ଓଡିଶା

odisha

ଉତ୍ତରାଖଣ୍ଡ ଜଳପ୍ରଳୟ; ମୃତ୍ୟୁ ସଂଖ୍ୟା 38କୁ ବୃଦ୍ଧି

By

Published : Feb 13, 2021, 7:36 PM IST

ଉତ୍ତରାଖଣ୍ଡ ଜଳପ୍ରଳୟରେ ମୃତ୍ୟୁ ସଂଖ୍ୟା 38କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ଉତ୍ତରାଖଣ୍ଡ ଜଳପ୍ରଳୟ
ଉତ୍ତରାଖଣ୍ଡ ଜଳପ୍ରଳୟ

ଡେରାଡୁନ : ଉତ୍ତରାଖଣ୍ଡର ଚମୋଲୀ ଜିଲ୍ଲାରେ ସୃଷ୍ଟ ଜଳପ୍ରଳୟରେ ଆଉ ଦୁଇଟି ମୃତଦେହ ଉଦ୍ଧାର ହୋଇଛି । ଫଳରେ ମୋଟ ମୃତ୍ୟୁ ସଂଖ୍ୟା 38ରେ ପହଞ୍ଚିଛି । ଏଥିରେ 12 ଜଣଙ୍କ ପରିଚୟ ମିଳିଥିବାବେଳେ 26 ଜଣଙ୍କ ପରିଚୟ ମିଳିପାରିନାହିଁ ।

ଅନ୍ୟପଟେ ତପୋବନ ସୁଡଙ୍ଗରେ ପାଖାପାଖି 25ରୁ 35 ଜଣ ଫସିଥିବା ସୂଚନା ମିଳିଥିବାବେଳେ ସେମାନଙ୍କୁ ଉଦ୍ଧାର କରିବାକୁ ସମସ୍ତ ଚେଷ୍ଟା ଜାରି ରହିଛି । ତେବେ ସେମାନଙ୍କ ଜୀବିତ ନେଇ ଆଶା କ୍ଷୀଣ ହେବାରେ ଲାଗିଛି ।

ସେପଟେ ଏବେ ବି 166 ଜଣ ଲୋକ ନିଖୋଜ ରହିଛନ୍ତି । ତେବେ ସୁଡଙ୍ଗରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ସରକାର ସୁଡଙ୍ଗକୁ ସଫା କରୁଛନ୍ତି । ଛୋଟ ସୁଡଙ୍ଗ ପର୍ଯ୍ୟନ୍ତ ଯିବାକୁ ସମସ୍ତ ପ୍ରକାର ପ୍ରଚେଷ୍ଟା କରାଯାଉଥିବା ଉତ୍ତରାଖଣ୍ଡ ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି ।

ସେହିପରି ଜଳପ୍ରଳୟକୁ 6 ଦିନ ପୂରିଥିଲେ ବି ଏପର୍ଯ୍ୟନ୍ତ ଆଶା ହରାଇନଥିବା ପ୍ରଶାସନ କହିଛି । ତେବେ ତପୋବନ ସୁଡଙ୍ଗରେ 114 ମିଟର ଯାଏଁ ସଫା କରାଯାଇଛି । ଆଗକୁ ସଫା କରାଯାଉଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ସୂଚନାଥାଉକି, ରବିବାର ଚମୋଲୀ ଜିଲ୍ଲାରେ ହିମ ସ୍ଖଳନ କାରଣରୁ ଜଳପ୍ରଳୟ ଆସିଥିଲା ।

ABOUT THE AUTHOR

...view details