ନୂଆଦିଲ୍ଲୀ:ଦୀର୍ଘ ଦିନ ପରେ ପୁଣି କୋରୋନା ସଂକ୍ରମଣ ମାମଲା ବଢିବାରେ ଲାଗିଛି । ଦିନକୁ ଦିନ ହୁହୁ ବଢିବାରେ ଲାଗିଛି ଦୈନିକ ସଂକ୍ରମଣ । ଗତ 24 ଘଣ୍ଟାରେ ନୂଆ 5 ହଜାରରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଅଚାନକ ପଜିଟିଭ କେସ ବୃଦ୍ଧି ପାଇବା ଚିନ୍ତାର କାରଣ ହୋଇଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଆଲର୍ଟ ରହିଛି । ଆଜି ସମସ୍ତ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ବୈଠକ କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ । ସମସ୍ତ ରାଜ୍ୟରେ କୋଭିଡ ପ୍ରସ୍ତୁତିର ସମୀକ୍ଷା କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ।
ଭିଡିଓ କନଫରେନ୍ସି ଜରିଆରେ ବୈଠକ ଅନୁଷ୍ଠିତ ହେବ । ହଠାତ ସଂକ୍ରମଣ ବୃଦ୍ଧି ପାଇଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାର ଆଜି କୋରୋନା ସମୀକ୍ଷା ବୈଠକ ବସିବ । ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ କୋରୋନା ବୃଦ୍ଧି ନେଇ ବୈଠକ କରିବେ । ବୈଠକରେ ସ୍ବାସ୍ଥ୍ୟ ବିଭାଗ, ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ଓ ଏନଟିଏଜିଆଇ ଅଧିକାରୀ ମଧ୍ୟ ସାମିଲ ହେବେ । ରାଜ୍ୟର ସଂକ୍ରମଣ ମାମଲାର ସମୀକ୍ଷା ସହ କଣ କଣ ପଦକ୍ଷେପ ଗ୍ରହଣ କରାଯାଉଛି ଓ କୋରୋନା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ । ଆଗକୁ କୋରୋନା ବଢିବା ସମ୍ଭାବନା ରହିଛି ତେଣୁ କି କି କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ସେ ନେଇ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ।