ଲକ୍ଷ୍ନୌ:ଉତ୍ତର ପ୍ରଦେଶ ସିଦ୍ଧାର୍ଥନଗର ଜିଲ୍ଲାରୁ ଆସିଛି ଏକ ବର୍ବରକାଣ୍ଡ । ଚୋରି ଅଭିଯୋଗରେ ଦୁଇ ନାବାଳକଙ୍କୁ ବାନ୍ଧି ବର୍ବର ନିର୍ଯାତନା ଦିଆଯାଇଛି । ଦୁଇ ନାବଳକ ପୀଡ଼ିତଙ୍କୁ ମାଡ଼ ମାରି ପରିସ୍ରା ପିଆଇବା ସହ ଗୁପ୍ତାଙ୍ଗରେ କଞ୍ଚାଲଙ୍କା ଲଗାଯାଇଥିବା ଜଣାପଡିଛି । ଏପରକି ଉଭୟ ନାବାଳକ ପୀଡିତଙ୍କୁ କିଛି ଇଞ୍ଜେକ୍ସନ ମଧ୍ୟ ଦିଆଯାଇଛି । ଏନେଇ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଭାଇରାଲ ଭିଡିଓ ଅନୁସାରେ, ଦୁଇଜଣ ନାବାଳକଙ୍କୁ କିଛି ବ୍ୟକ୍ତି ସଙ୍ଘବଦ୍ଧ ନିର୍ଯାତନା ଦେଉଛନ୍ତି । ସେମାନଙ୍କୁ ମାଡ଼ ମରାଯିବା ସହ ଏକ ବୋତଲରେ ପରିସ୍ରା ପିଆ ଯାଉଛି । ସେମାନଙ୍କୁ କଞ୍ଚାଲଙ୍କା ଖାଇବାକୁ ବାଧ୍ୟ କରଯିବା ସହ ଗୁପ୍ତାଙ୍ଗରେ ମଧ୍ୟ କଞ୍ଚାଲଙ୍କା ଲଗାଯାଉଥିବାର ଭିଡିଓରେ ଦେଖିବାକୁ ମିଳିଛି ।
ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, ଘଟଣାଟି ଅଗଷ୍ଟ 4 ତାରିଖରେ ପ୍ରାର୍ଥ ବଜାର ଥାନା ଅଧୀନ କାନ୍ତି ଚୌରାହାର ଏକ ଚିକେନ ଦୋକାନରେ ଘଟିଛି । ଦୁଇ ନାବାଳକଙ୍କୁ ଟଙ୍କା ଚୋରି ଅଭିଯୋଗରେ କିଛି ବ୍ୟକ୍ତି ଏପରି ବର୍ବର ନିର୍ଯାତନା ଦେଇଛନ୍ତି । ଏବେ ଭିଡିଓ ଭାଇରାଲ ହେବା ପରେ ପୋଲସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ 6 ଜଣ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରାଯାଇଛି । ସେମାନଙ୍କୁ ଜେରା ଜାରି ରହିଛି । ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯିବ । ଇଣ୍ଟରନେଟ୍ରେ ଭାଇରାଲ ହେଉଥିବା ଭିଡିଓ ବିଚଳିତ କରିବା ପରି । ତେଣୁ ଉକ୍ତ ଭିଡିଓକୁ ମଧ୍ଯ ଇଣ୍ଟରନେଟ୍ର ସମସ୍ତ ପ୍ଲାଟ୍ଫର୍ମରୁ ହଟାଇବା ପାଇଁ ପୋଲିସ ପ୍ରକ୍ରିୟା ଆରମ୍ଭ କରିଥିବା ସ୍ଥାନୀୟ ଏଏସ୍ପି କହିଛନ୍ତି ।