ ଫସି ରହିଛନ୍ତି । ଉଦ୍ଧାରକାର୍ଯ୍ୟରେ ଏନଡିଆରଏଫ, ଏସଡିଆରଏଫ, ଆଇଟିବିପି ଓ ବିଆରଓ ଯବାନ ନିୟୋଜିତ ଅଛନ୍ତି ।

ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଥିବା ଜଣେ ଯବାନ ରଣବୀର ସିଂହ ଚୌହାନ କହିଛନ୍ତି, "ଉଦ୍ଧାରକାର୍ଯ୍ୟ ବହୁତ ସ୍ପିଡରେ ଚାଲିଛି । ସମସ୍ତେ କଠିନ ପରିଶ୍ରମ କରୁଛୁ । ଆମ ସହିତ ପ୍ରଶାସନ ମଧ୍ୟ ରହିଛନ୍ତି । ଗତକାଲି ତାଙ୍କ ସହ ଯୋଗାଯୋଗ ହୋଇ ପାରିନଥିଲା । ରାତି 11ଟାରେ ଫସି ଥିବା ଶ୍ରମିକଙ୍କ ସହିତ କଥା ହୋଇଥିଲୁ । ସେମାନେ କହିଲେ ଖାଦ୍ୟ ସାମଗ୍ରୀ ନୁହେଁ ଆମକୁ ପବନ ଦରକାର ଏଠାରେ ଭୀଷଣ ଗରମ ହେଉଛି । ଆମକୁ ସୁରକ୍ଷିତ ଦେଖିବାକୁ ଚାହୁଁଥିଲେ ପବନ କିପରି ଆସିବ ତାର ବ୍ୟବସ୍ଥା କରନ୍ତୁ ବୋଲି କହିଥିଲେ । ଭିତରେ ଭୁସ୍ଖଳ ମଧ୍ୟ ହେଉଛି । ସେମାନେ 270 ମିଟର ତଳେ ରହିଛନ୍ତି 205 ମିଟର ଖୋଳା ସରିଛି ଆହରୁ 60 ମିଟର ବାକି ରହିଛି । ଭଗବାନ କରନ୍ତୁ ସମସ୍ତେ ସୁରକ୍ଷିତ ରୁହନ୍ତୁ ।''

ଏହା ବି ପଢନ୍ତୁ...Tunnel collapse: 40 ଶ୍ରମିକ ଫସିଥିବା ଆଶଙ୍କା, ଉଦ୍ଧାର ଅପରେସନ ଜାରି

ଘଟଣା ଉପରେ ନଜର ରଖିଛନ୍ତି ପିଏମ ଓ ସିଏମ: ଟନେଲ ଭୁଶୁଡିବା ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍ପକ ସିଂହ ଧାମିଙ୍କ ସହ ଆଲୋଚନା କରି ସ୍ଥିତି ନେଇ ଅବଗତ ହୋଇଛନ୍ତି । ଏହା ସହିତ ଯଥା ସମ୍ଭବ ସାହାଯ୍ୟ କରିବାକୁ ସିଏମଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ । ସେପଟେ ଘଟଣାର ଟିକ୍‌ନିକ୍‌ ଅପଡେଟ୍‌ ଉପରେ ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ।

ଏହା ବି ପଢନ୍ତୁ...Uttarkashi tunnel tragedy: ଫସିଥିବା 7 ରାଜ୍ୟର 40 ଶ୍ରମିକଙ୍କ ତାଲିକା ଜାରି, ଓଡିଶାରୁ 5

ଫସିଛନ୍ତି ଓଡିଶାର 5 ଶ୍ରମିକ:ଗତକାଲି ଚାରିଧାମରେ ଭୁଶୁଡିଥିବା ନିର୍ମାଣଧୀନ ଟନେଲ ଭୁଶୁଡି ଗତକାଲିଠୁ ମୋଟ 40 ଜଣ ଶ୍ରମିକ ଫସି ରହିଛନ୍ତି । ଅଘଟଣରେ ଫସି ରହିଥିବା 40 ଶ୍ରମିକ 7 ରାଜ୍ୟରୁ ରହିଛନ୍ତି । ସେମାନଙ୍କ ମଧ୍ୟରେ 5 ଓଡିଆ ଶ୍ରମିକ ମଧ୍ୟ ଥିବା ଜଣାପଡିଛି । ସବିଶେଷ ତଥ୍ୟ ଅନୁସାରେ, ଉତ୍ତରାଖଣ୍ଡର 2, ବିହାରରୁ 4, ପଶ୍ଚିମବଙ୍ଗରୁ 3, ଝାଡଖଣ୍ଡରୁ ସର୍ବାଧିକ 15, ଉତ୍ତର ପ୍ରଦେଶରୁ 8, ହିମାଚଳ ପ୍ରଦେଶରୁ ଜଣେ ଓ ଓଡିଶାରୁ 5 ଜଣ ଶ୍ରମିକ ଏହି ତାଲିକାରେ ରହିଛନ୍ତି ।

ପ୍ରକାଶ ଥାଉ କି, ଗତକାଲି (ରବିବାର) ଭୋର 4ଟାରେ ଏହି ଅଘଟଣ ଘଟିଥିଲା । ପ୍ରାୟ 450 କିମିମିଟର ଲମ୍ବ ଟନେଲର 150 ମିଟର ଭାଗ ଦବି ଯାଇଥିଲା । ଏହି ଟନେଲ ସିଲକାରାରୁ ଦଣ୍ଡାଲ ଗାଓଁକୁ ସଂଯୋଗ ପାଇଁ ନିର୍ମାଣ କରାଯାଉଥିଲା । ଚାରିଧାମ ରୋଡ ପ୍ରୋଜେକ୍ଟ ଅଧୀନରେ ଏହି ଟନେଲ ଫଳରେ ଉତ୍ତରକାଶୀ ଓ ଯମୁନେତ୍ରୀ ମଧ୍ୟରେ 26 କିମି ହ୍ରାସ ପାଇବା ନେଇ ନିର୍ମାଣ ହେଉଥିଲା । ମାତ୍ର ଟନେଲ ନିର୍ମାଣ ସମୟରେ ଅଘଟଣ ଘଟିଯାଇଛି ।

ABOUT THE AUTHOR

...view details