ନୂଆଦିଲ୍ଲୀ:କୋଟାକ ମହିନ୍ଦ୍ରା ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଉଦୟ କୋଟାକ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ବରେ ଥିଲେ। ସେ ଗତକାଲି ତାଙ୍କ ଇସ୍ତଫାପତ୍ର ବ୍ୟାଙ୍କର ବୋର୍ଡ ଅଫ ଡିରେକ୍ଟର୍ସ ଅଧ୍ୟକ୍ଷ ପ୍ରକାଶ ଆପଟେଙ୍କ ନିକଟକୁ ପଠାଇ ଦେଇଥିବା ଜଣାପଡିଛି । ତାଙ୍କର କାର୍ଯ୍ୟକାଳ ଚଳିତ ଡିସେମ୍ବରରେ ଶେଷ ହେବାର ଥିଲା । ନିଜର ଅବସରର ପ୍ରାୟ 4 ମାସ ପୂର୍ବରୁ ସେ ପଦ ଛାଡିଛନ୍ତି । ସେ ଏବେ ଜଣେ ନନ-ଏକ୍ସିକ୍ଯୁଟିଭ୍ ନିର୍ଦ୍ଦେଶକ ଭାବେ ବ୍ୟାଙ୍କ ସହ ଜଡିତ ରହିବେ । ନିଜ ଇସ୍ତଫା ସ ମ୍ପର୍କରେ ସେ ଆଜି ନିଜେ ଏକ୍ସ ରେ ଟ୍ବିଟ କରି ସୂଚନା ଦେଇଛନ୍ତି ।
ବୋର୍ଡ ଅଫ ଡିରେକ୍ଟରର ଅଧ୍ୟକ୍ଷ ପ୍ରକାଶ ଆପଟେଙ୍କୁ ଲେଖିଥିବା ଇସ୍ତଫାପତ୍ରରେ ଉଦୟ ଲେଖିଛନ୍ତି, ତାଙ୍କର କାର୍ଯ୍ୟକାଳ ଶେଷ ହେବା ପାଇଁ ଆଉ କିଛି ମାସ ଥିବା ବେଳେ ସେ ଏବେ ଇସ୍ତଫା ଦେବା ଉଚିତ ବୋଲି ବିଚାର କରିଛନ୍ତି । ଏହି ନିଷ୍ପତ୍ତିକୁ ସେ ବିଶ୍ଳେଷଣ ମଧ୍ୟ କରିଛନ୍ତି । ସେ ଏବେ ଏହା କରିବା ଉଚିତ ବୋଲି ଅନୁଭବ କରିବା ପରେ ଇସ୍ତଫା ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କରେ ଉତ୍ତରାଧିକାରୀ ପ୍ରସଙ୍ଗ ତାଙ୍କ ମନରେ ସର୍ବପ୍ରଥମରୁ ରହି ଆସିଛି । ଚଳିତ ବର୍ଷ (2024) ଶେଷ ସୁଦ୍ଧା ବ୍ୟାଙ୍କ ବୋର୍ଡ ଅଫ ଡିରେକ୍ଟରର ଅଧ୍ୟକ୍ଷ, ସେ ଏବଂ ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ମଧ୍ୟ ଅବସର ଗ୍ରହଣ କରିବାକୁ ଯାଉଛନ୍ତି । ତେଣୁ ଏହି କ୍ରମରେ ସେ ପ୍ରଥମେ ସ୍ବେଚ୍ଛାକୃତ ଭାବରେ ଇସ୍ତଫା ଦେଇଥିବା କହିଛନ୍ତି ।