ଓଡିଶା

odisha

ନିଶା ଦେଇ ଭଉଣୀ ଦ୍ୱୟଙ୍କ ସହ ପାଶବିକତା, ଦୁଇ ଗିରଫ

By ETV Bharat Odisha Team

Published : Dec 8, 2023, 6:40 AM IST

ଦୁଇ ଭଉଣୀଙ୍କୁ ଅପହରଣ ପରେ ନିଶା ଦେଇ ଦୁଷ୍କର୍ମ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଗୁଜୁରାଟର ଭାରୁଚ ଜିଲ୍ଲାରରେ । ଏହି ଘଟଣାରେ ୨ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ଦୁଇ ଭଇଣୀଙ୍କୁ ଅପହରଣ ପରେ ଦୁଷ୍କର୍ମ
ଦୁଇ ଭଇଣୀଙ୍କୁ ଅପହରଣ ପରେ ଦୁଷ୍କର୍ମ

ଗାନ୍ଧିନଗର:ଦୁଇ ଭଉଣୀଙ୍କୁ ଅପହରଣ ପରେ ନିଶା ଦେଇ ଦୁଷ୍କର୍ମ । ଏଭଲି ଏକ ଘଟଣା ଘଟିଛି ଗୁଜୁରାଟର ଭାରୁଚ ଜିଲ୍ଲାରରେ । ନିଶା ଦେଇ ଦୁଇ ଭଉଣୀକୁ ଦୁଷ୍କର୍ମ କରିଛନ୍ତି ଦୁଇ ଯୁବକ । ଦୁଇ ଭଉଣୀଙ୍କୁ ଅଭିଯୁକ୍ତମାନେ ପ୍ରଥମେ ଅପହରଣ କରିବା ପରେ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି । ଏହାସହ ଅଭିଯୁକ୍ତମାନେ ଅଶ୍ଲୀଳ ଭିଡିଓ କରି ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ କରିଥିବା ମଧ୍ୟ ଅଭିଯୋଗ କରିଛନ୍ତି ଦୁଇ ପୀଡିତା । ଏହି ଘଟଣାରେ ମୋଟ 4 ଜଣ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ପୋଲିସ ଗୁରୁତ୍ୱର ସହ ନେଇ ଦୁଇ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ଏହି ଘଟଣାର ସମ୍ପୃକ୍ତ ଅନ୍ୟ ଦୁଇଜଣ ଅଭିଯୁକ୍ତ ଫେରାର ଥିବା ପୋଲିସ ସୂଚନା ଦେଇଛି ।

ସୂଚନା ଯୋଗ୍ୟ ଜଣେ ଅଧିକାରୀ କହିଛନ୍ତି,ଏହି ଘଟଣାଟି ଭାରୁଚର ଜିଲ୍ଲାର ଜାମ୍ବୁସର ଅନ୍ତର୍ଗତ କାଭି ଗ୍ରାମରେ ଘଟିଛି । ୟାଶିନ ଏବଂ ନାଏମ ନାମକ ଦୁଇଜଣ ଯୁବକ ଭଦକୋଦରା ଗାଁର ଦୁଇ ଭଉଣୀଙ୍କୁ ଅପହରଣ କରି ଏକ ଫାର୍ମ ହାଉସକୁ ନେଇଯାଇଥିଲେ । ସେଠାରେ ତାଙ୍କୁ ଶାରୀରିକ ମାନସିକ ନିର୍ଯାତନା ଦେବା ସହ ଅଭିଯୁକ୍ତମାନେ ଉଭୟଙ୍କୁ ନିଶା ଇଞ୍ଜେକ୍ସନ ଦେଇଥିଲେ । ଉଭୟେ ଅଚେତ ଅବସ୍ଥାରେ ରହିଥିବାବେଳେ ଅଭିଯୁକ୍ତମାନେ ସେମାନଙ୍କ ସହ ଦୁଷ୍କର୍ମ କରିଥିଲେ । ପରେ ମାଜ ନାମକ ଜଣେ ଅଭିଯୁକ୍ତ ଏହି ଘଟଣାର ଭିଡିଓ କରିବା ସହ ସୋସିଆଲ ମିଡିଆରେ ଭାଇରାଲ କରିଥିଲା । ଏହି ସମୟରେ ଅନିସ ନାମକ ଜଣେ ଯୁବକ ଏହି ଅଭିଯୁକ୍ତଙ୍କୁ ସାହାଯ୍ୟ କରିଥିବା ଅଭିଯୋଗ ହୋଇଥିଲା । ଗତ ସୋମବାର ଦିନ ଦୁଇ ଭଉଣୀ ଥାନାକୁ ଆସି ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଅଭିଯୋଗ ଆଧାରରେ ଏକ ଦୁଷ୍କର୍ମ ମମଲା ରୁଜୁ କରି ଦୁଇ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ଏହି ଘଟଣାର ଅନ୍ୟ ଦୁଇ ଅଭିଯୁକ୍ତ ଫେରାଥିବା ସୂୂଚନା ମିଳିଛି । ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ।
ଏହା ପୂର୍ବରୁ....ଗାଜିଆବାଦରେ ଯୁବତୀଙ୍କୁ ଗଣଦୁଷ୍କର୍ମ, 3 ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ

ଦେଶରେ ଦିନକୁ ଦିନ ବଢ଼ିଚାଲିଛି ଦୁଷ୍କର୍ମ ଭଲି ମାମଲା । ନିକଟରେ ପ୍ରକାଶ ପାଇଛି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ପକ୍ଷରୁ 2022 ବର୍ଷରେ ଘଟିଥିବା ଅପରାଧିକ ରିପୋର୍ଟ ଜାରି କରାଯାଇଥିଲା । ଏଥିରେ ରାଜଧାନୀ ଦିଲ୍ଲୀ ମହିଳାମାନଙ୍କ ପାଇଁ ସବୁଠୁ ଅସୁରକ୍ଷିତ ସ୍ଥାନ ବୋଲି ଦର୍ଶାଯାଇଛି । 2022 ମସିହାରେ ଏଠାରେ ପ୍ରତିଦିନ 3ଟି ଦୁଷ୍କର୍ମ ମାମଲା ଦାୟର ହୋଇଥିଲା । ଯେଉଁଥିରେ ପୂର୍ବ ବର୍ଷ ଅପେକ୍ଷା ମହିଳାଙ୍କ ବିରୋଧରେ ଅପରାଧ 4 ପ୍ରତିଶତ ବୃଦ୍ଧି ପାଇଥିବା ଦର୍ଶାଯାଇଛି । 2022ରେ 4 ଲକ୍ଷ 45 ହଜାର 256 ଅପରାଧିକ ମାମଲା ଦାୟର ହୋଇଛି । ଏହା ସାରା ଦେଶରେ ପ୍ରମୁଖ ସହର ଓ ରାଜ୍ୟରେ ହୋଇଥିବା ଅପରାଧିକ ମାମଲାକୁ ନେଇ ଏହି ତଥ୍ୟ ଜାରି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details