ଡେରାଡୁନ: "ଥରେ ସେ ଆନ୍ଧାରୀ ସୁଡ଼ଙ୍ଗ ଭିତରୁ ମୋ ପୁଅ ବାହାରି ଆସୁ ତାକୁ ଆଉ କେବେ ଏହି ସ୍ଥାନକୁ କାମ କରିବାକୁ ଛାଡିବି ନାହିଁ । ସେ ମୋର ଗୋଟିଏ ବୋଲି ପୁଅ । ଯଦି ତାର କିଛି ହୋଇଯାଏ ମୁଁ ଓ ତାର ମାଆ କିପରି ବଞ୍ଚିବୁ । ସେ ଆଜି ଯେଉଁ ଭଳି ଭାବେ ସଂଘର୍ଷ କରୁଛି ତାହା କେଉଁ ଯୁଦ୍ଧଠୁ କମ ନୁହେଁ । ଯୁଦ୍ଧ ବେଳେ ସେନା ଯେମିତି ଲଢେ ସେ ବି ସଙ୍କଟର ଲଢେଇ କରୁଛି । ମୋ ପୁଅ ନିଶ୍ଚୟ ବାହାରିବ । ଏ ଲଢେଇ ଲଢିବାକୁ ହେବ ।" କିଛି ଏମିତି କହିଛନ୍ତି ଉତ୍ତରକାଶୀ ଟନେଲ ଦୁର୍ଘଟଣାରେ ଚାପି ହୋଇ ରହିଥିବା ଜଣେ ଶ୍ରମିକଙ୍କ ବାପା । କୋହଭରା ଛାତିରେ ଲୁହ ଭରା ଆଖିରେ କିଛି ଏମିତି କହିଛନ୍ତି 22 ବର୍ଷୀୟ ମନଜିତଙ୍କ ବାପା ଚୌଧୁରୀ ।
ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲ ଦୁର୍ଘଟଣା ଉଦ୍ଧାରକାର୍ଯ୍ୟକୁ ସମୟ ଗଡ଼ି ଗଡ଼ି ଚାଲିଛି । ଏପଟେ ଚିନ୍ତା ବଢ଼ିବଢ଼ି ଚାଲିଛି । ପରିବାର ଲୋକଙ୍କ ଧୈର୍ଯ୍ୟ ମଧ୍ୟ ତୁଟିବାରେ ଲାଗିଛି । ଆନ୍ଧାରୀ ସୁଡ଼ଙ୍ଗ ଭିତରେ 16 ଦିନ ହେବ ସଂଘର୍ଷ କରୁଛନ୍ତି । ଦିନ ଗଡ଼ୁଛି ଉଦ୍ଧାରକାର୍ଯ୍ୟ ଚାଲିଛି ହେଲେ କୌଣସି ସଫଳତା ମିଳୁନାହିଁ । ଏହାରି ଭିତରେ ଟନେଲ୍ ତଳେ ଚାପି ହୋଇ ରହିଥିବା 41 ଶ୍ରମିକଙ୍କ ମଧ୍ୟରୁ ଜଣେ ଶ୍ରମିକଙ୍କ ବାପାଙ୍କ କୋହଭରା କଣ୍ଠରେ ପୁଅ କିପରି ସୁଡ଼ଙ୍ଗରୁ ବାହାରିବ ସେନେଇ କାନ୍ଦି କାନ୍ଦି ଅନେକ କଥା କହିଛନ୍ତି । ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀର 22 ବର୍ଷୀୟ ମନଜିତଙ୍କ ବାପା ଚୌଧୁରୀ କହିଛନ୍ତି, ''ଉଦ୍ଧାରକାର୍ଯ୍ୟ ବିଳମ୍ବ ହେଉଥିବାରୁ ମୁଁ ଡରି ଯାଉଛି । ମୋ ପୁଅ ସୁସ୍ଥ ଓ ସୁରକ୍ଷିତ ଥିବାରୁ ମୁଁ ଆଶ୍ବସ୍ତି ହୋଇଛି । ଥରେ ସେ ଅନ୍ଧାରୀ ସୁଡଙ୍ଗ ଭିତରୁ ମୋ ପୁଅ ବାହାରି ଆସୁ ତାକୁ ଆଉ କେବେ ଏହି ସ୍ଥାନକୁ କାମ କରିବାକୁ ଛାଡିବି ନାହିଁ । ସେ ମୋର ଗୋଟିଏ ବୋଲି ପୁଅ । ଯଦି ତାର କିଛି ହୋଇଯାଏ ମୁଁ ଓ ତାର ମାଆ କିପରି ବଞ୍ଚିବୁ ।''
ଆମେ ଭାରି ଗରିବ । ମୋ ସ୍ତ୍ରୀର ଗହଣା ଦେଇ 9 ହଜାର ଟଙ୍କା ସୁଧକୁ ଆଣି ଏଠାକୁ ଆସିଛି । ପ୍ରଶାସନ ମୋତେ ଏକ ଜ୍ୟାକେଟ ଓ ଜୋତା ଦେଇଛନ୍ତି । ସେମୋନେ ମୋ ଋଣ ମଧ୍ୟ ସୁଝି ଦେଇଛନ୍ତି । ମୋ ପୁଅ ସହିତ ମୁଁ କଥା ହୋଇଛି । ମୋର ବିଶ୍ବାସ ସମସ୍ତେ ସୁରକ୍ଷିତ ଉଦ୍ଧାର ହେବେ । ଯୁଦ୍ଧ ବେଳେ ସେନା ଯେମିତି ଲଢ଼େ ସେ ବି ସଙ୍କଟର ଲଢ଼େଇ କରୁଛି । ମୋ ପୁଅ ନିଶ୍ଚୟ ବାହାରିବ । ଏହା ଏକ ଯୁଦ୍ଧ ତାକୁ ନଡରିବାକୁ କହିଛି । ସେ ନିଶ୍ଚୟ ସୁସ୍ଥ ସୁରକ୍ଷିତ ଆସିବ ।''