ନୂଆଦିଲ୍ଲୀ:ସଦ୍ୟ ପ୍ରକାଶିତ ୫ ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ପରେ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ବିଜେପି ୪ ରାଜ୍ୟରେ ଦମଦାର ବିଜୟ ହାସଲ କରିଛି । ଉତ୍ତରପ୍ରଦେଶର ଗଡ ବଜାୟ ରଖିଛି ବିଜେପି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି (ରବିବାର) ନୂଆଦିଲ୍ଲୀ ଗସ୍ତ କରିଛନ୍ତି । ସେଠାରେ ସେ ପ୍ରମୁଖ ଭାରତୀୟ ଜନତା ପାର୍ଟି ନେତାଙ୍କ ସହ ବିଜେପି ନେତୃତ୍ବ ସହିତ ସରକାର ଗଠନ ବିଷୟରେ ଆଲୋଚନା କରିବେ ।
ସେଠାରେ ସେ ନୂଆ ସରକାର ଗଠନର ଶପଥ ଗ୍ରହଣ ତାରିଖ ବିଷୟରେ ପ୍ରମୁଖ ନୂଆ କ୍ୟାବିନେଟ ନେତାଙ୍କ ସହ ଆଲୋଚନା କରିବା ନେଇ ସୂଚନା ମିଳିଛି । ସକାଳ ୮ଟାରୁ ଯୋଗୀ ଲକ୍ଷ୍ନୌ ହିଣ୍ଡନ ବିମାନ ବନ୍ଦରରୁ ବାହିରି ସାରିଛନ୍ତି । ପ୍ରଥମେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ । ପରେ ପରେ ସେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ । ଦ୍ବିତୀୟ ଥର ପାଇଁ ବିଜେପି ୟୁପିରେ ବିରାଟ ବିଜୟ ହାସଲ କରିଛି । ବିଜୟ ପରେ ଶୁକ୍ରବାର ଦଳୀୟ କାର୍ଯ୍ୟାଳୟ ଲକ୍ଷ୍ନୌରେ ମନ୍ତ୍ରୀମାନଙ୍କ ସହ ଏକ ବୈଠକ କରିଥିଲେ ।