ଓଡିଶା

odisha

By

Published : Feb 21, 2022, 5:01 PM IST

ETV Bharat / bharat

UP Polls: ସାରାଦେଶର ନଜରରେ ବହୁଚର୍ଚ୍ଚିତ ଲଖୀମପୁର ଖେରୀ, ୨୩ରେ ଦେବ ଭୋଟ

୨୩ ତାରିଖରେ ଭୋଟ ଦେବ ବହୁଚର୍ଚ୍ଚିତ ଲଖୀମପୁର ଖେରୀ । ସାରା ଦେଶର ରହିଛି ନଜର । ଗତଥର ସମସ୍ତ ୮ ଆସନରେ ବିଜୟୀ କ୍ଲିନସ୍ବିପ କରିଥିଲା ବିଜେପି । ଅଧିକ ପଢନ୍ତୁ

UP Polls: ସାରା ଦେଶର ନଜରରେ ବହୁଚର୍ଚ୍ଚିତ ଲଖୀମପୁର ଖେରୀ, ୨୩ରେ ହେବ ଭୋଟ
UP Polls: ସାରା ଦେଶର ନଜରରେ ବହୁଚର୍ଚ୍ଚିତ ଲଖୀମପୁର ଖେରୀ, ୨୩ରେ ହେବ ଭୋଟ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଜାରି ରହିଛି ବିଧାନସଭା ନିର୍ବାଚନ । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ୨୩ ତାରିଖରେ ଚତୁର୍ଥ ପର୍ଯ୍ୟାୟ ଭୋଟ ଦେବେ ରାଜ୍ୟବାସୀ । ଏହି ପର୍ଯ୍ୟାୟରେ ବହୁ ଗୁରୁତ୍ବପୂର୍ଣ୍ଣ ଆସନ ଥିବା ବେଳେ ସର୍ଚ୍ଚାର କେନ୍ଦ୍ରରେ ରହିଛିଗତବର୍ଷ ଅକ୍ଟୋବରେ ହିଂସା ଯୋଗୁ ସାରା ଦେଶର ଧ୍ୟାନ ଆକର୍ଷଣ କରିଥିବା ବହୁଚର୍ଚ୍ଚିତ ଲଖୀମପୁର ଖେରୀ କ୍ଷେତ୍ର ।

ଗତବର୍ଷ ଅକ୍ଟୋବରରେ କୃଷକ ଆନ୍ଦୋଳନ ବେଳେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା କୃଷକଙ୍କ ଉପରେ ଗାଡି ମଡାଇଦେବା ଓ ଏହି ଘଟଣାରେ ଚାଷୀ ଜଣେ ସାମ୍ବାଦିକଙ୍କ ସମେତ ମୋଟ ୮ ଜଣ ପ୍ରାଣ ହରାଇଥିଲେ । ଏହି ସଂସଦୀୟ କ୍ଷେତ୍ରରେ ମୋଟ ୮ ବିଧାନସଭା ନିର୍ବାଚନ ମଣ୍ଡଳୀ ଥିବା ବେଳେ ଫଳାଫଳ ଉପରେ ଏବେ ସାରା ଦେଶର ନଜର ରହିଛି ।

ଗତଥର ତଥା ୨୦୧୭ ବିଧାନସଭା ନିର୍ବାଚନରେ ଲଖୀମପୁର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ୟୋଗେଶ ବର୍ମା ସମାଜବାଦୀ ପାର୍ଟି ପ୍ରାର୍ଥୀ ଉତ୍କର୍ଷ ବର୍ମାଙ୍କୁ ପ୍ରାୟ ୩୭ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଚଳିତବର୍ଷର ହିଂସାକାଣ୍ଡ ପରେ ବିଜେପି ପାଇଁ ସେଠାରେ ବିଜୟ ପାଇବା ସେତେଟା ସହଜ ନହେବା ପରି ମନେହେଉଛି । ସେହିପରି କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ମଧ୍ୟ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବେ ତଦନ୍ତ ପରିସରରେ ଥିବା ବେଳେ ମନ୍ତ୍ରୀ ଅଜୟଙ୍କ ପାଇଁ ମଧ୍ୟ ଏହି ଆସନର ଫଳାଫଳ ସମ୍ମାନର ପ୍ରଶ୍ନ ହେବାକୁ ଯାଉଛି ।

ଖେରୀ ସଂସଦୀୟ କ୍ଷେତ୍ରରେ ମୋଟ ୮ ବିଧାନସଭା କ୍ଷେତ୍ର ରହିଛି । ମହାମନ୍ଦି, ଗୋଲା, ଗୋରଖନାଥ, କସ୍ତା, ଲଖୀମପୁର, ଶ୍ରୀନଗର, ନିଘାସାନ, ଧୌରାହର ଓ ପାଲିଆ କଲାନ ବିଧାନସଭା କ୍ଷେତ୍ର ରହିଥିବା ବେଳେ ଭୋଟରଙ୍କ ସଂଖ୍ୟା ରହିଛି 28,02,835 । ସେମାନଙ୍କ ମଧ୍ୟରେ 14,95,069 ପୁରୁଷ ଭୋଟର ଥିବା ବେଳେ ମହିଳା ମତଦାତାଙ୍କ ସଂଖ୍ୟା ରହିଛି 13,07,623 । ସେହିପରି ଚଳିତବର୍ଷ 42,911 ନୂତନ ମତଦାତା ମଧ୍ୟ ତାଲିକାରେ ସାମିଲ ହୋଇଛନ୍ତି । ଗତ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ସମସ୍ତ ୮ ଟି ବିଧାନସଭା ଆସନ ଜିତି ସପା ଓ ବସପାକୁ ସମଗ୍ର ସଂସଦୀୟ କ୍ଷେତ୍ରରୁ ବାହାରକୁ ରାସ୍ତା ଦେଖାଇଥିଲା ।

ଗତବର୍ଷ ଅକ୍ଟୋବର ୩ ତାରିଖରେ ହୋଇଥିବା ଅଘଟଣ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ବିଜେପି ପ୍ରତି ଅଡୁଆ ବଢିଥିଲା । କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ମିଶ୍ରା ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ ହୋଇ ପରେ ଜାମିନରେ ଆସିଛନ୍ତି । ଘଟଣାର ତଦନ୍ତ ଏବେ ମଧ୍ୟ ଜାରି ରହିଥିବା ବେଳେ ବିଜେପି କୃଷକଙ୍କ ହତ୍ୟାକାରୀ ବୋଲି ବିରୋଧୀମାନେ ଟାର୍ଗେଟ କରି ଆସିଛନ୍ତି । ଏସବୁ ଭିତରେ ପୂର୍ବ ବିଜୟ ଧାରା ବଜାୟ ରଖିବା ବିଜେପି ପାଇଁ ନିଶ୍ଚିତ କଷ୍ଟକର ହେବା ସହ ବିରୋଧୀଙ୍କୁ କେତେ ସଫଳତା ମିଳୁଛି ତାକୁ ଦେଶର ନଜର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details