ଓଡିଶା

odisha

ETV Bharat / bharat

ଲୋକେ ମଦକୁ ଟନିକ୍ ଭାବି ପିଉଛନ୍ତି: କେନ୍ଦ୍ର ଇସ୍ପାତ ମନ୍ତ୍ରୀ - Liquor is a tonic for people

ଲୋକମାନେ ମଦକୁ ଟନିକ୍ ଭାବୁଥିବାରୁ ଏହାର ସେବନ ପାଇଁ ସେମାନଙ୍କ ମଧ୍ୟରେ ଆଗ୍ରହ ବଢୁଥିବା କହିଛନ୍ତି କେନ୍ଦ୍ରୀୟ ଇସ୍ପାତ ମନ୍ତ୍ରୀ । ଅଧିକ ପଢନ୍ତୁ...

କେନ୍ଦ୍ରୀୟ ଇସ୍ପାତ ମନ୍ତ୍ରୀ ଫାଗନ ସିଂ କୁଲାସ୍ତେ
କେନ୍ଦ୍ରୀୟ ଇସ୍ପାତ ମନ୍ତ୍ରୀ ଫାଗନ ସିଂ କୁଲାସ୍ତେ

By

Published : Jun 7, 2021, 2:27 PM IST

ଭୋପାଳ: କୋରୋନା କାଳରେ ମଦ ସେବନ ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ବଢୁଥିବାର ଦେଖିବାକୁ ମିଳିଛି । ଲୋକମାନେ ମଦକୁ ଟନିକ୍ ଭାବୁ ଥିବାରୁ ଏହାର ସେବନ ପାଇଁ ସେମାନଙ୍କ ମଧ୍ୟରେ ଆଗ୍ରହ ବଢୁଥିବା କହିଛନ୍ତି କେନ୍ଦ୍ରୀୟ ଇସ୍ପାତ ମନ୍ତ୍ରୀ ଫାଗନ ସିଂ କୁଲାସ୍ତେ ।

କେନ୍ଦ୍ରୀୟ ଇସ୍ପାତ ମନ୍ତ୍ରୀ ଫାଗନ ସିଂ କୁଲାସ୍ତେ

ମଦର ଆବଶ୍ୟକତା ବୁଢୁଥିବାର ଥିବାରୁ ଦୋକନ ଖୋଲିବା ମାତ୍ରେ ଦୋକାନ ଆଗରେ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳୁଛି । ଆବଶ୍ୟକତା ଦୃଷ୍ଟିରୁ ଅନଲକ ହେବା ମାତ୍ରେ ମଦ ଦୋକାନ ଖୋଲିବାକୁ ପଡିଲା ବୋଲି କହିଛନ୍ତି ମନ୍ତ୍ରୀ ଫାଗନ ସିଂ । ଜରୁରୀ ଜିନିଷ ଅପେକ୍ଷା ଲୋକଙ୍କୁ ମଦର ଅଧିକ ଆବଶ୍ୟକତା ପଡୁଛି । ସେଥିପାଇଁ ସେମାନେ ମଦ ଦୋକାନା ଖୋଲିବାକୁ ଦାବି କରିଛନ୍ତି ।

କୋରୋନା ସମୟରେ ମଦର ଆବଶ୍ୟକତା ବଢୁଥିବାରୁ ମଦ ଦୋକାନା ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଅଧିକ ରାଜସ୍ବ ଆୟ ଅବକାରୀ ଜିନିଷରୁ ହିଁ ଆସିଥାଏ । ରାଜସ୍ବ ବଢାଇବାକୁ ହେଲେ ମଦ ଦୋକାନା ଖୋଲିବା ସରକାରଙ୍କ ପାଇଁ ଲାଭଦାୟକ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଫାଗନ ସିଂ କୁଲାସ୍ତେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details