ଓଡିଶା

odisha

ETV Bharat / bharat

Umesh Pal Murder case: ଉମେଶ ପାଲ ହତ୍ୟାକାରୀକୁ ପୋଲିସର ଏନକାଉଣ୍ଟର - ଉମେଶ ପାଲ ହତ୍ୟାକାଣ୍ଡ

ପୋଲିସ ଏନକାଉଣ୍ଟରେ ଉମେଶ ପାଲ ହତ୍ୟାକାଣ୍ଡର ଆଉ ଜଣେ ସୁଟରର ମୃତ୍ୟୁ । ଅନ୍ୟ ଅଭିଯୁକ୍ତକୁ ଧରିବା ପାଇଁ ପୁରସ୍କାର ରାଶିକୁ 2ଲକ୍ଷ 50 ହଜାରକୁ ବୃଦ୍ଧି କଲା ପୋଲିସ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Mar 6, 2023, 7:49 AM IST

Updated : Mar 6, 2023, 8:52 AM IST

ଲକ୍ଷ୍ନୌ:ଉତ୍ତରପ୍ରଦେଶର ବହୁ ଚର୍ଚ୍ଚିତ ଉମେଶ ପାଲ ହତ୍ୟା ଘଟଣାରେ ଅନ୍ୟଜଣେ ଅଭିଯୁକ୍ତକୁ ଏନକାଉଣ୍ଟର କଲା ପୋଲିସ । ଏନକାଉଣ୍ଟରରେ ଟଳିଥିବା ଅଭିଯୁକ୍ତ ଜଣଙ୍କ ହେଉଛି ବିଜୟ ଚୌଧୁରୀ ଓରଫ ଉସମାନ । ଏହି ଅଭିଯୁକ୍ତ ପ୍ରଥମେ ଉମେଶ ପାଲଙ୍କ ଉପରକୁ ଗୁଳି ଚଳାଇଥିଲା । ଏହି ହତ୍ୟାକାରୀକୁ ଖୋଜୁଥିଲା ପୋଲିସ । ଶେଷରେ ଆଜି ଏନକାଉଣ୍ଟରରେ ଟଳିଛି ଅଭିଯୁକ୍ତ ଉସମାନ । ପୂର୍ବରୁ ଉମେଶ ପାଲ ହତ୍ୟା ଘଟଣାରେ ଜଣେ ଅଭିଯୁକ୍ତକୁ ଏନକାଉଣ୍ଟର କରିଥିଲା ପୋଲିସ ।

ପ୍ରୟାଗରାଜର କାଉଣ୍ଡିଆରେ ସୁଟର ଉସମାନକୁ ଆଜି ଏନକାଉଣ୍ଟର କରିଛି ପୋଲିସ । ଉମେଶ ହତ୍ୟାକାଣ୍ଡକୁ 11 ଦିନ ବିତିଯାଇଥିବା ବେଳେ ପୋଲିସ ଅନ୍ୟ ଅଭିଯୁକ୍ତକୁ ଧରିବା ପାଇଁ ପୁରସ୍କାର ରାଶିକୁ 2ଲକ୍ଷ 50 ହଜାରକୁ ବୃଦ୍ଧି କରିଛି । ତେବେ ଏହି ହତ୍ୟାକାଣ୍ଡରେ ଜଡିତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରୟାଗରାଜ ପୋଲିସ ଏକ ଟିମ ତାଲିକା ପ୍ରସ୍ତୁତ କରି ସେମାନଙ୍କୁ ଗିରଫ ପାଇଁ ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ:Umesh Pal Murder: ସାମ୍ନାକୁ ଆସିଲା ହତ୍ୟାକାଣ୍ଡର ନୂଆ CCTV ଭିଡିଓ

ଗୁଜୁରାଟର ସାବରମତି ଜେଲରେ ବନ୍ଦ ଥିବା ମାଫିଆ ତଥା ପୂର୍ବତନ ସାଂସଦ ଅତିକ୍‌ ଅହମ୍ମଦର ଇସାରାରେ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ଜାଣିବାକୁ ପାଇଥିଲା । ଅତିକକୁ ମଧ୍ୟ ଏହି ମାମଲାରେ ପୋଲିସ ଜେରା କରିବା ପାଇଁ ଯୋଜନା ରଖିଛି । ଅନ୍ୟପଟେ ଅତିକ୍‌ ଓ ତାର ସାନଭାଇକୁ ଏନକାଉଣ୍ଟର କରିବା ପାଇଁ ପୋଲିସ ଯୋଜନା ରଖିଥିବା ପୂର୍ବରୁ ଅଭିଯୋଗ କରିଥିଲେ ଅତିକର ପତ୍ନୀ । ସେ ଏହି ଘଟଣାରେ ଅତିକରେ ସମ୍ପୃକ୍ତିକୁ ଅସ୍ବୀକାର କରିବା ସହ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଚିଠି ମଧ୍ୟ ଲେଖିଥିଲେ ।

ଏହା ମଧ୍ୟ ପଢନ୍ତୁ:Umesh Pal Murder: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପୋର୍ଟାଲରେ ମାଫିଆ ଅତିକ ଅହମ୍ମଦର ପତ୍ନୀଙ୍କ ଗୁହାରୀ, କରାଯାଉ CBI ତଦନ୍ତ

2005ରେ ବହୁଜନ ସମାଜବାଦୀ ପାର୍ଟି ବିଧାୟକ ରାଜୁ ପାଲ୍‌ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଉମେଶ ପାଲ ଓ ତାଙ୍କର ସରକାରୀ ସୁରକ୍ଷାକର୍ମୀଙ୍କୁ ଫେବୃଆରୀ 24 ତାରିଖରେ ଗୁଳିକରି ହତ୍ୟା କରାଯାଇଥିଲା । ହତ୍ୟାକାରୀଙ୍କ ଏକ ଗୋଷ୍ଠୀ ଯୋଜନାବଦ୍ଧ ଭାବେ ଉମେଶ ପାଲଙ୍କ କାରକୁ ଫଲୋ କରିବା ସହ ତାଙ୍କ ଘର ନିକଟରେ ଗୁଳି କରି ହତ୍ୟା କରିଥିଲେ । ଏହି ହତ୍ୟା ଘଟଣା ଉତ୍ତର ପ୍ରଦେଶ ବିଧାନସଭାରେ ମଧ୍ୟ ଉଠିଥିଲା । ବିରୋଧୀ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଘେରିବା ପରେ ମାଫିଆରାଜକୁ ନେଇ ଯୋଗୀକଠୋର ଆଭିମୁଖ୍ୟ ପ୍ରକାଶ କରିଥିଲେ ।

ପ୍ରୟାଗରାଜ ସହରର ସମ୍ପୂର୍ଣ୍ଣ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଉମେଶଙ୍କୁ ହତ୍ୟା କରାଯାଇଥିଲା। ଏହାର ଗୋଟିଏ ଦିନ ପରେ ହତ୍ୟାକାଣ୍ଡ ସମୟରେ ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଥିଲା । ଯେଉଁଥିରେ ଏକାଧିକ ହତ୍ୟାକାରୀ ଯୋଜନାବଦ୍ଧ ଭାବେ ଉମେଶ ପାଲଙ୍କ କାରକୁ ଫଲୋ କରିବା ସହ ତାଙ୍କ ଘର ନିକଟରେ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଦେଖିବାକୁ ମିଳିଥିଲା । ଉମେଶଙ୍କ ଉପରକୁ ଗୁଳିମାଡ ସହ ସ୍ଥାନୀୟ ଅଞ୍ଚଳରେ ବୋମା ଫିଙ୍ଗିଥିଲେ ହତ୍ୟାକାରୀ । ଉମେଶଙ୍କ ଉପରକୁ ପ୍ରାୟ 14 ରାଉଣ୍ଡ ଫାଏରିଂ ହୋଇଥିବା ପୋଲିସ କହିଥିଲା । ଏହି ଘଟଣା ନେଇ ଉମେଶଙ୍କ ପତ୍ନୀ ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

Last Updated : Mar 6, 2023, 8:52 AM IST

ABOUT THE AUTHOR

...view details