ଓଡିଶା

odisha

ETV Bharat / bharat

ଦିଶା ରବିଙ୍କୁ ସମର୍ଥନ ପରେ ରାହୁଲଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଗିରିରାଜ

ରାହୁଲ ଗାନ୍ଧୀ ଅପରାଧିକ ମାମଲାରେ ଗିରଫ ହୋଇଥିବା ଦିଶା ରବିଙ୍କୁ ସମର୍ଥନ କରିବା ପରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ତାଙ୍କ ଉପରେ ବର୍ଷିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

Union Minister Giriraj Singh lashed out at Rahul after supporting Disha Ravi
ଦିଶା ରବିଙ୍କୁ ସମର୍ଥନ ପରେ ରାହୁଲଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଗିରିରାଜ

By

Published : Feb 17, 2021, 5:14 PM IST

ନୂଆଦିଲ୍ଲୀ:ଅପରାଧିକ ଷଡଯନ୍ତ୍ର ମାମଲାରେ ଦିଲ୍ଲୀ ପୋଲିସର ସାଇବର କ୍ରାଇମ ସେଲ ଦ୍ବାରା ଗିରଫ ହୋଇଥିବା ବେଙ୍ଗାଲୁରୁର 21 ବର୍ଷୀୟ ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀ ସମର୍ଥନ କରିଛନ୍ତି । ତେବେ ରାହୁଲଙ୍କ ଏହି ସମର୍ଥନ ପରେ ସେ ପ୍ରଧାନମନ୍ତ୍ରୀଙ୍କ ସମେତ ଦେଶକୁ ବିରୋଧ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ କହିବା ସହିତ ତାଙ୍କ ଉପରେ ବର୍ଷିଥିବା ଦେଖିବାକୁ ମିଳିଛି ।

ରାହୁଲ ଓ ତାଙ୍କ ଦଳ ଅନୁଯାୟୀ ଆଇନ ସମ୍ପର୍କରେ କ'ଣ ନିଷ୍ପତ୍ତି ନିଆଯିବ ବୋଲି ଗିରିରାଜ ରାହୁଲଙ୍କୁ ପ୍ରଶ୍ନ କରିଛନ୍ତି । ତେବେ ଦିଶାଙ୍କ ବୟସ ଅନୁସାରେ ଯଦି ତାଙ୍କୁ ଦଣ୍ଡିତ କରାନଯାଏ, ତେବେ ନିର୍ଭୟା ମାମଲା ଓ ପାକିସ୍ତାନର ଆତଙ୍କବାଦ କଶାବକୁ ଦିଆଯାଇଥିବା ଫାଶୀଦଣ୍ଡ ଉଚିତ ନ ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ଦେଶ ବିରୋଧରେ ଅପରାଧିକ ଷଡଯନ୍ତ୍ର ଏବଂ ଘୃଣାକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତି କ'ଣ ଜଣେ ସାଧୁ ବୋଲି ଗିରିରାଜ ପ୍ରଶ୍ନ କରି ରାହୁଲ ଓ ତାଙ୍କ ଦଳକୁ ଉତ୍ତର ଦେବା ପାଇଁ ଦାବି କରିଛନ୍ତି ।

କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ଦେଶକୁ ବିରୋଧ କରୁଛନ୍ତି ବୋଲି ଗିରିରାଜ କହିଛନ୍ତି । ଏହାସହିତ ଦେଶକୁ ବିରୋଧ ନ କରିବାକୁ ସେ ରାହୁଲଙ୍କୁ ଅନୁରୋଧ କରିଛନ୍ତି । ଅପରାଧୀକୁ ଦଣ୍ଡ ବିଧାନ ସମୟରେ ଯଦି ବୟସ ଦେଖାଦେଉଛି, ତେବେ ନିର୍ଭୟା ମାମଲା ଓ କଶାବକୁ ଦଣ୍ଡବିଧାନ କରାନଯିବା ଉଚିତ କି ନାହିଁ ସେ ପ୍ରଶ୍ନ କରିଛନ୍ତି ।

ତେବେ ସୂଚନା ଥାଉ କି ଫେବୃଆରୀ 4 ତାରିଖରେ ଦିଲ୍ଲୀ ପୋଲିସର ସାଇବର କ୍ରାଇମ ସେଲ ଅପରାଧିକ ଷଡଯନ୍ତ୍ର ଏବଂ ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନ ଘୃଣାକୁ ପ୍ରୋତ୍ସାହିତ କରିବା ପାଇଁ ଦିଶାଙ୍କୁ ଭାରତୀୟ ଦଣ୍ଡ ସଂହିତା 124A, 120A ଏବଂ 153A ଅନୁଯାୟୀ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଥିଲା ।

@ANI

ABOUT THE AUTHOR

...view details