ବେଙ୍ଗାଲୁର:୨୦୨୩ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ । କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ନେତୃତ୍ବରେ ବିଜେପି ପୁଣି ସଂଖ୍ୟା ଗରିଷ୍ଠତା ହାସଲ କରିବ । ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଶା ପ୍ରକଟ କରିଛନ୍ତି ।
ଶାହା ଗୁରୁବାର କର୍ଣ୍ଣାଟକ ଗସ୍ତରେ ଯାଇ ଡାଭାନାଗେରରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ । ଉଦଘାଟନୀ ସମାରୋହରେ ଆୟୋଜିତ ସମାବେଶକୁ ସମ୍ବୋଧିତ କରି କହିଥିଲେ ଯେ କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହୋଇଥିଲେ ମଧ୍ୟ ବିକାଶ କାର୍ଯ୍ୟରେ କୌଣସି ପରିବର୍ତ୍ତନ ହେବନାହିଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦିରୁପ୍ପାଙ୍କ ସମୟରେ ଯେଉଁ ସବୁ ପ୍ରକଳ୍ପ ଅଧୁରା ରହିଛି ତାହାକୁ ଦ୍ରୁତ ଗତିରେ ବର୍ତ୍ତମାନର ସରକାର ଆଗେଇ ନେବେ । କର୍ଣ୍ଣାଟକର କୃଷକ, ଗ୍ରାମାଞ୍ଚଳ ସର୍ବୋପରି କର୍ଣ୍ଣାଟକବାସୀଙ୍କ ବିକାଶ ପାଇଁ ବିଜେପି ସରକାର ପୁରା ଶକ୍ତିର ସହ କାର୍ଯ୍ୟ କରୁଛି ।