ନୂଆଦିଲ୍ଲୀ:ଆଜି ସନ୍ଧ୍ୟାରେ ବସିବ କେନ୍ଦ୍ର କ୍ୟାବିନେଟ ବୈଠକ(Union Cabinet Meeting to be Held Today)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ଶେଷଥର ନଭେମ୍ବର 2 ତାରିଖରେ ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିଥିଲା । ଏଥିରେ ଇଟାନଗରରେ ଡୋନି ପୋଲ ଏୟାରପୋର୍ଟର ନାମ ଘୋଷଣା କରାଯାଇଥିଲା । 2019 ମସିହାରେ ପ୍ରଧାନମନ୍ତ୍ରୀ ହୋଲୋଙ୍ଗିରେ ଡୋନି ପୋଲ ବିମାନବନ୍ଦର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।
ଆଜି କେନ୍ଦ୍ର କ୍ୟାବିନେଟ ବୈଠକ, ହୋଇପାରେ ଗୁରୁତ୍ବପୂର୍ଣ୍ଣ ଘୋଷଣା - କେନ୍ଦ୍ର କ୍ୟାବିନେଟ ବୈଠକ
ସଂନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ କେନ୍ଦ୍ର କ୍ୟାବିନେଟ ବୈଠକ । ନିଆଯାଇ ପାରେ କିଛି ବଡ ନିଷ୍ପତ୍ତି । ଅଧିକ ପଢନ୍ତୁ
କେନ୍ଦ୍ର କ୍ୟାବିନେଟ ବୈଠକ
ଏହା ମଧ୍ୟ ପଢନ୍ତୁ: ଜାତିସଂଘରେ ପୁଣି ବର୍ଷିଲେ ଜୟଶଙ୍କର, କହିଲେ ପାକିସ୍ତାନ ଆତଙ୍କବାଦର କେନ୍ଦ୍ରସ୍ଥଳ
ହୋଲୋଙ୍ଗିରେ ନିର୍ମାଣଧିନ ଏହି ଟର୍ମିନାଲ ପ୍ରାୟ 955 କୋଟି ଟଙ୍କାରେ ନିର୍ମାଣ କରାଯାଇଛି । 4100 ବର୍ଗ ମିଟର କ୍ଷେତ୍ରରେ ଏହା ନିର୍ମିତ ହୋଇଥିବା ବେଳେ ପ୍ରତି ଘଣ୍ଟାରେ 200ଜଣ ଯାତ୍ରୀ ଯାତାୟତ କରିବାର କ୍ଷମତା ରହିଛି । ଏହି ଏୟାରପୋର୍ଟକୁ ନଭେମ୍ବର 19 ତାରିଖରେ ମୋଦି ଉଦଘାଟନ କରିଥିଲେ । ତେବେ ଆଜିର ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇପାରେ । ପ୍ରଧାନମନ୍ତ୍ରୀ ଆଜି କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା ମଧ୍ୟ କରିପାରନ୍ତି ।