ଓଡିଶା

odisha

ETV Bharat / bharat

ଜବଲପୁରବାସୀଙ୍କ ପାଇଁ ସାତ ସପନ ହେବ କି ତନ୍ଦୁରୀ ରୁଟି ? ଲାଗିଲା କଟକଣା

ମଧ୍ୟପ୍ରଦେଶ ଜବଲପୁରବାସୀଙ୍କ ପାଇଁ ସାତ ସପନ ହେବ ତନ୍ଦୁରୀ ରୁଟି । ଏଠାରେ ତନ୍ଦୁରୀ ରୁଟି ଉପରେ କଟକଣା ଲଗାଇଛି ପ୍ରଶାସନ । ଏ ନେଇ ଜିଲ୍ଲାର ପ୍ରାୟ ୫୦ଟି ହୋଟେଲକୁ ନୋଟିସ ମଧ୍ୟ ଜାରି ହୋଇଛି । ଅଧିକ ପଢନ୍ତୁ

Use of tandoor banned
Use of tandoor banned

By

Published : Feb 3, 2023, 1:57 AM IST

ଜବଲପୁରବାସୀଙ୍କ ପାଇଁ ସାତ ସପନ ହେବ କି ତନ୍ଦୁରୀ ରୁଟି ? ହେଲା ବ୍ୟାନ୍‌

ଭୋପାଳ:ମଧ୍ୟପ୍ରଦେଶ ଜବଲପୁର ଜିଲ୍ଲାରେ ବ୍ୟାନ୍‌ ହେଲା ତନ୍ଦୁରୀ ରୁଟି । ଆଗାମୀ ପିଢିଙ୍କ ପାଇଁ ଏହାର ନାମ, ସ୍ବାଦ ଏକ ଇତିହାସ ହୋଇ ରହିଯିବ ବୋଲି ଚର୍ଚ୍ଚା ହେଉଛି । କାରଣ ସହରରେ ଧୂଆଁ ଯୋଗୁଁ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଥିବାରୁ ଏହା ଉପରେ ଲାଗିଛି କଟକଣା । ହୋଟେଲ ଓ ରେସ୍ତୋରାଁରେ ଏହି ରୁଟି ପ୍ରସ୍ତୁତ ଉପରେ ସ୍ଥାନୀୟ ପ୍ରଶାସନ କଟକଣା ଲଗାଇଛି । ଫଳରେ ହୋଟେଲ ମାଲିକଙ୍କ ହୋସ ଉଡ଼ିଛି । ଏ ନେଇ ସହରର ପ୍ରାୟ ୫୦ ହୋଟେଲକୁ ନୋଟିସ ଜାରି ହୋଇଛି ।

ହୋଟେଲ ଓ ରେସ୍ତୋରାଁରେ କୋଇଲା, କାଠ ଆଦି ଜାଳିବାକୁ ବାରଣ କରାଯାଇଛି । ଏହା ବଦଳରେ ବିଦ୍ୟୁତ ଜାଳିତ ରନ୍ଧନ ଉପକରଣ ତଥା LPG ଇନ୍ଧନର ବ୍ୟବହାର ଲାଗି ନିର୍ଦ୍ଦେଶ ଦିଆଯାଇଛି । ପ୍ରଶାସନର ଏହି ନିଷ୍ପତ୍ତି ପରେ ତନ୍ଦୁରୀ ରୁଟି ଲଭର୍‌ଙ୍କୁ ଲାଗିଛି ଝଟକା । ଏହି ରୁଟି ଆଗକୁ ବଜାରରେ ଉପଲବ୍ଧ ହେବ ନାହିଁ । ପରବର୍ତ୍ତୀ ସମୟରେ ଏହା ଯେପରି ଇତିହାସ ପାଲଟିଯିବ ବୋଲି ଚର୍ଚ୍ଚା ହେଉଛି । ପ୍ରଶାସନ ଏନେଇ ପ୍ରାୟ ୫୦ଟି ହୋଟେଲକୁ ନୋଟିସ ଜାରି କରିଛି । ପ୍ରଶାସନର କହିବାନୁସାରେ ତନ୍ଦୁରୀ ରୁଟି ପ୍ରସ୍ତୁତ ହେଉଥିବା ବେଳେ କୋଇଲା ଓ କାଠରୁ ବାହାରୁଥିବା ଧୂଆଁରୁ ପରିବେଶ ପ୍ରଦୂଷିତ ହେଉଛି । ଯାହାକି ସ୍ବାସ୍ଥ୍ୟ ଲାଗି ହାନିକାରକ ।

ଏହା ବି ପଢନ୍ତୁ- ଉତ୍ତ୍ୟକ୍ତ ପୁଅର ଉନ୍ମତ କାଣ୍ଡ: ପରିବାର ୩ଜଣଙ୍କ ଉପରେ ଚଢ଼ାଇ ଦେଲା କାର, ଜଣେ ମୃତ

ଯଦି ପ୍ରଶାସନର ଏହି ନିର୍ଦ୍ଦେଶକୁ କୌଣସି ହୋଟେଲ ବା ରେସ୍ତୋରାଁ ମାଲିକ ଅବମାନନା କରନ୍ତି ତାଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଭରିବାକୁ ପଡ଼ିବ ବୋଲି କୁହାଯାଇଛି । ପ୍ରଶାସନର ଏହି ନିର୍ଦ୍ଦେଶକୁ ହୋଟେଲ ମାଲିକ ନାପସନ୍ଦ କରିଛନ୍ତି । ସେମାନଙ୍କ କହିବାନୁସାରେ ବିଦ୍ୟୁତ ଚାଳିତ ରନ୍ଧନ ଉପକରଣ ବା LPG ଗ୍ୟାସରେ ତନ୍ଦୁରୀର ସେହି ସ୍ବାଦ ଆସିବ ନାହିଁ । ଏହାସହ ଏହି ବ୍ୟୟବହୁଳ ରନ୍ଧନ ଗ୍ୟାସ ବ୍ୟବହାର କରିବା ଦ୍ବାରା ସେମାନଙ୍କୁ କ୍ଷତି ସହିବାକୁ ପଡ଼ିବ । ପ୍ରଶାସନ ଏହି ନିର୍ଦ୍ଦେଶ ନେଇ ପ୍ରଦୂଷଣ ବୋର୍ଡ ଓ ଖାଦ୍ୟ ସୁରକ୍ଷା ବିଭାଗକୁ ମଧ୍ୟ ଅବଗତ କରାଇଛି ।

ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲା ହେଉଛି ପ୍ରଥମ ଜିଲ୍ଲା ଯେଉଁଠି ତନ୍ଦୁରୀ ରୁଟି ଉପରେ ରୋକ୍‌ ଲଗାଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରଶାସନ ସେପରି କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ମାତ୍ର ନିୟମ ଅବମାନନା ହେଲେ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚେତାବନୀ ଦେଇଛି । ପ୍ରଶାସନ ଦ୍ବାରା ଜାରି କରାଯାଇଥିବା ନୋଟିସରେ ତନ୍ଦୁରର କମ ବ୍ୟବହାର ଲାଗି ଉଲ୍ଲେଖ କରାଯାଇଛି । ଏହି ଘଟଣାକୁ କିଛି ପରିବେଶବିତ ସ୍ବାଗତ କରିଥିବା ବେଳେ ଖାଦ୍ୟପ୍ରେମୀ ନାପସନ୍ଦ କରିଛନ୍ତି ।

ABOUT THE AUTHOR

...view details