ଥିରୁଅନନ୍ତପୁରମ: କେରଳର ଆଲପ୍ପୁଝାରେ ୨ ନେତାଙ୍କୁ ନିର୍ମମ ହତ୍ୟା । ଜଣଙ୍କୁ ଘରେ ପଶି ହତ୍ୟା କରାଯାଇ ଥିବାବେଳେ ଅନ୍ୟ ଜଣଙ୍କୁ ରାସ୍ତାରେ ହାଣିଛନ୍ତି ଦୁର୍ବୃତ୍ତ । ଆତତାୟୀଙ୍କ ଆକ୍ରମଣରେ ସୋସିଆଲ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆ (SDPI) ଏବଂ ଭାରତୀୟ ଜନତା ପାର୍ଟି (BJP)ର ଦୁଇ ରାଜ୍ୟସ୍ତରୀୟ ନେତାଙ୍କ ମୃତ୍ୟୁ ଘଟିଛି । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି ।
ପୋଲିସର କହିବା ଅନୁସାରେ, ଗତ୧୨ ଘଣ୍ଟା ମଧ୍ୟରେ ରାଜ୍ୟରେ ଦୁଇ ରାଜନେତାଙ୍କୁ ବିଭତ୍ସ ହତ୍ୟା କରାଯାଇଛି । ଆଜି ସକାଳେ OBC ବିଜେପି ନେତା ରଞ୍ଜିତ ଶ୍ରୀନିବାସଙ୍କ ଘରେ ପଶି କିଛି ଦୁର୍ବୃତ୍ତ ହତ୍ୟା କରିଛନ୍ତି । ଏହାପୂର୍ବରୁ ଗତକାଲି(ଶନିବାର) ବିଳମ୍ବିତ ରାତିରେ ସୋଶାଲ ଡେମୋକ୍ରାଟିକ ପାର୍ଟି ଅଫ୍ ଇଣ୍ଡିଆ(SDPI) ନେତା କେ ଏସ ଶାନ ବାଇକରେ ଯାଉଥିବା ସମୟରେ ପଛପଟୁ ଏକ କାର୍ ତାଙ୍କୁ ଧକ୍କା ଦେଇଥିଲା । ଏହାପରେ ସେ ରାସ୍ତାରେ ପଡିଯିବାରୁ କାରରୁ ଆସି କିଛି ଦୁର୍ବୃତ୍ତ ନିର୍ମମ ଭାବେ ତାଙ୍କୁ ହତ୍ୟା କରିଛନ୍ତି ।