ରାଞ୍ଚି: କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀଙ୍କୁ ଦୋଷୀ ସାବ୍ୟସ୍ତ କଲେ ହଜାରିବାଗ କୋର୍ଟ । ତେବେ ଆଚରଣ ବିଧି ଉଲ୍ଲଘଂନ ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡାଦେଶ ମଧ୍ୟ ଶୁଣାଇଛନ୍ତି । ଦଣ୍ଡ ସ୍ବରୂପ କୋର୍ଟ ତାଙ୍କୁ ୨୦୦ ଟଙ୍କା ଜୋରିମାନା ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଯଦି ସେ ଜୋରିମାନା ଦେବାରେ ବିଫଳ ହୁଅନ୍ତି ତେବେ ଗୋଟିଏ ଦିନ ସର୍ବସାଧାରଣ ଜେଲ୍ ଯିବେ ବୋଲି କହିଛନ୍ତି କୋର୍ଟ । ଏହି ମାମଲା ୨୦୧୯ ମସିହା ମେ ୧୩ ତାରିଖର ହୋଇଥିବା ବେଳେ ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚାର ଜେଭିଏମ ନେତା ମହେଶ ରାମ ମାମଲା ରୁଜୁ କରିଥିଲେ ।
ମହେଶ ରାମ ଅଭିଯୋଗ କରିଥିଲେ ଯେ ଅନ୍ନପୂର୍ଣ୍ଣା ଦେବୀ ପାର୍ଟି ଚିହ୍ନ ଲଗାଇ ମତଦାନ ଲାଗି ଭୋଟିଂ ସେଣ୍ଟରରେ ପହଞ୍ଚିଥିଲେ । ଏହି ମାମଲାକୁ ନେଇ କୋର୍ଟରେ ପିପୁଲ୍ସ ରିପ୍ରେଜେଣ୍ଟେସନ ଆକ୍ଟ ଧାରା ୧୩୦E ଆଧାରରେ ଶୁଣାଣି ହୋଇଥିଲା । ପରେ ଅଭିଯୋଗ ପତ୍ର ଦାଖଲ ହେବା ପରେ ୧୧ ଜଣଙ୍କ ସାକ୍ଷ ଗ୍ରହଣ କରାଯାଇଥିଲା । ଶୁଣାଣି ଶେଷ ହେବା ପରେ ବିଚାରପତି ମିରୟମ ହେମ୍ବ୍ରମ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏହାସହିତ ୨୦୦ ଟଙ୍କା ଜୋରିମାନା ମଧ୍ୟ ଲଗାଇଛନ୍ତି ।
ଏହା ବି ପଢନ୍ତୁ- Dantewada Blast: ୨ମାସ ପୂର୍ବରୁ IED ଖଞ୍ଜିଥିଲେ ନକ୍ସଲ, ଘାସରେ ଲୁଚାଇଥିଲେ ତାର