ଓଡିଶା

odisha

Operation Ganga: ରବିବାର ୧୧ ବିମାନରେ ଫେରିବେ 2200 ଭାରତୀୟ ଛାତ୍ର

By

Published : Mar 5, 2022, 7:53 PM IST

ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ଅପରେସନ ଗଙ୍ଗା । ଆଜି ଫେରିଛନ୍ତି ୩ ହଜାର ଭାରତୀୟ । ଆସନ୍ତାକାଲି ୧୧ ଟି ବିମାନରେ ୨୨ ଶହ ଭାରତୀୟ ଛାତ୍ରଛାତ୍ରୀ ଫେରିବା ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସୂଚନା । ଅଧିକ ପଢନ୍ତୁ

Operation Ganga: ରବିବାର ୧୧ ବିମାନରେ ଫେରିବେ ୨୨ ଶହ ଭାରତୀୟ ଛାତ୍ର
Operation Ganga: ରବିବାର ୧୧ ବିମାନରେ ଫେରିବେ ୨୨ ଶହ ଭାରତୀୟ ଛାତ୍ର

ନୂଆଦିଲ୍ଲୀ:ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଅପରେସନ ଗଙ୍ଗା ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । ଏବେ ସୁଦ୍ଧା ପ୍ରାୟ ୧୮ ହଜାରରୁ ଉର୍ଦ୍ଧ୍ବ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଅଣାଯାଇ ସାରିଲାଣି । ତେବେ ଆସନ୍ତାକାଲି ଆଉ୧୧ ବିମାନରେ ୨୨ ଶହ ଭାରତୀୟ ଛାତ୍ର ସ୍ବଦେଶ ଫରିବା ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟ ଦ୍ବାରା ଜାରି ଏକ ବିବୃତ୍ତିରେ ଦର୍ଶାଯାଇଛି ଯେ ଆଜି (ଶନିବାର) ଭାରତକୁ 15ଟି ବିମାନରେ ପ୍ରାୟ 3,000 ଭାରତୀୟ ଛାତ୍ରଛାତ୍ରୀ ଫେରିଛନ୍ତି । ଏଥିରେ 12ଟି ସ୍ୱତନ୍ତ୍ର ବେସାମରିକ ବିମାନ ଏବଂ 3ଟି ବାୟୁସେନା (IAF) ବିମାନ ଅନ୍ତର୍ଭୁକ୍ତ ଥିଲା । ଋଷର ଆକ୍ରମଣ ହେତୁ ୟୁକ୍ରେନ ଆକାଶ ମାର୍ଗ (ଗତମାସ) ଫେବୃଆରୀ 24ରୁ ବନ୍ଦ ରହିଛି । ଫଳରେ ପଡୋଶୀ ଦେଶ ରୋମାନିଆ, ହଙ୍ଗେରୀ, ସ୍ଲୋଭାକିଆ ଏବଂ ପୋଲାଣ୍ଡର ଏକାଧିକ ବିମାନ ବନ୍ଦରରୁ ଏହି ଏୟାର-ଲିଫ୍ଟ ଅପରେସନକୁ ପରିଚାଳନା କରୁଛନ୍ତି ଭାରତ ସରକାର । ସେହିପରି ସେଠାରେ ୪ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହି ଅପରେସନକୁ ପ୍ରତ୍ୟେକ୍ଷ ନେତୃତ୍ବ ଦେଉଛନ୍ତି ।

ଏହି ଅପରେସନକୁ ପ୍ରଥମେ ଏୟାର ଇଣ୍ଡିଆ ମାଧ୍ୟମରେ ଆରମ୍ଭ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ସ୍ଥିତିର ଗମ୍ଭୀରତାକୁ ଦେଖି ଏହି ଅଭିଯାନକୁ ବ୍ୟାପକ କରାଯାଇଥିଲା । ଘରୋଇ ବିମାନ ସହ ଭାରତୀୟ ବାୟୁସେନାର ବୃହତ୍ତ ପରିବହନ ବିମାନ IAF C-17କୁ ମଧ୍ୟ ସାମିଲ କରାଯାଇଥିଲା ।

ଅଭିଯାନର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇ ବେସାମରିକ ବିମାନ ମନ୍ତ୍ରଣାଳୟ କହିଛି ଯେ ଆଜି (ଶନିବାର) ବୁଦାପେଷ୍ଟ (ହଙ୍ଗେରୀ)ରୁ ପାଞ୍ଚଟି, ସୁକେଭା (ରୋମାନିଆ)ରୁ ଚାରିଟି, କୋସିସେ (ସ୍ଲୋଭାକିଆ) ଏବଂ ରେଜେଜୋ (ପୋଲାଣ୍ଡ)ରୁ ଦୁଇଟି ବିମାନ ଭାରତୀୟଙ୍କୁ ଧରି ସ୍ବଦେଶ ଫେରିଛି । ସେହିପରି ଆସନ୍ତାକାଲି (ରବିବାର) ବୁଦାପେଷ୍ଟ, କୋସିସ, ରେଜେଜୋ ଏବଂ ବୁଖାରେଷ୍ଟରୁ 11ଟି ସ୍ୱତନ୍ତ୍ର ବିମାନରେ ୨୨ ଶହ ଭାରତୀୟ ଛାତ୍ରଛାତ୍ରୀ ସ୍ବଦେଶ ଫେରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details