ଓଡିଶା

odisha

ETV Bharat / bharat

ବିଜେପି କାର୍ଯ୍ୟାଳୟରେ ଜଣଙ୍କୁ ଚାପୁଡା ମାରି ହଟହଟା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ

ପଶ୍ଚିମବଙ୍ଗ ନିର୍ବାଚନରେ ଟୋଲିଗଞ୍ଜ ଆସନରୁ ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ତଥା ଗାୟକ ବାବୁଲ ସୁପ୍ରିୟୋ ଦଳୀୟ କାର୍ଯ୍ୟାଳୟର ଏକ ବ୍ୟକ୍ତିଙ୍କୁ ଚାପୁଡା ମାରି ବିବାଦରେ ପଡିଛନ୍ତି । ଏହା ପରେ ସେ ସଫେଇ ଦେଇ କହିଛନ୍ତି ଏଭଳି କୌଣସି ଘଟଣା ଘଟିନାହିଁ । ଅଧିକ ପଢନ୍ତୁ...

Union Minister Babul Supriyo slapped a man in the BJP office
ବିଜେପି କାର୍ଯ୍ୟାଳୟରେ ଏକ ବ୍ୟକ୍ତିଙ୍କୁ ଚାପୁଡା ମାରିଲେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ

By

Published : Mar 30, 2021, 10:52 AM IST

Updated : Mar 30, 2021, 11:00 AM IST

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ସରଗରମ ହେବାରେ ଲାଗିଛି । ପଶ୍ଚିମବଙ୍ଗ ନିର୍ବାଚନରେ ଟୋଲିଗଞ୍ଜ ଆସନରୁ ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ତଥା ଗାୟକ ବାବୁଲ ସୁପ୍ରିୟୋ ଦଳୀୟ କାର୍ଯ୍ୟାଳୟର ଏକ ବ୍ୟକ୍ତିଙ୍କୁ ଚାପୁଡା ମାରି ବିବାଦରେ ପଡିଛନ୍ତି ।

ସୋମାବାର ଭାଇରାଲ ହୋଇଥିବା ଏକ ଭିଡିଓ ଅନୁସାରେ ଗାୟକ ତଥା ବିଜେପି ନେତା ବାବୁଲ ସୁପ୍ରିୟୋ ଏକ ବ୍ୟକ୍ତିଙ୍କୁ ଚାପୁଡା ମାରିବାର ଦୃଶ୍ୟ ଦେଖିବାକୁ ମିଳିଛି । ସେହି ବ୍ୟକ୍ତି ଜଣକ କହୁଛନ୍ତି ଯେ ଟିଭି କ୍ୟାମେରାରେ ବାଇଟ ଦେବା ଛାଡି ନିର୍ବାଚନ ମଣ୍ଡଳିରେ ପ୍ରଚାର ପ୍ରସାର କର ବୋଲି ଚାପୁଡା ମାଡ ଖାଇଥିବା ବ୍ୟକ୍ତି କହିଛନ୍ତି । ଏହି ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ସଫେଇ ଦେଇ କହିଛନ୍ତି ଏ ଭଳି କୌଣସି ଘଟଣା ଘଟିନାହିଁ । ମୁଁ କୌଣସି ବ୍ୟକ୍ତିକୁ ଚାପୁଡା ମାରିନାହିଁ ।

ସୂଚନାଥାଉକି ରବିବାର ଦିନ ଟୋଲିଗଞ୍ଜ ଆସନରୁ ପ୍ରାର୍ଥୀ ହୋଇଥିବା ବାବୁଲ ସୁପ୍ରିୟୋ ରାନୀକୁଥିର ବିଜେପି କାର୍ଯ୍ୟାଳୟ ଯାଇଥିଲେ । ସେଠାରେ ହୋଲି ଅବସରରେ ଦୋଳଯାତ୍ରା ଉତ୍ସବର ଆୟୋଜନ କରାଯାଇଥିଲା । ଏହି ଅବସରରେ ଏକ ବ୍ୟକ୍ତିଙ୍କ ସହ କେନ୍ଦ୍ର ମନ୍ତ୍ରୀଙ୍କ ଧକ୍କା ହୋଇଥିଲା ଏହାକୁ ନେଇ ପରେ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Mar 30, 2021, 11:00 AM IST

ABOUT THE AUTHOR

...view details