ଓଡିଶା

odisha

By

Published : Mar 19, 2023, 7:03 PM IST

ETV Bharat / bharat

ହିନ୍ଦୁ ଯୁବତୀଙ୍କୁ ଅସମ୍ମାନ କଲେ ସେମାନଙ୍କ ହାତ କାଟିଦେବୁ, କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେଙ୍କ ଉତ୍ତେଜିତ ବୟାନ

ଆରଜେଡି ବିଧାୟକଙ୍କ ମନ୍ତବ୍ୟ ନେଇ କେନ୍ଦ୍ରମନ୍ତ୍ରୀ ଅଶ୍ବନୀ ଚୌବେଙ୍କ ଉତ୍ତେଜିତ ବୟାନ । କହିଲେ ହିନ୍ଦୁ ଝିଅ ଦେଶର ଝିଅ । ଅସମ୍ମାନ କଲେ ହାତ କାଟିଦେବୁ । ଅଧିକ ପଢନ୍ତୁ

ହିନ୍ଦୁ ଯୁବତୀଙ୍କୁ ଅସଦାଚରଣ ସେମାନଙ୍କ ହାତ କାଟିଦେବୁ, କେନ୍ଦ୍ରମନ୍ତ୍ରୀ ଅଶ୍ବନୀ ଚୌବେଙ୍କ ଉତ୍ତେଜିତ ବୟାନ
ହିନ୍ଦୁ ଯୁବତୀଙ୍କୁ ଅସଦାଚରଣ ସେମାନଙ୍କ ହାତ କାଟିଦେବୁ, କେନ୍ଦ୍ରମନ୍ତ୍ରୀ ଅଶ୍ବନୀ ଚୌବେଙ୍କ ଉତ୍ତେଜିତ ବୟାନ

ହିନ୍ଦୁ ଯୁବତୀଙ୍କୁ ଅସମ୍ମାନ କଲେ ସେମାନଙ୍କ ହାତ କାଟିଦେବୁ, କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେଙ୍କ ଉତ୍ତେଜିତ ବୟାନ

ପାଟନା:ଆରଜେଡି ବିଧାୟକ ଭାଇ ବିରେନ୍ଦ୍ରଙ୍କ ହିନ୍ଦୁ-ମୁସଲିମ ବିବାହ ବୟାନ ପରେ ଉତ୍ତେଜିତ ମନ୍ତବ୍ୟ ରଖିଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେ । ଅଶ୍ବିନୀ କହିଛନ୍ତି, କେହି ହିନ୍ଦୁ ଯୁବତୀଙ୍କୁ ଅସମ୍ମାନ କଲେ ସେମାନଙ୍କର ହାତ କାଟି ଦିଆଯିବ । ବିହାର ଆରଜେଡି ବିଧାୟକ ଭାଇ ବିରେନ୍ଦ୍ର ଏହି ପ୍ରସଙ୍ଗ ନେଇ ଭାରତୀୟ ଜନତା ପାର୍ଟିକୁ ସମାଲଚନା କରିଥିଲେ । ବିଜେପି ଏପରି କରି ସମାଜରେ ଭେଦଭାବ ସୃଷ୍ଟି କରୁଛି ଓ ନିଜେ ବିଜେପିର ବରିଷ୍ଠ ନେତାମାନଙ୍କ ଝିଅମାନେ ମୁସଲମାନ ସମ୍ପ୍ରଦାୟରେ ବିବାହ କରିଛନ୍ତି । ଆରଜେଡି ବିଧାୟକ ନିଜର ମତ ପ୍ରମାଣ କରିବାକୁ ଯାଇ ବିଜେପିର ଦିଗଜ ନେତା ଲାଲକୃଷ୍ଣ ଆଡଭାନୀ ଏବଂ ମୁରଲୀ ମନୋହର ଯୋଶୀଙ୍କ ପରିବାରର ଉଦାହରଣ ଦେଇଥିଲେ । ଯାହାକୁ ନେଇ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଛି ।

ଏହା ପରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେଙ୍କର କଡା ଚିପ୍ପଣୀ ଆସିଛି । ଏକ ପ୍ରେସମିଟରେ ଚୌବେ କହିଛନ୍ତି, ହିନ୍ଦୁ ଯୁବତୀ କିମ୍ବା ମହିଳାଙ୍କ ଅସମ୍ମାନ ବରଦାସ୍ତ କରାଯିବ ନାହିଁ । ଏପରି କରୁଥିବା ବ୍ୟକ୍ତିଙ୍କ ହାତ କାଟି ଦିଆଯିବ । ସାଧାରଣତଃ ହିନ୍ଦୁ ସମ୍ପ୍ରଦାୟ ବା ସନାତନ ଧର୍ମର ଝିଅମାନେ ଭାରତର ଝିଅ । ସେମାନଙ୍କ ସହ ସମ୍ମାନ ସହ ଖେଳିବାକୁ ସାହସ କରୁଥିବା ଲୋକଙ୍କ ହାତ କାଟିଦେବାକୁ ସେ ଧମକ ଦେଇଥିଲେ । ଯଦି ଆରଜେଡି ନେତାମାନେ ସେମାନଙ୍କ ଝଅଙ୍କୁ ମୁସଲମାନମାନଙ୍କ ସହିତ ବିବାହ କରିବା ପାଇଁ ଚିନ୍ତା କରୁଥାଆନ୍ତି, ତେବେ ସେମାନେ ଏହା କରିପାରନ୍ତି । ହେଲେ ଭାରତ ହିନ୍ଦୁ ରାଷ୍ଟ୍ର ଥିଲା ଓ ହିନ୍ଦୁ ରାଷ୍ଟ୍ର ରହିବ ବୋଲି ଅଶ୍ବିନୀ ଚୌବେ କହିଥିଲେ ।

ଆରଜେଡିର ବିଧାୟକ ଭାଇ ବିରେନ୍ଦ୍ରଙ୍କ ମନ୍ତବ୍ୟ ପରେ ଚୌବେଙ୍କ ଏହି ଉତ୍ତେଜିତ ମନ୍ତବ୍ୟ ଆସିଛି । ଆରଜେଡିର ବିଧାୟକ ଭାଇ ବିରେନ୍ଦ୍ର କହିଥିଲେ, ବିଜେପି ନେତାମାନେ ସେମାନଙ୍କ ଝିଅମାନଙ୍କୁ ବିବାହ କରାଇବା ପରିବର୍ତ୍ତେ ମୁସଲମାନମାନଙ୍କଠାରୁ ରକ୍ଷା କରିବା ଉଚିତ୍ । ବିଜେପି ନେତାମାନେ ସେମାନଙ୍କ ଝିଅମାନଙ୍କ ବିବାହ ମୁସଲିମ ସମ୍ପ୍ରଦାୟରେ କରୁଛନ୍ତି, ହେଲେ ସମାଜରେ ଧର୍ମୀୟ ଭେଦଭାବ ସୃଷ୍ଟି କରୁଛନ୍ତି । ଏପରି ମନ୍ତବ୍ୟ ପରେ ବିଜେପି ଏମଏଲସି ସନ୍ତୋଷ ସିଂ ମଧ୍ୟ କଡା ଟିପ୍ପଣି ରଖିଛନ୍ତି । କହିଛନ୍ତି ଆରଜେଡି ନେତାମାନେ ମାନସିକ ସ୍ତରରେ ବିକାରଗ୍ରସ୍ତ ହୋଇସାରିଛନ୍ତି । ସେଥିପାଇଁ ସେମାନେ ଏପରି କହୁଛନ୍ତି । ହିନ୍ଦୁ ମହିଳା ଏବଂ ଭଉଣୀମାନଙ୍କୁ ଖରାପ ଉଦ୍ଦେଶ୍ୟରେ ଦେଖୁଥିବା ଯୁବକଙ୍କର ଆଙ୍ଗୁଠି କାଟି ଦିଆଯିବା ନେଇ ସେ ମଧ୍ୟ ଚୌବେଙ୍କ ମନ୍ତବ୍ୟ ସହ ସ୍ବର ମିଳାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details