ଡେରାଡୁନ: ଉତ୍ତରାଖଣ୍ଡ ଚାର ଧାମ ଦେବସ୍ଥାନମ ପରିଚାଳନା ବୋର୍ଡ(Char Dham Devasthanam Management Board)କୁ ରଦ୍ଦ ପାଇଁ ରାଜ୍ୟ ବିଧାନସଭାରେ ବିଲ୍ ପାରିତ । ଭଏସ୍ ଭୋଟ୍ ମାଧ୍ୟମରେ ଉତ୍ତରାଖଣ୍ଡ ବିଧାନସଭା(Uttarakhand Assembly)ରେ ଗତକାଲି(ଶନିବାର) ଏହି ବିଲ୍ ପାରିତ ହୋଇଛି ।
ବିବାଦୀୟ ଚାର ଧାମ ଦେବସ୍ଥାନମ ପରିଚାଳନା ଆଇନ ପ୍ରତ୍ୟାହାର ପାଇଁ ରାଜ୍ୟ ସରକାର ଘୋଷଣା କରିବାର କିଛି ଦିନ ପରେ ଏହି ବିଲ୍ ବିଧାନସଭାରେ ପାରିତ ହୋଇଛି । ଯେଉଁଥିରେ ଚାରି ଧାମ ବଦ୍ରିନାଥ, କେଦାରନାଥ, ଗାଙ୍ଗୋତ୍ରି, ୟମୁନୋତ୍ରି ସହ ଅନ୍ୟ 49 ଟି ହିନ୍ଦୁ ମନ୍ଦିରର ରହିଛି । ଏହି ଆଇନ ବିରୁଦ୍ଧରେ ଅନେକ ପୁରୋହିତ ଏବଂ ଧାର୍ମିକ ସଂଗଠନ ଗତ ବର୍ଷ ଠାରୁ ବିରୋଧ କରିଆସୁଥିଲେ ।
2019ରେ ତତ୍କାଳୀନ ତ୍ରିବେନ୍ଦ୍ର ସିଂ ରାୱତଙ୍କ ନେତୃତ୍ୱାଧୀନ ସରକାର ଦ୍ବାରା ପ୍ରବର୍ତ୍ତିତ ଏହି ଆଇନ ବୋର୍ଡକୁ ସର୍ବୋଚ୍ଚ ଶାସକ ଦଳ ଭାବରେ କାର୍ଯ୍ୟ କରିବାକୁ ଅନୁମତି ଦେଇଥିଲା ଏବଂ ନୀତି ପ୍ରସ୍ତୁତ କରିବା ସହ ବ୍ୟୟ ମଞ୍ଜୁର ମଧ୍ୟ କରିଥିଲା । ଚାରି ଧାମର ପୁରୋହିତମାନେ କେଦାରନାଥ, ବଦ୍ରିନାଥ, ଗାଙ୍ଗୋତ୍ରି ଏବଂ ୟମୁନୋତ୍ରି ଏବଂ ହିମାଳୟରେ ଥିବା ମନ୍ଦିରଗୁଡିକ ଉପରେ ସେମାନଙ୍କର ପାରମ୍ପାରିକ ଅଧିକାରର ଉଲ୍ଲଙ୍ଘନ ହେଉଥିବା ଅଭିଯୋଗ କରି ଏହି ବୋର୍ଡକୁ ବିରୋଧ କରିଥିଲେ ।