ନୂଆଦିଲ୍ଲୀ:କେନ୍ଦ୍ରୀୟ ଲୋକ ସେବା ଆୟୋଗ(UPSC)ର ପ୍ରିଲିମିନାରୀ ପରୀକ୍ଷା ଆଜି ହେବ । ଦେଶର ୮୩ଟି ସହରରେ UPSC-୨୦୨୧ ବର୍ଷର ସିଭିଲ୍ ସର୍ଭିସେସ୍ ପ୍ରାରମ୍ଭିକ ଅର୍ଥାତ୍ ପ୍ରିଲିମିନାରୀ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି ।
ଆଜି UPSC ପ୍ରିଲିମିନାରୀ ପରୀକ୍ଷା - ୟୁପିଏସସି ପ୍ରିଲିମିନାରୀ ପରୀକ୍ଷା ପରୀକ୍ଷା
ଆଜି କେନ୍ଦ୍ରୀୟ ଲୋକ ସେବା ଆୟୋଗ(UPSC)ର ପ୍ରିଲିମିନାରୀ ପରୀକ୍ଷା । ଅଧିକ ପଢନ୍ତୁ...
UPSC ପ୍ରିଲିମିନାରୀ ପରୀକ୍ଷା ଆଜି
ଏଥି ମଧ୍ୟରୁ ଆମ ରାଜ୍ୟର ୨ଟି ସ୍ଥାନରେ ଅନୁଷ୍ଠିତ ହେବ । କଟକ ଏବଂ ସମ୍ବଲପୁର ସହରର ଗୋଟିଏ ଗୋଟିଏ ପରୀକ୍ଷା କେନ୍ଦ୍ରରେ ବ୍ୟବସ୍ଥା କରାଯାଇଛି । ତେବେ ଏହି ପରୀକ୍ଷା ଜୁନ୍ ୨୭ରେ ଅନୁଷ୍ଠିତ ହୋଇଥାନ୍ତା । କୋଭିଡ୍ ପାଇଁ ସମୟ ପରିବର୍ତ୍ତନ କରାଯାଇ ଅକ୍ଟୋବର ୧୦କୁ ଧାର୍ଯ୍ୟ କରାଯାଇଛି । ପରୀକ୍ଷା ପାଇଁ ପ୍ରାୟ ୧୦ ଲକ୍ଷ ପ୍ରାର୍ଥୀ ଆବେଦନ କରିଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ