ଓଡିଶା

odisha

ETV Bharat / bharat

9 ଦିନରେ ଉତ୍ତରକାଶୀ ଟନେଲ ଭୁଶୁଡିବା ଘଟଣା, ନିଶ୍ବାସ ପାଇଁ ସଂଘର୍ଷ କରୁଛନ୍ତି 41 ଜୀବନ - ଉତ୍ତରକାଶୀ ଟନେଲ ଭୁଶୁ଼ଡିବା ଘଟଣା

ଉତ୍ତରକାଶୀ ୟମୁନେତ୍ରୀରେ ନିର୍ମାଣଧୀନ ଟନେଲ ଭୁଶୁଡିବା 9 ଦିନ ହୋଇଛି । ଅନ୍ଧାରୀ ଟନେଲ ତଳେ ଚାପି ହୋଇ ରହିଛନ୍ତି 41 ଶ୍ରମିକ । ଅଧିକ ପଢନ୍ତୁ

9 ଦିନରେ ଉତ୍ତରକାଶୀ ଟନେଲ ଭୁଶୁଡିବା ଘଟଣା
Uttarakhand tunnel collapse

By ETV Bharat Odisha Team

Published : Nov 20, 2023, 12:44 PM IST

ଡେରାଡୁନ:ଦିନ ଗଡୁଛି ଟେନସନ ବଢୁଛି । ମନରେ ଭୟ ଓ ଆଶଙ୍କା ରହିଛି । ଉତ୍ତରାଖଣ୍ଡ ଉତ୍ତରକାଶୀ ୟମୁନୋତ୍ରୀରେ ନିର୍ମାଣଧୀନ ଟନେଲ ଭୁଶୁଡିବା ଘଟଣା ଆଜକୁ 9 ଦିନ ପୂରଣ ହୋଇଛି । 9 ଦିନ ପରେ ବି ଅନିଶ୍ଚିନ୍ତତା ଜାରି ରହିଛି । ଟନେଲ ତଳ ଚାପି ହୋଇ ରହିଥିବା 41 ଶ୍ରମିକଙ୍କୁ ଉଦ୍ଧାର କରାଯିବା ନେଇ ଏବେ ବି କୌଣସି ସଫଳତା ମିଳିପାରି ନାହିଁ । 9 ଦିନ ହେବ ଟନେଲ ତଳେ ସଂଘର୍ଷ କରୁଛନ୍ତି 41 ଶ୍ରମିକ । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି । ଗୋଟିଏ ଗୋଟିଏ ସେକେଣ୍ଡ ଗୁରୁତ୍ବପୂର୍ଣ୍ଣ ହୋଇଛି । ଉଦ୍ଧାରକାର୍ଯ୍ୟ ଆହୁରି ଦୁଇଦିନ ଚାଲିବ ବୋଲି ଉଦ୍ଧାରକାରୀ ଦଳ ପକ୍ଷରୁ ସୂଚନା ମିଳିଛି । ସେପଟେ ଉଦ୍ଧାରାକାର୍ଯ୍ୟ କେତେ ବାଟ ଗଲା ସେ ନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇଣ୍ଟରନ୍ୟାସନାଲ ଟନେଲିଂ ଏକ୍ସପର୍ଟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଛନ୍ତି ।

ଦୁଇଟି ହେଭି ମେସିନରେ ଖନନ କରାଯାଇ ଭିତରକୁ ପାଇପ ସହ ବିକଳ୍ପ ଉପାୟରେ ପାହାଡ ଉପରୁ ଖୋଳା ଆରମ୍ଭ ହୋଇଥିଲା । ମାତ୍ର କୌଣସି ସଫଳତା ମିଳିନଥିଲା । ଟନେଲ ଦ୍ବାରଠୁ ଶ୍ରମିକମାନେ 50 ମିନଟର ଦୂରରେ ରହିଛନ୍ତି । ଏବେ ଭୂଲମ୍ବ (ଭର୍ଟିକାଲ) ଲାଇନରେ ଖୋଳା ଆରମ୍ଭ ହେବ । ଉଦ୍ଧାରକାର୍ଯ୍ୟ ଆହୁରି 2 ଦିନ ଲାଗିବ ବୋଲି ସୂଚନା ମିଳିଛି ।

ଇଣ୍ଟରନ୍ୟାସନାଲ ଟନେଲିଂ ଏକ୍ସପର୍ଟ ଅର୍ଡନୋଲ୍ଡ ଡିକ୍ସ କହିଛନ୍ତି, '' ସେମାନଙ୍କୁ ବାହାର କରିବାକୁ କାର୍ଯ୍ୟ ଜାରି ରହିଛି । ଏହା ଏକ ବଡ଼ କାର୍ଯ୍ୟ । ଆମ ଟିମ୍ ଏଠାରେ ରହିଛନ୍ତି । ଶ୍ରୀଘ୍ର ସମାଧାନ ବାଟ ବାହାରିବ । କେବଳ ଉଦ୍ଧାର ନୁହେଁ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଅଧିକ ଗୁରୁତ୍ବୁପୂର୍ଣ୍ଣ । ସମଗ୍ର ବିଶ୍ବ ସାହାଯ୍ୟ କରୁଛି । ଯୋଜନାବଦ୍ଧ ଭାବେ କାର୍ଯ୍ୟ ଚାଲିଛି । ଶ୍ରମିକଙ୍କୁ ଔଷଧ ଓ ଖାଦ୍ୟ ଉପଲବ୍ଧ କରାଯାଉଛି ।''

ମୁଖ୍ଯମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ:ଉତ୍ତରକାଶୀ ଟନେଲ ଟ୍ରାଜେଡି ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଦ୍ଧାରକାର୍ଯ୍ୟ କେତେବାଟ ଗଲା ସେ ବିଷୟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ଉଦ୍ଧାର ଉପକରଣ ଏବଂ ଜରୁରୀ ଜିନିଷ ଉପଲବ୍ଧ କରାଯାଇଛି । କେନ୍ଦ୍ର ଓ ରାଜ୍ୟ ଏଜେନ୍ସିଂ ମଧ୍ୟରେ ଲଗାତାର ସମନ୍ବୟରେ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ । ଏବେ ଫସି ରହିଥିବା ଶ୍ରମିକଙ୍କ ମନୋବଳ ବଢାଇବା ଜରୁରୀ ହୋଇଛି ।

ଏହା ବି ପଢନ୍ତୁ...ଟନେଲ ଭିତରେ ଫସିଛି ୪୧ ଜୀବନ; ଶୀଘ୍ର ବାହାର କରିବାକୁ ଗୁହାରି କଲେ ଶ୍ରମିକ

ଏହା ବି ପଢନ୍ତୁ...ଉତ୍ତରକାଶୀ ଟନେଲ ଟ୍ରାଜେଡି: ଫସି ରହିଥିବା ଶ୍ରମିକଙ୍କ ମଧ୍ୟରୁ ମୟୂରଭଞ୍ଜର ୩ ଜଣ

ପ୍ରକାଶ ଥାଉ କି, ନଭେମ୍ବର 11 ତାରିଖରେ ତ୍ତରାଖଣ୍ଡ ଉତ୍ତରକାଶୀ ୟମୁନୋତ୍ରୀରେ ନିର୍ମାଣଧୀନ ଟନେଲ ଭୁଶୁଡି ପଡିଥିଲା । ଯେବେ ସାରା ଦେଶ ଆଲୋକର ପର୍ବ ଦୀପାବଳି ପାଳୁଥିଲା । ସେବେଠୁ ଅନ୍ଧାରୀ ସୁଡଙ୍ଗ ଭିତରେ ଚାପି ହୋଇ ରହିଛନ୍ତି 41 ଶ୍ରମିକ । ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲ ଭୁଶୁଡିବା ଘଟଣାକୁ 8 ଦିନ ବିତିଛି । ଉଦ୍ଧାରକାର୍ଯ୍ୟ ଜୋରଦାର ହୋଇଛି ହେଲେ କୌଣସି ସଫଳତା ମିଳୁନାହିଁ । ସମୟ ଗଡ଼ିବା ସାଙ୍ଗକୁ ଟେନସନ ବି ବଢ଼ୁଛି । 8 ଦିନ ପରେ ବି ଅନିଶ୍ଚିନନ୍ତତା ଜାରି ରହିଛି ।

ପ୍ରାୟ 450 କିମିମିଟର ଲମ୍ବ ଟନେଲର 150 ମିଟର ଭାଗ ଦବି ଯାଇଥିଲା । ଏହି ଟନେଲ ସିଲକାରାରୁ ଦଣ୍ଡାଲ ଗାଓଁକୁ ସଂଯୋଗ ପାଇଁ ନିର୍ମାଣ କରାଯାଉଥିଲା । ଚାରିଧାମ ରୋଡ ପ୍ରୋଜେକ୍ଟ ଅଧୀନରେ ଏହି ଟନେଲ ଫଳରେ ଉତ୍ତରକାଶୀ ଓ ଯମୁନେତ୍ରୀ ମଧ୍ୟରେ 26 କିମି ହ୍ରାସ ପାଇବା ନେଇ ନିର୍ମାଣ ହେଉଥିଲା । ମାତ୍ର ଟନେଲ ନିର୍ମାଣ ସମୟରେ ଅଘଟଣ ଘଟିଯାଇଥିଲା । ଶ୍ରମିକମାନେ 270 ମିଟରରେ ଫସି ରହିଛନ୍ତି 41 ଶ୍ରମିକ ।

ABOUT THE AUTHOR

...view details