ଓଡିଶା

odisha

ETV Bharat / bharat

Opposition Meeting in Patna: ପାଟନାରେ ଚାଲିଛି ଫଟୋ ସେସନ, କାଶ୍ମୀରରୁ ବାଣ ମାରିଲେ ଶାହ - କେନ୍ଦ୍ର ଗୃହମନ୍ତ୍ରୀ

ଆଗାମୀ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ହାତରୁ ଶାସନ ଭାର ଛଡ଼ାଇବା ଲାଗି ପାଟନାରେ ବସିଛି ବିରୋଧୀ ଦଳ ବୈଠକ । ସେପଟେ ପାଟନାରେ ଫଟୋ ସେସନ ଚାଲିଛି ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jun 23, 2023, 3:32 PM IST

ଶ୍ରୀନଗର:ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଶାସିତ କେନ୍ଦ୍ର ସରକାରଙ୍କୁ ଗାଦିଚ୍ୟୁତ ଲକ୍ଷ୍ୟରେ ପାଟନାରେ ବିରୋଧୀଙ୍କ ମହାମେଳି ଦେଖିବାକୁ ମିଳିଛି । ବୈଠକରେ ବିଜେପି-ବିରୋଧୀଦଳଗୁଡ଼ିକ ଏକତ୍ରିତ ହୋଇ ମହାମେଣ୍ଟ ଗଠନ ଲାଗି ପ୍ରସ୍ତୁତ ହେଉଛନ୍ତି । ତେବେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଜମ୍ମୁକାଶ୍ମୀର ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବିରୋଧୀ ଦଳ ବୈଠକରେ ଯେତେ ବି ଦଳ ସାମିଲ ହୁଅନ୍ତୁ ନା କାହିଁକି, ସେମାନେ କେବେ ହେଲେ ଏକାଠି ହୋଇପାରିବେ ନାହିଁ । ପାଟନାରେ କେବଳ ଫଟୋ ସେସନ ଚାଲିଛି ବୋଲି କହିଛନ୍ତି ଶାହ ।

୨ ଦିନିଆ ଜମ୍ମୁକାଶ୍ମୀର ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆହୁରି କହିଛନ୍ତି, "ଆଜି ପାଟନାରେ କେବଳ ଫଟୋ ସେସନ ଚାଲିଛି । ସେମାନେ ପ୍ରଧାନମନ୍ତ୍ରୀ ମୋଦି ଓ ଏନଡିଏକୁ ଚ୍ୟାଲେଞ୍ଜ ଦେବାକୁ ଚାହୁଁଛନ୍ତି । ମୁଁ ସେମାନଙ୍କୁ କହିଦେବାକୁ ଚାହୁଁଛି ଯେ ୨୦୨୪ ରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଗଢିବେ । ବିଜେପିକୁ ୩୦୦ରୁ ଅଧିକ ଆସନ ମିଳିବ ଏବଂ ନରେନ୍ଦ୍ର ମୋଦି ପୁଣି ପ୍ରଧାନମନ୍ତ୍ରୀ ହେବେ । ବିରୋଧୀମାନେ ମେଳି ହୋଇ ଯେତେ ବି ବୈଠକ କଲେ ସେମାନେ କେବେ ହେଲେ ଏକାଠି ହୋଇପାରିବେ ନାହିଁ ।"

ଏହା ବି ପଢନ୍ତୁ- ଆଜି ପାଟନାରେ ବିରୋଧି ଦଳ ବୈଠକ: ସାମିଲ ହେବେ ୧୮ ବିରୋଧି ଦଳ !

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ବରେ ପାଟନାରେ ବସିଛି ବିରୋଧୀ ଦଳ ବୈଠକ । ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ଗାଦିଚ୍ୟୁତ କରିବା ଲାଗି ଜାତୀୟ ସ୍ତରର ବିରୋଧୀ ଦଳଗୁଡ଼ିକ ଏକତ୍ରିତ ହୋଇଛନ୍ତି । ନୀତିଶ କୁମାରଙ୍କ ପାଟନା ସ୍ଥିତ ବାସଭବନରେ ଏହି ବୈଠକ ବସିଥିବା ବେଳେ ୧୫ରୁ ଅଧିକ ବିରୋଧୀ ଦଳ ନେତା ଏଥିରେ ସାମିଲ ହୋଇଛନ୍ତି । ନିକଟରେ ବିରୋଧୀ ମହାମେଣ୍ଟ ଲାଗି ବିରୋଧୀ ଦଳଗୁଡ଼ିକର ସୁପ୍ରିମୋଙ୍କୁ ଭେଟିଥିଲେ ନୀତିଶ କୁମାର । ବିଜେପିକୁ ଗାଦିଚ୍ୟୁତ କରିବା ଲାଗି ସେ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ ।

ଏହା ବି ପଢନ୍ତୁ- ସଶକ୍ତ ବିରୋଧୀ..ଐତିହାସିକ ଆବଶ୍ୟକତା !

ବିଜେପି ଶାସିତ କେନ୍ଦ୍ର ସରକାର ନିଜ କ୍ଷମତାକୁ ବ୍ୟବହାର କରି ଗଣତନ୍ତ୍ରର ହତ୍ୟା କରୁଛନ୍ତି ବୋଲି ଅଭିଯୋଗ କରିଆସୁଛନ୍ତି ବିରୋଧୀ । ବିଜେପି ସମ୍ବିଧାନର ଖୋଲାଖୋଲି ଉଲ୍ଲଘଂନ କରୁଛି ବୋଲି ମଧ୍ୟ ବିରୋଧୀଙ୍କ ଅଭିଯୋଗ । ଅନ୍ୟପଟେ ଗତ ୯ ବର୍ଷ ପୂର୍ବେ ବିଜେପି ଲୋକସଭା ନିର୍ବାଚନରେ ୨୮୨ ଆସନ ସହିତ ୩୧.୩୪ ପ୍ରତିଶତ ଭୋଟରେ ବିଜୟ ଲାଭ କରିଥିଲା । ୨୦୧୯ ନିର୍ବାଚନରେ ବିଜେପିର ଭୋଟ ହାର ବୃଦ୍ଧି ପାଇ ୩୭.୭ରେ ପହଞ୍ଚିଥିଲା ଓ ୩୦୩ ଆସନ ହାତେଇଥିଲା ଦଳ । ଯଦି ବିଜେପିକୁ ପରାସ୍ତ କରିବାର ଅଛି ତେବେ ବିରୋଧୀ ଦଳଗୁଡ଼ିକୁ ଏକତ୍ରିତ ହୋଇ ମହାମେଣ୍ଟ ଗଠନ କରିବାକୁ ପଡ଼ିବ । ନଚେତ ବିଜେପିର ଜୟଯାତ୍ରାକୁ ରୋକିବା ଅସମ୍ଭବ ଏହା ବୁଝିସାରିଲେଣି ବିରୋଧୀ । ଏଣୁ ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ମହାମେଣ୍ଟ ଗଠନ ଲାଗି ପ୍ରସ୍ତୁତ ହେଉଛନ୍ତି ବିଜେପି-ବିରୋଧୀ ଦଳ ।

ABOUT THE AUTHOR

...view details