ଓଡିଶା

odisha

ETV Bharat / bharat

ଆଜି ଦେଶର ସମସ୍ତ କ୍ରୀଡାମନ୍ତ୍ରୀଙ୍କ ସହ କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କ ବୈଠକ

ଦେଶରେ କ୍ରୀଡ଼ାର ଅଧିକ ପ୍ରଚାର ପ୍ରସାର କିପରି ହୋଇପାରିବ ସେନେଇ କ୍ରୀଡାମନ୍ତ୍ରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର। ଅଧିକ ପଢନ୍ତୁ...

By

Published : Sep 20, 2021, 12:04 PM IST

vକ୍ରୀଡା କ୍ଷେତ୍ରରେ ବିକାଶ ନେଇ ଆଜି ଦେଶର ସମସ୍ତ କ୍ରୀଡାମନ୍ତ୍ରୀଙ୍କ ସହ କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କ ଆଲୋଚନା
vକ୍ରୀଡା କ୍ଷେତ୍ରରେ ବିକାଶ ନେଇ ଆଜି ଦେଶର ସମସ୍ତ କ୍ରୀଡାମନ୍ତ୍ରୀଙ୍କ ସହ କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ: ଦେଶରେ କ୍ରୀଡା କ୍ଷେତ୍ରରେ ବିକାଶ ନେଇ ଆଜି କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଦେଶର ସମସ୍ତ କ୍ରୀଡାମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ତେବେ ଦେଶରେ କ୍ରୀଡ଼ାର ଅଧିକ ପ୍ରଚାର ପ୍ରସାର କିପରି ହୋଇପାରିବ ସେନେଇ କ୍ରୀଡାମନ୍ତ୍ରୀମାନଙ୍କ ମତାମତ ନେବେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର।

ଟୋକିଓରେ ଅଲମ୍ପିକ୍ସ ଏବଂ ପାରାଲିମ୍ପିକ୍ସରେ ଦେଶର କ୍ରୀଡାବିତଙ୍କ ସଫଳତା ପରେ ଅନୁରାଗ ଠାକୁର ପ୍ରତ୍ୟେକ ରାଜ୍ୟ କେମିତି କ୍ରୀଡା କ୍ଷେତ୍ରରେ ଆଗକୁ ଯାଇପାରିବ ଏବଂ ଭାରତକୁ ଏକ କ୍ରୀଡା ରାଷ୍ଟ୍ରଭାବେ ପରିଣତ କରିବାରେ କିପରି ସହାୟକ ହେବ ସେନେଇ ଦେଶର କ୍ରୀଡାମନ୍ତ୍ରୀଙ୍କ ସହ ଆଲୋଚନା ହେବ ।

ସରକାରଙ୍କ ଫ୍ଲାଗସିପ୍ କାର୍ଯ୍ୟକ୍ରମ, ଖେଲୋ ଇଣ୍ଡିଆ ଏବଂ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ପରସ୍ପର ସହ ଜଡିତ । କ୍ରୀଡା ହେଉଛି ଏକ ରାଜ୍ୟ ବିଷୟ । ଦକ୍ଷ କ୍ରୀଡାବିତଙ୍କ ପାଇଁ ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ କ୍ରୀଡା ଇଭେଣ୍ଟ ଆୟୋଜନ କରିବା ସହିତ ତୃଣମୂଳ ସ୍ତରରେ ପ୍ରତିଭା ଚିହ୍ନଟ କରିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ । ବିଦ୍ୟାଳୟ ସ୍ତରର କ୍ରୀଡ଼ାର ପ୍ରୋତ୍ସାହନ ଏବଂ ସ୍କୁଲ ଗେମ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆକୁ ସମର୍ଥନ କରିବା ନେଇ ବୈଠକରେ ଆଲୋଚନା କରାଯିବ ।

ଏଥି ସହ ଖେଳାଳୀ ମାନଙ୍କ ପାଇଁ ପୁଲ ଅଫ କ୍ୟାସ ଆଓ୍ବାର୍ଡ ଗଠନ ନେଇ ରାଜ୍ୟ ଏବଂ ୟୁଟି ମାନଙ୍କୁ ମଧ୍ୟ ଅନୁରୋଧ କରାଯିବ । ଯେଉଁଠାରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଏହି ପାଣ୍ଠି ସଂଗ୍ରହ କରିପାରିବେ ।

ABOUT THE AUTHOR

...view details