ଓଡିଶା

odisha

By

Published : Oct 6, 2022, 3:36 PM IST

ETV Bharat / bharat

ରାଷ୍ଟ୍ରପତିଙ୍କୁ ନେଇ କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତବ୍ୟ, ବିଜେପି କହିଲା ଆଦିବାସୀ ବିରୋଧୀ ମାନସିକତା

ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କୁ ନେଇ କଂଗ୍ରେସ ନେତା ଉଦିତ ରାଜଙ୍କ ବିବାଦୀୟ ଟ୍ବିଟକୁ ନେଇ ବର୍ଷିଲା ବିଜେପି । ଦଳର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର କହିଲେ ଏହା କଂଗ୍ରେସର ଆଦିବାସୀ ବିରୋଧୀ ମାନସିକତାକୁ ଦର୍ଶାଉଛି । ଅଧିକ ପଢନ୍ତୁ

ରାଷ୍ଟ୍ରପତିଙ୍କୁ ନେଇ ବିବାଦୀୟ ମନ୍ତବ୍ୟ, ବିଜେପି କହିଲା ଆଦିବାସୀ ବିରୋଧୀ ମାନସିକତା
ରାଷ୍ଟ୍ରପତିଙ୍କୁ ନେଇ ବିବାଦୀୟ ମନ୍ତବ୍ୟ, ବିଜେପି କହିଲା ଆଦିବାସୀ ବିରୋଧୀ ମାନସିକତା

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କୁ ନେଇ କଂଗ୍ରେସ ନେତା ଉଦିତ ରାଜଙ୍କ ବିବାଦୀୟ ଟ୍ବିଟକୁ ନେଇ ବର୍ଷିଲା ବିଜେପି । ଆଜି ଦଳର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ପ୍ରେସମିଟ କରି କଂଗ୍ରେସ ଉପରେ ବର୍ଷିଛନ୍ତି । ସମ୍ବିତ କହିଛନ୍ତି ଏପରି ମନ୍ତବ୍ୟ କଂଗ୍ରେସ ଦଳର ମାନସିକତାକୁ ଦର୍ଶାଉଛି । ଦଳ ରଖିଥିବା ଆଦିବାସୀ ମାନସିକତାର ଏହା ଉଦାହରଣ ବୋଲି ସମ୍ବିତ କିହଛନ୍ତି । ସମ୍ବିତ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସ ଦଳ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଯେଉଁଭଳି ଶବ୍ଦ ପ୍ରୟୋଗ କରିବାରେ ଲାଗିଛି , ତାହା ଅତ୍ୟନ୍ତ ନିନ୍ଦନୀୟ । ନିକଟରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ଠାର ମଧ୍ୟ ଏପରି ଶବ୍ଦ ଶୁଣିବାକୁ ମିଳିଥିଲା । ଏପରି ବାରମ୍ବାର ମନ୍ତବ୍ୟ କଂଗ୍ରେସର ଆଦିବାସୀ ବିରୋଧୀ ନୀତିକୁ ଦର୍ଶାଉଛି ।

ଏହା ମଧ୍ୟ ପଢନ୍ତୁ:-ବିବାଦରେ କଂଗ୍ରେସ ନେତାଙ୍କ ଟ୍ବିଟ, କୌଣସି ଦେଶକୁ ନମିଳୁ ମୁର୍ମୁଙ୍କ ପରି ରାଷ୍ଟ୍ରପତି

ବରିଷ୍ଠ କଂଗ୍ରେସ ନେତା ଉଦିତ ରାଜ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏକ ବିବାଦୀୟ ଟ୍ବିଟ କରିଥିଲେ । (congress leader udit raj on president murmu)। ରାଜ କରିଥିବା ଟ୍ବିଟରେ ଲେଖିଛନ୍ତି କୌଣସି ଦେଶକୁ ଦ୍ରୌପଦୀ ମୁର୍ମୁଙ୍କ ପରି ରାଷ୍ଟ୍ରପତି ନମିଳୁ । ଗୁଜୁରାଟରେ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ନିଜ ସମ୍ବୋଧନରେ ଦେଶର 70 ପ୍ରତିଶତ ନାଗରିକ ଗୁଜୁରାଟର ଲୁଣ ଖାଉଥିବା ମନ୍ତବ୍ୟକୁ ସେ ନିନ୍ଦା କରି ଏପରି ଟ୍ବିଟ କରିଛନ୍ତି । ଉଦିତ ରାଜ କହିଛନ୍ତି ରାଷ୍ଟ୍ରପତିଙ୍କ ଏପରି ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ । ଚାମଚାଗିରିର ମଧ୍ୟ କିଛି ସୀମା ଥାଏ ବୋଲି ଉଦିତ ଟ୍ବଟ କରିଥିଲେ ।

କଂଗ୍ରେସ ନେତାଙ୍କ ଏପରି ବୟାନ ଆସିବା ପରେ ଭାରତୀୟ ଜନତା ପାର୍ଟି ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲା । ଭାରତୀୟ ଜନତା ପାର୍ଟିର ପ୍ରବକ୍ତା ସେହଜାଦ ପୁନାଓ୍ବାଲା ଏପରି ମନ୍ତବ୍ୟକୁ ନିନ୍ଦା କରିଛନ୍ତି । ପୂର୍ବରୁ ମଧ୍ୟ ବରିଷ୍ଠ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ସଂସଦରେ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ ବୋଲି କହି ବିବାଦକୁ ଆସିଥିଲେ (congress insults murmu)। ପରେ ସେ ଏପରି ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିବା ସହ ଉଦ୍ଦେଶ୍ୟମୂଳକ ନୁହେଁ ବରଂ ଭୁଲବଶତଃ ତାଙ୍କ ପାଟିରୁ ବାହାରି ଯାଇଥିବା ସଫେଇ ଦେଇଥିଲେ । ଆବଶ୍ୟକ ପଡିଲେ ସେ ରାଷ୍ଟ୍ରପତିଙ୍କୁ ଭେଟି ବ୍ୟକ୍ତିଗତ ଭାବେ କ୍ଷମା ପ୍ରାର୍ଥନା ମଧ୍ୟ କରିବା ନେଇ ସୂଚନା ଦେଇଥିଲେ । ବିଜେପି ଏହି ଘଟଣାରେ ଅଧିର ରଞ୍ଜନଙ୍କ ସମେତ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀଙ୍କ କ୍ଷମା ପ୍ରାର୍ଥନା ମଧ୍ୟ ଦାବି କରିଥିଲା ।

ଏହାର ମାତ୍ର କିଛି ଦିନ ପରେ ପୁଣି ଜଣେ କଂଗ୍ରେସ ନେତା ରାଷ୍ଟ୍ରପତିଙ୍କୁ ନେଇ ଏପରି ମନ୍ତବ୍ୟ ଦେବାକୁ ନେଇ ବିବାଦ ସୃଷ୍ଟି ହୋଇଛି । ରାଷ୍ଟ୍ରପତି ମୁର୍ମୁ ନିକଟରେ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଯାଇଥିଲେ । ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବା ସହ କିଛି କାର୍ଯ୍ୟକ୍ରମକୁ ସମ୍ବୋଧିତ ମଧ୍ୟ କରିଥିଲେ । ଲୁଣ ଉତ୍ପାଦନରେ ଦେଶରେ ସବୁଠୁ ଆଗରେ ଥିବା ଗୁଜୁରାଟ ସମ୍ପର୍କରେ ସେ ନିଜ ସମ୍ବୋଧନରେ କହିଥିଲେ ଯେ, ଦେଶର 70 ପ୍ରତିଶତ ଲୋକ ଗୁଜୁରାଟର ଲୁଣ ଖାଆନ୍ତି । ଏହାକୁ ନେଇ କଂଗ୍ରେସ ନେତା ଉଦିତ ରାଜ ଏପରି ବିବାଦୀୟ ଟ୍ବିଟ କରିଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details