ଓଡିଶା

odisha

By

Published : Feb 21, 2022, 5:41 PM IST

ETV Bharat / bharat

UpElection: ବରୁଣ ଗାନ୍ଧୀଙ୍କ ବିନା ପିଲିଭିତରେ ଲଢୁଛି ବିଜେପି

ବିଜେପିର ବରିଷ୍ଠ ସାଂସଦ ତଥା ଗାନ୍ଧୀ ପରିବାରର ଅନ୍ୟତମ ପ୍ରମୁଖ ସଦସ୍ୟ ମେନକା ଗାନ୍ଧୀ ଓ ପୁଅ ବରୁଣ ଗାନ୍ଧୀ ଏବେ ଦଳ ଠାରୁ ବହୁ ଦୂରରେ ବୋଲି ଚର୍ଚ୍ଚା ହେଉଛି । ଆଉ ପିଲିଭିତରୁ ସାଂସଦ ଥିବା ପୁଅ ବରୁଣ ଗାନ୍ଧୀ ଏବେ ନା ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି ନା ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି । ଅଧିକ ପଢନ୍ତୁ

ବରୁଣ ଗାନ୍ଧୀ
ବରୁଣ ଗାନ୍ଧୀ

ପିଲିଭିତ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଯୋରଦାର ପ୍ରଚାର ଚାଲିଛି । ଆସନ୍ତା 23 ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଆଜି ହେଉଛି ପ୍ରଚାରର ଶେଷ ଦିନ । ତେବେ ପୁରା ରାଜ୍ୟରେ ବିଜେପି ଫ୍ରଣ୍ଟଫୁଟରେ ରହି ନିର୍ବାଚନ ଲଢୁଥିବା ବେଳେ ଦଳ କିନ୍ତୁ ପିଲିଭିତରେ ସମସ୍ୟାର ସମ୍ମୁଖିନ ହେଉଥିବା ଚର୍ଚ୍ଚା ହେଉଛି ।

କାରଣ ବିଜେପିର ବରିଷ୍ଠ ସାଂସଦ ତଥା ଗାନ୍ଧୀ ପରିବାରର ଅନ୍ୟତମ ପ୍ରମୁଖ ସଦସ୍ୟ ମେନକା ଗାନ୍ଧୀ ଓ ପୁଅ ବରୁଣ ଗାନ୍ଧୀ ଏବେ ଦଳ ଠାରୁ ବହୁ ଦୂରରେ ବୋଲି ଚର୍ଚ୍ଚା ହେଉଛି । ଆଉ ପିଲିଭିତରୁ ସାଂସଦ ଥିବା ପୁଅ ବରୁଣ ଗାନ୍ଧୀ ଏବେ ନା ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି ନା ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି । ଏପରିକି ଆସନ୍ତା 23 ତାରିଖ ତଥା ଚତୁର୍ଥ ପର୍ଯ୍ୟାୟରେ ପିଲିଭିତରେ ପଡିବ ଭୋଟ । ଆଉ ସେହି ପିଲିଭିତରୁ ସାଂସଦ ଥିବା ବରୁଣ ଗାନ୍ଧୀ ଏବେ ମୈଦାନରୁ ପୁରା ଗାଏବ। ନା ବରୁଣ ଗାନ୍ଧୀ ପ୍ରଚାର ପାଇଁ ଆସୁଛନ୍ତି ନା ମା ମେନକା ଗାନ୍ଧୀ କୌଣସି ସଂକେତ ଦେଉଛନ୍ତି । ଏପରିକି ଉଭୟ ମା ପୁଅଙ୍କ ପକ୍ଷରୁ ସମର୍ଥକ ଓ ଦଳୀୟ କର୍ମୀଙ୍କ ପାଖକୁ ନିର୍ବାଚନ ନେଇ କୌଣସି ସଂକେତ ମଧ୍ୟ ଆସିନାହିଁ । ଯାହାକୁ ନେଇ ଏବେ ଅଡୁଆରେ ସ୍ଥାନୀୟ ବିଜେପି ନେତା, କର୍ମୀ ଓ ସମର୍ଥକ ।

କାରଣ ଉଭୟ ମା ଓ ପୁଅଙ୍କ ପ୍ରଭାବ ପିଲିଭିତର ରହିଛି । ଦୀର୍ଘଦିନ ଧରି ମେନକା ଗାନ୍ଧୀ ପିଲିଭିତରୁ ସାଂସଦ ରହିଆସିଥିଲେ । ତେବେ ବର୍ଷ 2019 ସାଧାରଣ ନିର୍ବାଚନରେ ସୁରକ୍ଷିତ ପିଲିଭିତ ଆସନକୁ ପୁଅ ବରୁଣଙ୍କ ପାଇଁ ଛାଡି ଦେଇ ନିଜେ ଗାନ୍ଧୀ ପରିବାର ଆଉ ଏକ ଗଡ କୁହାଯାଉଥିବା ତଥା ସୋନିଆ ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର ରାୟବରେଲି ନିଟକ ସୁଲତାନପୁର ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ ଇନ୍ଦିରାଙ୍କ ଏହି ସାନ ବୋହୂ ।

କିନ୍ତୁ ବର୍ତ୍ତମାନ ଉଭୟ ନା ପ୍ରଚାର କରୁଛନ୍ତି । ନା ଦଳୀୟ ନେତା, କର୍ମୀ ଓ ସମର୍ଥକଙ୍କୁ କୌଣସି ସ୍ପଷ୍ଟ ସଂକେତ ଦେଉଛନ୍ତି । ପିଲିଭିତ ସଂସଦୀୟ କ୍ଷେତ୍ର ଅଧିନରେ 5 ଟି ବିଧାନସଭା ଆସନ ଥିବାବେଳେ, ଏହା ଶିଖ ବହୁଳ ଅଞ୍ଚଳ । ତେବେ ପ୍ରତ୍ୟାହୃତ ହୋଇଥିବା କେନ୍ଦ୍ରୀୟ କୃଷି ଆଇନକୁ ନେଇ ବରୁଣ ଗାନ୍ଧୀ ଦଳ ବିରୋଧରେ ଯାଇଥିଲେ । ଖୋଲାଖୋଲି ଚାଷୀ ଓ ଚାଷୀ ଆନ୍ଦୋଳନ ସପକ୍ଷରେ ମତ ଦେଇଥିଲେ । ଏପରିକି ଖେରି ଘଟଣାରେ ମଧ୍ୟ ବରୁଣ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ ।

ସେହିଦିନ ଠାରୁ ବରୁଣ ଗାନ୍ଧୀଙ୍କୁ ଦଳ ଗୁରୁତ୍ବ ଦେଉନଥିବା ଚର୍ଚ୍ଚା ହେଉଛି। ଏହା ପୂର୍ବରୁ 2019 ମୋଦି ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ ଉଭୟ ମା ପୁଅଙ୍କୁ ମଧ୍ୟ ସାମିଲ କରାଯାଇନଥିଲା । ଆଉ ବିଜେପିର ସଂକେତ ସେତେବେଳେ ସ୍ପଷ୍ଟ ହୋଇଗଲା ଯେତେବେଳେ ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ବିଭିନ୍ନ କମିଟି ଗଠନ ହେଲା ମା ପୁଅଙ୍କୁ କୌଣସି କମିଟିରେ ସ୍ଥାନ ଦିଆଗଲା ନାହିଁ । ଏହାସହ ଦଳର ଷ୍ଟାର ପ୍ରଚାରକ ତାଲିକାରେ ମଧ୍ୟ ଉଭୟଙ୍କୁ ଦଳ ରଖିଲା ନାହିଁ ।

ସେହି ଦୃଷ୍ଟିରୁ ଉଭୟ ମା ମେନକା ଗାନ୍ଧୀ ଓ ପୁଅ ବରୁଣ ଗାନ୍ଧୀ ନିର୍ବାଚନ ପ୍ରଚାର ଓ ପରିଚାଳନାରୁ ନିଜକୁ ଦୂରେଇ ରଖିଥିବା କୁହାଯାଉଛି । ତେବେ ଏମାନଙ୍କ ଅନୁପସ୍ଥିତିରେ ବିଜେପି କେତେ ସଫଳତା ପାଉଛି କେତେ ବିଫଳ ହେଉଛି ଏବେ ତାରି ଉପରେ ନଜର । କାରଣ 2012 ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ପିଲିଭିତରେ 4 ଟି ଆସନ ଜିତିଥିବା ବେଳେ ବିଜେପି ଗୋଟିଏ ଆସନ ପାଇଥିଲା । 2017 ନିର୍ବାଚନରେ ପିଲିଭିତର ସମସ୍ତ ଆସନ ବିଜେପି ଦଖଲ କରିଥିବା ବେଳେ ସପା ପୁରା ସଫା ହୋଇଯାଇଥିଲା ।

@ANI

ABOUT THE AUTHOR

...view details