ଲକ୍ଷ୍ନୌ:ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଜାରି ରହିଥିବା ଦଳବଦଳ ପ୍ରକ୍ରିୟାରେ ଆଜି ଆଉ ଜଣେ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଶିବିର ଛାଡିଛନ୍ତି । ଯୋଗୀ କ୍ୟାବିନେଟରେ ମନ୍ତ୍ରୀ ଥିବାଧରମ ସିଂ ସାଇନି ଆଜି (ଗୁରୁବାର) ବିଜେପିରୁ ଇସ୍ତଫା ଦେଇଛନ୍ତିି । ଇସ୍ତଫା ଦେବା କ୍ରମରେ ସେ ବିଜେପିର ୩ୟ ମନ୍ତ୍ରୀ ତଥା ନବମ ବିଧାୟକ । ଧରମ ସିଂ ସାଇନି ରାଜ୍ୟ ଖାଦ୍ୟ (ସ୍ବାଧୀନ), ଆୟୁଷ ଏବଂ ଡ୍ରଗ୍ସ ପ୍ରଶାସନ ମନ୍ତ୍ରୀ ଭାବେ ଦାୟିତ୍ବରେ ଥିଲେ ।
ନିକଟ ଅତୀତରେ କ୍ୟାବିନେଟ ମନ୍ତ୍ରୀ ସ୍ବାମୀ ପ୍ରସାଦ ମୌର୍ଯ୍ୟ ଓ ଦାରା ସିଂ ଚୌହାନ ମଧ୍ୟ ଯୋଗୀ କ୍ୟାବିନେଟରୁ ଇସ୍ତଫା ଦେଇଥିବା ବେଳ ଏହି ତାଲିକାର ତୃତୀୟ ସ୍ଥାନକୁ ଆସିଛନ୍ତି ଧରମ ସିଂ ସାଇନି । ତେବେ ଇସ୍ତଫା ପରେ ସେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିଛନ୍ତି । ଅଖିଳେଶ ମଧ୍ୟ ତାଙ୍କୁ ଦଳକୁ ସ୍ବାଗତ କରିଥିବା ଟ୍ବିଟ କରି ସୂଚନା ଦେଇଛନ୍ତି ।