ଲକ୍ଷ୍ନୌ:ପ୍ରଧାନମନ୍ତ୍ରୀଙ୍କ ଲାକ୍ଷାଦ୍ବୀପ ଗସ୍ତକୁ ନେଇ ମାଳଦ୍ବୀପର କିଛି ମନ୍ତ୍ରୀ ସମାଲୋଚନା କରିବା ପରେ ତେଜିବାରେ ଲାଗିଛି ଭାରତ ଓ ମାଳଦ୍ବୀପ ମଧ୍ୟରେ ବିବାଦ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅପମାନ କରିବା ପରେ ମାଳଦ୍ବୀପକୁ କଡ଼ା ଜବାବ ଦେଇ ଟ୍ରିପ ବାତିଲ କରିଥିଲେ ଲକ୍ଷ ଲକ୍ଷ ଭାରତୀୟ । ଏହା ବିବାଦ ମଧ୍ୟରେ ଉତ୍ତରପ୍ରଦେଶ ନୋଏଡା ସ୍ଥିତ ଏକ ରେସ୍ତୋରାଁ ଗ୍ରାହକଙ୍କ ପାଇଁ ନିଆରା ଅଫର ଆଣିଛି । ମାଳଦ୍ବୀପ ଛୁଟି ବାତିଲ କଲେ ଉକ୍ତ ଗ୍ରାହକଙ୍କୁ ମାଗଣାରେ ଛୋଲେ ଭଟୁରେ ଦିଆଯିବ ବୋଲି ଘୋଷଣା କରିଛି ।
ମିଡିଆ ରିପୋର୍ଟ ଅନୁସାରେ ନୋଏଡା ଓ ଗାଜିଆବାଦରେ ଥିବା ଏକ ଜଣାଶୁଣା ରେସ୍ତୋରାଁ ଗ୍ରାହକଙ୍କ ପାଇଁ ଏହି ଅଫର ଆଣିଛି । ତେବେ ଏଥିଲାଗି ଗ୍ରାହକଙ୍କୁ ଟିକେଟ କ୍ୟାନ୍ସେଲର ପ୍ରମାଣ ଦେଖାଇବାକୁ ପଡ଼ିବ । ଏନେଇ ରେସ୍ତୋରାଁ ମାଲିକ ବିଜୟ ମିଶ୍ର କହିଛନ୍ତି, "ଆମେ ଲାକ୍ଷାଦ୍ବୀପ ପର୍ଯ୍ୟଟନକୁ ପ୍ରମୋଟ କରିବାକୁ ଚାହୁଁଛୁ । ଗତ ଶନିବାର ଠାରୁ ଏହି ଅଫର ଆରମ୍ଭ ହୋଇଥିବା ବେଳେ ଗ୍ରାହକଙ୍କ ଭଲ ରେସପନ୍ସ ମିଳିଛି । ଏହି ଅଫର ପାଇଁ ଅଧିକ ଗ୍ରାହକ ଆସୁଥିବାରୁ ଆସନ୍ତା ଜାନୁଆରୀ ପର୍ଯ୍ୟନ୍ତ ଅଫର ସମୟ ସୀମାକୁ ବୃଦ୍ଧି କରାଯାଇଛି ।"
ଏହା ବି ପଢନ୍ତୁ- ମାଳଦ୍ବୀପକୁ ସୁଟିଂ କରିବାକୁ ଯାଆନ୍ତୁନି, ସର୍ବଭାରତୀୟ ସିନେ କର୍ମଚାରୀ ସଂଘର ଅପିଲ୍