ଓଡିଶା

odisha

ETV Bharat / bharat

ଭୂତ ଖୋଜିବାକୁ ଯାଇ ବ୍ୟବସାୟୀଙ୍କୁ ଲୁଟିଲେ ବାବୁ, ୭ ପୋଲିସ କର୍ମୀ ନିଲମ୍ବିତ

ଡକାୟତିରେ ସାମିଲ ଥିବାରୁ 7ଜଣ ପୋଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କଲା ଉତ୍ତରପ୍ରଦେଶ ପୋଲିସ। ଅଧିକ ପଢନ୍ତୁ

By

Published : Jun 12, 2023, 2:34 PM IST

UP cops dismissed for robbing businessman
UP cops dismissed for robbing businessman

ଲକ୍ଷ୍ନୌ: ଭୂତ ଧରିବାକୁ ଯାଇ ବ୍ୟବସାୟୀଙ୍କଠାରୁ ଟଙ୍କା ଲୁଟିଲେ ପୋଲିସ ବାବୁ । ଲୁଟେରାଙ୍କ ସହ ମିଶି ବ୍ୟବସାୟୀଙ୍କଠାରୁ ଲକ୍ଷେ କି ଦୁଇ ଲକ୍ଷ ନୁହଁ ବରଂ ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଲୁଟିନେଲେ। ଏହି ଘଟଣାରେ 4ଜଣ ଡକାୟତଙ୍କୁ ଗିରଫ କରିଯାଇଥିବା ବେଳେ 7ଜଣ ପୋଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ଉତ୍ତରପ୍ରଦେଶ ବାରାଣାସୀ ଜିଲ୍ଲାର ଭେଲୁପୁର ଅଞ୍ଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି।

ଅରୟା ଜିଲ୍ଲାରରେ ଜଣେ ବ୍ୟବସାୟୀଙ୍କୁ ଅଭିଯୁକ୍ତମାନେ ଅପହରଣ କରିବା ସହ ତାଙ୍କଠାରୁ ଟଙ୍କା ଲୁଟ୍ କରିଥିବା ଥାନାରେ ଅଭିଯୋଗ ହୋଇଥିଲା। ତଦନ୍ତ ପରେ ଏହି ଘଟଣାରେ ଜଣେ ଷ୍ଟେସନ୍ ହାଉସ୍ ଅଫିସର, ତିନିଜଣ ସବ୍-ଇନ୍ସପେକ୍ଟର ଏବଂ କିଛି କନଷ୍ଟେବଳ ସାମିଲ ଥିବା ଜଣାପଡିଥିଲା । ଚାକିରିରୁ ନିଲମ୍ବିତ ହୋଇଥିବା ପୋଲିସ କର୍ମଚାରୀ ହେଉଛନ୍ତି SHO ରମାକାନ୍ତ ଦୁବେ, ସବ୍ ଇନ୍ସପେକ୍ଟର ସୁଶୀଲ କୁମାର, ମହେଶ କୁମାର, ଏବଂ ଉତ୍କଳ ଚତୁରର୍ବେଦୀ ଏବଂ କନଷ୍ଟେବଳ ମହେନ୍ଦ୍ର କୁମାର ପଟେଲ, କପିଲ ଦେବ ପାଣ୍ଡେ ଏବଂ ଶିବଚାନ୍ଦ ବୋଲି ଜଣାପଡିଛି । ସମସ୍ତେ ବାରାଣାସୀ ଜିଲ୍ଲାର ଭେଲୁପୁର ପୋଲିସ ଷ୍ଟେସନରେ କାର୍ଯ୍ୟରତ ଥିଲେ।

ବ୍ୟବସାୟୀଙ୍କଠାରୁ ଚୋରି ଘଟଣାରେ ତଦନ୍ତ ଜାରି ରହିଥିବା ବେଳେ 4ଜଣଙ୍କୁ ବର୍ତ୍ତମାନ ଗିରଫ କରାଯାଇଛି । ଏହି ଚୋରି ଘଟଣାରେ ପୋଲିସର ସମ୍ପୃକ୍ତି ଥିବା ଜଣାପଡିବା ପରେ କାର୍ଯ୍ୟରେ ଅବହେଳା ଦର୍ଶାଇ 7 ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ବାରାଣାସୀ ପୋଲିସ ମେ' 31ରେ ଭେଲୁପୁର ଅଞ୍ଚଳରେ ଏକ କାରରୁ 92.94 ଲକ୍ଷ ଟଙ୍କା ଜବତ କରିଥିଲା । ଏହାର କିଛି ଦିନ ପୂର୍ବରୁ ଗୁଜୁରାଟର ଜଣେ ବ୍ୟବସାୟୀଙ୍କଠାରୁ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଚୋରି ହୋଇଥିଲା ଘଟଣା ସାମ୍ନାକୁ ଆସିଥିଲା ।

ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ଜଣେ ପୋଲିସ କର୍ମଚାରୀ ଚୋରିରୁ ପାଇଥିବା ଟଙ୍କାକୁ ନେଇ ଅସନ୍ତୁଷ୍ଟ ଥିଲେ । ଏହାପରେ ଚୋରିରେ ଡକାୟତଙ୍କ ସହ ପୋଲିସର ସମ୍ପୃକ୍ତି ଥିବା ଖବର ପ୍ରଘଟ କରିଦେଇଥିଲେ । ଧୀରେଧୀରେ ଯେତେବେଳେ ଏହି ଲୁଟ୍‌ ଘଟଣାର ତଦନ୍ତ ଆଗକୁ ଚାଲିଲା ପୋଲିସର ଏଥିରେ ସମ୍ପୃକ୍ତି ଥିବା ଜଣା ପଡ଼ିଥିଲା ।

ଗତ 2022 ସେପ୍ଟେମ୍ବର ମାସରେ ବାରଣାସୀରେ ରାତ୍ରୀ ସମୟରେ ଭୂତ ବୁଲୁଥିବାର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯାହାକୁ ନେଇ ପୋଲିସ ରାତ୍ରୀ ସମୟରେ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ଡକାୟତଙ୍କ ସହ ମିଶି ବ୍ୟବସାୟୀଙ୍କଠାରୁ ଟଙ୍କା ଲୁଟ୍‌ କରିଥିଲେ ପୋଲିସ କର୍ମଚାରୀ ।

ABOUT THE AUTHOR

...view details