ଓଡିଶା

odisha

UP Election 6th Phase: ପରୀକ୍ଷା ଦେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ

By

Published : Mar 2, 2022, 9:38 PM IST

ଆସନ୍ତାକାଲି ଅନୁଷ୍ଠିତ ହେବ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ । ଏନେଇ ଉତ୍ତରପ୍ରଦେଶ ନିର୍ବାଚନୀ କମିଶନଙ୍କ ପକ୍ଷରୁ ଷଷ୍ଠ ପର୍ଯ୍ୟାୟ ମତଦାନ ଲାଗି ସରିଛି ସମସ୍ତ ପ୍ରସ୍ତୁତି । ଅଧିକ ପଢନ୍ତୁ

UP Election 6th Phase: ପରୀକ୍ଷା ଦେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ
UP Election 6th Phase: ପରୀକ୍ଷା ଦେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ

ଲକ୍ଷ୍ନୌ: ଆସନ୍ତାକାଲି ଅନୁଷ୍ଠିତ ହେବ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ । ଏନେଇ ଉତ୍ତରପ୍ରଦେଶ ନିର୍ବାଚନୀ କମିଶନଙ୍କ ପକ୍ଷରୁ ଷଷ୍ଠ ପର୍ଯ୍ୟାୟ ମତଦାନ ଲାଗି ସରିଛି ସମସ୍ତ ପ୍ରସ୍ତୁତି । ସେହିଭଳି ଭାରତୀୟ ଜନତା ପାର୍ଟି, ସମାଜବାଦୀ ପାର୍ଟି ଏବଂ ବିଏସପି(BSP) ପକ୍ଷରୁ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଗତକାଲି ସଂଧ୍ୟାରୁ ସରିଛି ନିର୍ବାଚନୀ ପ୍ରଚାର ।

ତେବେ ଆସନ୍ତାକାଲି ୫୭ଟି ଆସନ ପାଇଁ ୬୭୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପରୀକ୍ଷା ମଧ୍ୟ ଦେବେ ଅନ୍ୟପଟେ ଷଷ୍ଠ ପର୍ଯ୍ୟାୟ ମତଦାନ ହେବାକୁ ଥିବା ଜିଲ୍ଲା ଗୁଡିକ ହେଉଛି, ଆମ୍ବେଦକର ନଗର, ବଲରାମପୁର, ସିଦ୍ଧାର୍ଥ ନଗର, ବସ୍ତି, ସାନ୍ତ କବିର ନଗର, ମହାରାଜଗଞ୍ଜ, ଗୋରଖପୁର, କୁଷିନଗର, ଦେଓରିଆ ଏବଂ ବାଲ୍ଲିଆ । ଏଥିସହ ୨.୧୪ କୋଟି ଭୋଟର ଆସନ୍ତାକାଲି ନିଜର ମତ ସାବ୍ୟସ୍ତ କରିବେ ।

ସେହିପରି ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଗୋରଖପୁର ଅର୍ବାନ ଆସନ ପାଇଁ ପ୍ରତିଦ୍ବନ୍ଦିତା କରୁଥିବାବେଳେ ମତ ସାବ୍ୟସ୍ତ କରିବେ ଭୋଟର ।ଏହା ସହିତ ଉତ୍ତରପ୍ରଦେଶ ପିସିସି ସଭାପତି ଅଜୟ କୁମାର ଲାଲ୍ଲୁ ତାମକୁହି ଆସନରୁ ନିଜର ଭାଗ୍ୟ ପରୀକ୍ଷା ଦେବେ । ସେହିଭଳି ସମାଜବାଦୀ ପାର୍ଟିର ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ ଫାଜିଲନଗରରୁ ପ୍ରତିଦ୍ବନ୍ଦିତା କରୁଥିବାବେଳେ ବିରୋଧୀ ଦଳ ନେତା ରାମ ଗୋବିନ୍ଦ ଚୌଧୁରୀ ବାଂଶଡିହ ଆସନରେ ନିଜର ଭାଗ୍ୟ ପରୀକ୍ଷା ଦେବେ ।

ତେବେ ଗତ ୨୦୧୭ ବିଧାନସଭା ନିର୍ବାଚନରେ ଏହି ୫୭ଟି ଆସନରୁ ବିଜେପି ୪୬ଟି ଆସନରେ ବିଜୟ ଲାଭ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details