ଓଡିଶା

odisha

By

Published : Apr 9, 2022, 3:57 PM IST

ETV Bharat / bharat

ଗରିବଙ୍କୁ ଠକିଛି କଂଗ୍ରେସ: କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ କଂଗ୍ରେସକୁ ଟାର୍ଗେଟ କଲେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂ। କଂଗ୍ରେସ ୬୦ ବର୍ଷରେ ଯାହା ସମ୍ଭବ କରି ଦେଖାଇ ପାରିନଥିଲା ବିଜେପି ତାହା ୮ ବର୍ଷରେ କରି ଦେଖାଇଛି । ଅଧିକ ପଢନ୍ତୁ

ଗରିବଙ୍କୁ ଠକିଛି କଂଗ୍ରେସ : କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ
ଗରିବଙ୍କୁ ଠକିଛି କଂଗ୍ରେସ : କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ

ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ କଂଗ୍ରେସକୁ ଟାର୍ଗେଟ କଲେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂ। କଂଗ୍ରେସ ୬୦ ବର୍ଷରେ ଯାହା ସମ୍ଭବ କରି ଦେଖାଇ ପାରି ନଥିଲା ବିଜେପି ତାହା ୮ ବର୍ଷରେ କରି ଦେଖାଇଛି । କଂଗ୍ରେସ ଦେଶକୁ ୬୦ ବର୍ଷ ଶାସନ କରିଛି ।

ଆଉ ବିଜେପି ସରକାରର ଆଠ ବର୍ଷ । ଏହାରି ମଧ୍ୟରେ ଏକ ଅନୁରୂପ ଚିତ୍ର ସେ ଦର୍ଶାଇଛନ୍ତି । କଂଗ୍ରେସ ଶାସନ କାଳରେ 3.26 କୋଟି ଘର ନିର୍ମାଣ କରିଥିଲା ଗରିବ ହିତାଧିକାରୀଙ୍କ ପାଇଁ । ହେଲେ ନରେନ୍ଦ୍ର ମୋଦି କେବଳ ଆଠ ବର୍ଷ ମଧ୍ୟରେ 3 କୋଟି ଘର ନିର୍ମାଣ କରି ସାରିଛନ୍ତି ।

ସମସ୍ତେ ସ୍ଲୋଗାନ ଦିଅନ୍ତି ଗରିବି ହଟାଅ । କିନ୍ତୁ କଂଗ୍ରେସ ଗରିବଙ୍କୁ ଧୋକା ଦେଇଛି । ୬୦ ବର୍ଷ ବନାମ ୮ ବର୍ଷ । ଗୋଟିଏ ପରିବାର ପ୍ରାୟ ଦେଶକୁ 60 ବର୍ଷ ଶାସନ କରିଥିଲା ।

ଇନ୍ଦିରା ଗାନ୍ଧୀ ଆବାସ ଯୋଜନା ଅଧୀନରେ ମାତ୍ର 3.26 କୋଟି ଘର ନିର୍ମାଣ କରିଥିଲା ​​ । କିନ୍ତୁ ପିଏମ ମୋଦି ଆଠ ବର୍ଷ ମଧ୍ୟରେ 3 କୋଟି ଘର ନିର୍ମାଣ କରିସାରିଛନ୍ତି । ସେ କେବଳ ମହିଳାମାନଙ୍କୁ ଚାବି ହସ୍ତାନ୍ତର କରିନାହାଁନ୍ତି । ବରଂ ସ୍ବଂୟ ସହାୟକ ଗୋଷ୍ଠୀ ମାଧ୍ୟମରେ ସେମାନଙ୍କୁ ଆର୍ଥିକ ସ୍ତରରେ ସୁଦୃଢ ମଧ୍ୟ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦେଶରେ ୩ କୋଟି ପକ୍କା ଘର ନିର୍ମାଣ ହୋଇଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘୋଷଣା କରିଥିଲେ । ଜନସାଧାରଣଙ୍କ ସହଭାଗିତାରେ ୩ କୋଟିରୁ ଅଧିକ ଘର ନିର୍ମାଣ ସମ୍ଭବ ହୋଇଛି । ମୌଳିକ ସୁବିଧା ଥିବା ଏହି ଘରଗୁଡିକ ମହିଳା ସଶକ୍ତିକରଣର ପ୍ରତୀକ ପାଲଟିଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।

@ANI

ABOUT THE AUTHOR

...view details