ରାୟପୁର: ରଙ୍ଗର ପର୍ବ 'ହୋଲି'କୁ ସାରା ଦେଶରେ ବେଶ ଆଡମ୍ବରର ସହ ପାଳନ କରାଯାଏ । ହୋଲି ଲାଗି ବଜାରରେ ଭଳିକି ଭଳି ଅବିର ପସରା ମେଲିବା ସହ ଚାରିଆଡେ ଖେଳିଯାଏ ଖୁସିର ଲହରୀ । ବସନ୍ତ ଋତୁର ଆଗମନରେ ଚତୁର୍ଦ୍ଦିଗ ରଙ୍ଗୀନ ହୋଇଉଠେ । ସଭିଏଁ ପରସ୍ପରକୁ ରଙ୍ଗ ଲଗାଇ ସେମାନଙ୍କ ଜୀବନରେ ମଧ୍ୟ ରଙ୍ଗ ଭରିବା ଲାଗି କାମନା କରନ୍ତି । ତେବେ ଯେତେବେଳେ ହୋଲି ପର୍ବ ଆସେ, ସେତେବେଳେ ଚର୍ଚ୍ଚାକୁ ଆସେ ଛତିଶଗଡ଼ କୋରିୟା ଜିଲ୍ଲାର ଅମରପୁର ଗାଁ । ଏଠାରେ ହୋଲିର ସପ୍ତାହେ ପୂର୍ବରୁ ଗ୍ରାମବାସୀ ରଙ୍ଗ ଖେଳନ୍ତି । ଦେଶବାସୀ ଗୋଟିଏ ଦିନରେ ହୋଲି ପର୍ବ ପାଳନ କରୁଥିବା ବେଳେ ଏଠାରେ କିନ୍ତୁ ସପ୍ତାହକ ପୂର୍ବରୁ ହୋଲି ପର୍ବ ପାଳନ ହୋଇଥାଏ । ଏଥିଲାଗି ହୋଲି ପର୍ବ ଲାଗି ଅମରପୁର ଗାଁ ବେଶ ଚର୍ଚ୍ଚାରେ ରହିଛି ।
ସପ୍ତାହେ ପୂର୍ବରୁ ସେହି ଆନନ୍ଦ, ଉଲ୍ଲାସର ସହିତ ଗ୍ରାମବାସୀ ହୋଲି ଖେଳନ୍ତି । ଏଠାରେ ସମସ୍ତ ରୀତିନୀତି ସହିତ 'ହୋଲି କା ଦହନ' ପର୍ବ ପାଳନ ହୁଏ । ଏହାପରେ ଅବିର ସହିତ ରଙ୍ଗ ଖେଳରେ ମସଗୁଲ ହୁଅନ୍ତି ଗ୍ରାମବାସୀ । ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭେଚ୍ଛା ଜଣାଇଥାନ୍ତି । ବାୟୁମଣ୍ଡଳ ମଧ୍ୟ ଏହି ଦିନ ରଙ୍ଗୀନ ହୋଇଉଠେ । ସତେ ଯେପରି ହୋଲି ସମସ୍ତଙ୍କ ଜୀବନରୁ ରଙ୍ଗମୟ କରିଦେବା ପରି ମନେ ହୁଏ । ସମସ୍ତଙ୍କ ମୁଖରେ ଏକ ଉଜ୍ଜ୍ବଳତା ଦେଖିବାକୁ ମିଳେ । ଗ୍ରାମବାସୀମାନେ ରଙ୍ଗ ସହିତ ଭାଙ୍ଗର ମଧ୍ୟ ମଜା ନିଅନ୍ତି । ବିଭିନ୍ନ ପ୍ରକାର ପାନୀୟରେ ଭାଙ୍ଗ ମିଶାଇ ରଙ୍ଗ ଖେଳରେ ରଙ୍ଗୀନ ହୋଇପଡ଼ନ୍ତି ଗ୍ରାମବାସୀ । ତେବେ ସପ୍ତାହେ ପୂର୍ବରୁ ହୋଲି ଖେଳ ପଛରେ ଏକ ବଡ଼ ରହସ୍ୟ ରହିଛି ।
ଏହା ବି ପଢନ୍ତୁ- ଖାଇସାରି ଟ୍ରେନରେ ଶୋଇପଡିଲେ ପୋଲିସ ବାବୁ, ବନ୍ଧୁକ ନେଇଗଲା ଚୋର