ଡେରାଡୁନ: କିଏ ହେବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ? ସେନେଇ ବିଚାର ବିମର୍ଶ ଜାରି ରହିଥିବା ବେଳେ ଆଜି ବସିବ ବିଧାୟକ ଦଳର ବୈଠକ । ଏହା ପୂର୍ବରୁ ଆଜି ଅମିତ ଶାହାଙ୍କୁ ଭେଟିଛନ୍ତି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି, ରାଜ୍ୟ ବିଜେପି ମୁଖ୍ୟ ମଦନ କୌଶିକ ଓ ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ।
କିଏ ହେବ ଦେବଭୂମିର ମୁଖ୍ୟମନ୍ତ୍ରୀ ? ଅମିତ ଶାହାଙ୍କୁ ଭେଟିଲେ ଧାମି
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦ ନେଇ ଆଜି ବସିବ ବିଧାୟକ ଦଳର ବୈଠକ । ଏହା ପୂର୍ବରୁ ଆଜି ଅମିତ ଶାହାଙ୍କୁ ଭେଟିଛନ୍ତି ପୁଷ୍କର ସିଂ ଧାମି । ଅଧିକ ପଢନ୍ତୁ
ଆଜି ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସ ଭବନରେ ପହଞ୍ଚି ସରକାର ଗଠନ ନେଇ ଆଲୋଚନା କରିଥିଲେ ପୁଷ୍କର ସିଂ ଧାମି । ଗଣମାଧ୍ୟମକୁ ସୂଚନା ଦେଇ ଧାମି କହିଛନ୍ତି ଯେ, ସରକାର ଗଠନ ପାଇଁ ପକ୍ରିୟା ଚାଲିଛି, ବିଜେପିର କେନ୍ଦ୍ରୀୟ ନେତୃତ୍ବ ମଣ୍ଡଳୀ ଏନେଇ ନିଷ୍ପତ୍ତି ନେବ । ସେହିପରି ମୁଖ୍ୟମନ୍ତ୍ରୀ ପଦ କାହାକୁ ମିଳିବ ସନେଇ ଆଜି ଏକ ବୈଠକ ମଧ୍ୟ ବସିବ । ବିଜେପି ବିଧାୟକ ଦଳ ପୁଷ୍କର ସିଂ ଧାମୀକୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ସମର୍ଥନ କରୁଥିବା ବେଳେ ୬ଜଣ ବିଧାୟକ ଧାମିକୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ସମର୍ଥନ କରୁନାହାନ୍ତି ।
ଚଳିତ ବିଧାନସଭା ନିର୍ବାଚନରେ ୭୦ ବିଧାନସଭା ଆସନରୁ ବିଜେପି ୪୭ଟି ଆସନରେ ବିଜୟୀ ହୋଇ ଦ୍ବିତୀୟ ଥର ପାଇଁ ସରକାର ଗଢିବାକୁ ଯାଉଛି ।