ଡେରାଡୁନ: ଉତ୍ତରକାଶୀରେ ଥିବା ଗୁପ୍ତ ଶ୍ରୀକ୍ଷେତ୍ରର ବିକାଶ ହେବ । ବିଭିନ୍ନ ସମସ୍ୟା ଯୋଗୁଁ ସପ୍ତାହକୁ ମାତ୍ର ତିନି ଦିନ ପୂଜା ହେଉଥିବା ଏହି ମନ୍ଦିରକୁ ପର୍ଯ୍ୟଟନ ସ୍ଥଳୀ ରୂପେ ବିକାଶ କରିବା ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ପ୍ରତିଶ୍ରୁତି ଦେବାପରେ ଗୁପ୍ତ ଶ୍ରୀକ୍ଷେତ୍ରବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଖୁସିରେ ସାଲ୍ଡ ଗ୍ରାମର ଲୋକେ ଏକାଠି ହୋଇ ଓଡିଶାବାସୀଙ୍କ ମଙ୍ଗଳ ପାଇଁ ଜୀପ ଜାଳି ପ୍ରାର୍ଥନା କରିଛନ୍ତି କରିଛନ୍ତି । ଏହାସହିତ ମନ୍ଦିରର ବିକାଶ ପାଇଁ ପ୍ରୟାସ କରିଥିବା ସବ୍ୟସାଚ୍ଚୀ ଓ ଅର୍ଚ୍ଚିତାଙ୍କ ସମେତ ଅନ୍ୟମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି । ଗ୍ରାମବାସୀମାନେ ଏକାଠି ହୋଇ ପ୍ରାର୍ଥନା କରିବାର ହୃଦୟସ୍ପର୍ଶୀ ଦୃଶ୍ୟ ଏବେ ସାମ୍ନାକୁ ଆସିଛି ।
ଏହାମଧ୍ୟ ପଢନ୍ତୁ: ବାଜିଲା "ମେରି ଇଷ୍ଟ ଦେବ ଜଗନ୍ନାଥ ତେରୀ ଜୟ ଜୟ କାରା", ଶାଶୁଘରକୁ ବିଦା ହେଲେ ଅର୍ଚ୍ଚିତା
ନିକଟରେ ଓଲିଉଡ ଅଭିନେତା ସବ୍ୟସାଚୀ ଓ ଅର୍ଚ୍ଚିତା ଉତ୍ତରକାଶୀର ଏହି ଜଗନ୍ନାଥ ମନ୍ଦିରକୁ ଲୋଚଲୋଚନକୁ ଆଣିଥିଲେ । ସେମାନେ ମନ୍ଦିରର ମନୋରମ ଦୃଶ୍ୟ ସେୟାର କରିବା ପରେ ଏହି ପ୍ରାଚୀନ ମନ୍ଦିର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ସବ୍ୟର୍ଚ୍ଚିତା ଶ୍ରୀମନ୍ଦିର ସେବାୟତ ଜନାର୍ଦ୍ଦନ ପାଟଯୋଶୀଙ୍କ ଠାରୁ ମନ୍ଦିର ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏହାପରେ ଦୁହେଁ ସାଲ୍ଡ ଗ୍ରାମକୁ ଯାଏଁ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ବିଭିନ୍ନ ସମସ୍ୟା ଯୋଗୁଁ ମନ୍ଦିରରେ ପ୍ରଭୁ କାଳିଆ ସାଆନ୍ତେ ମାତ୍ରେ ସପ୍ତାହକୁ ତିନି ଦିନ ପୂଜା ପାଉଥିଲେ । ଏହି ଘଟଣା ଜାଣି ସବ୍ୟସାଚୀ ପ୍ରତିଦିନ କିଭଳି ଏଠାରେ ପୂଜାର୍ଚ୍ଚନା କରାଯିବ ତାହାର ଦାୟିତ୍ବ ନେଇଥିଲେ ।