ଓଡିଶା

odisha

ETV Bharat / bharat

Omicron vaccine, ଆସନ୍ତା ୬ ମାସ ଭିତରେ ଭାରତରେ ମିଳିବ ଓମିକ୍ରନ ଟିକା - ସେରମ ଇନଷ୍ଟିଚ୍ୟୁଟ

ପ୍ରଥମ ଦେଶ ଭାବେ ଓମିକ୍ରନ ବିରୋଧି ଭ୍ୟାକ୍ସିନ ବିକଶିତ କଲା ବ୍ରିଟେନ । ଆସନ୍ତା ୬ ମାସ ମଧ୍ୟରେ ଭାରତରେ ମଧ୍ୟ ଓମିକ୍ରନ ଭ୍ୟାକ୍ସିନ ମିଳିବ ବୋଲି ସୂଚନା ଦେଲେ ସେରମ ଇନଷ୍ଟିଚ୍ୟୁଟ CEO । ଅଧିକ ପଢନ୍ତୁ

ଆସନ୍ତା ୬ ମାସ ଭିତରେ ଭାରତରେ ମିଳିବ ଓମିକ୍ରନ ଟିକା
ଆସନ୍ତା ୬ ମାସ ଭିତରେ ଭାରତରେ ମିଳିବ ଓମିକ୍ରନ ଟିକା

By

Published : Aug 16, 2022, 9:20 AM IST

ଲଣ୍ଡନ: ବିଶ୍ବର ପ୍ରଥମ ଦେଶ ଭାବେ ଓମିକ୍ରନ ଭ୍ୟାରିଏଣ୍ଟ ପାଇଁ ଭ୍ୟାକ୍ସିନ ବିକଶିତ କରିଛି ବ୍ରିଟେନ । ଭିଭାଲେଣ୍ଟ(bivalent) ନାମକ ଏହି ଭ୍ୟାକ୍ସିନ ଉଭୟ ଓମିକ୍ରନ ଏବଂ କୋରୋନାର ମୂଳ ଭ୍ୟାରିଏଣ୍ଟର ମୁକାବିଲା କରିବାରେ ସକ୍ଷମ ହେବ । ଭିଭାଲେଣ୍ଟର କ୍ଲିନିକାଲ ପରୀକ୍ଷଣ ପରେ ଏହାକୁ ବୁଷ୍ଟର ଡୋଜ ଭାବେ ବ୍ୟବହାର କରିବାକୁ ମଧ୍ୟ ଅନୁମତି ମିଳିଛି । ବ୍ରିଟେନ ଡ୍ରଗ୍ ରେଗୁଲେଟର(UK's drug regulator) ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ବ୍ରିଟେନ ଓମିକ୍ରନ ବିରୋଧି ଭ୍ୟାକ୍ସିନ ଆଣିବା ପରେ ଭାରତ ମଧ୍ୟ ଖୁବଶୀଘ୍ର ଏହି ଟିକା ବିକଶିତ କରିବ ବୋଲି ସୂଚନା ଦେଇଛନ୍ତି ସେରମ ଇନଷ୍ଟିଚ୍ୟୁଟ ସିଇଓ ଆଦର ପୁନାୱାଲା । ଆସନ୍ତା ୬ ମାସ ଭିତରେ ଓମିକ୍ରନର BA-5 ସବ୍‌ ଭ୍ୟାରିଆଣ୍ଟ ପାଇଁ ଟିକା ବାହାରିବ ବୋଲି ପୁନାୱାଲା ସୋମବାର ଦିନ କହିଛନ୍ତି ।

ସୂଚନାଯୋଗ୍ୟ, ମଡର୍ଣ୍ଣା କମ୍ପାନୀ ଏହି ଓମିକ୍ରନ ବିରୋଧି ଭ୍ୟାକ୍ସିନ ବାହାର କରିଛି । ବିଶ୍ବର ପ୍ରଥମ ଦେଶ ଭାବେ ବ୍ରିଟେନର ଡ୍ରଗ୍ ରେଗୁଲେଟର ଓମିକ୍ରନ ସଂକ୍ରମଣ ରୋକିବାକୁ ମଡର୍ଣ୍ଣାର ନୂଆ ଭିଭାଲେଣ୍ଟ ଭ୍ୟାକ୍ସିନକୁ ସୋମବାର ଦିନ ମଞ୍ଜୁରୀ ଦେଇଛି । ମେଡିସିନ ଆଣ୍ଡ ହେଲ୍‌ଥକେୟାର ପ୍ରଡକ୍ଟ ରେଗୁଲେଟାରୀ ଏଜେନ୍ସି(MHRA) ଏକ ବିବୃତ୍ତିରେ କହିଛି ଯେ, ଭ୍ୟାକ୍ସିନର କ୍ଲିନିକାଲ ଟ୍ରାଏଲ ପରେ ଏହାକୁ ପ୍ରାପ୍ତ ବୟସ୍କ କ୍ଷେତ୍ରରେ ବୁଷ୍ଟର ଡୋଜ ଭାବେ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି ।

MHRA ମୁଖ୍ୟ କହିଛନ୍ତି, ''ଏହି ଭ୍ୟାକ୍ସିନ ଉଭୟ ଓମିକ୍ରନ ଏବଂ କୋରୋନାର ମୂଳ ଭାଇରସ ବିରୁଦ୍ଧରେ ଯଥେଷ୍ଟ ରୋଗ ପ୍ରତିରୋଧିକ ଶକ୍ତି ବଢାଉଛି । କ୍ଲିନିକାଲ ଟ୍ରାଏଲରୁ ଏହା ସ୍ପଷ୍ଟ ହୋଇଛି ।'' ନୂଆ ଭିଭାଲେଣ୍ଟ ଭ୍ୟାକ୍ସିନକୁ ଅନୁମତି ମିଳିବା ନେଇ ଆମେରିକୀୟ ବାୟୋଟେକ କମ୍ପାନୀ ଖୁସି ପ୍ରକଟ କରିଛି । ଓମିକ୍ରନ ଭ୍ୟାରିଆଣ୍ଟ ବିରୁଦ୍ଧରେ ସ୍ବୀକୃତିପ୍ରାପ୍ତ ଏହା ପ୍ରଥମ ଟିକା ବୋଲି ମଡର୍ଣ୍ଣା ସିଇଓ ଷ୍ଟିଫେନ ବନସେଲ୍(Stephane Bancel ) କହିଛନ୍ତି ।

ABOUT THE AUTHOR

...view details