ଓଡିଶା

odisha

ଆସାମରେ ପୁଣି ଦୁଇ ସନ୍ଦିଗ୍ଧ ଆତଙ୍କୀ ଗିରଫ

By

Published : Sep 12, 2022, 6:01 PM IST

ଆସାମରେ ପୁଣି ପୋଲିସ କବଜାରେ ଦୁଇ ସନ୍ଦିଗ୍ଧ ଆତଙ୍କୀ । ବାଂଲାଦେଶରୁ ଅପରେଟ ହେଉଥିବା ଆତଙ୍କୀ ସଂଗଠନ ABT ପାଇଁ କାର୍ଯ୍ୟ କରୁଥିବା ସୂଚନା ମିଳିବା ପରେ ଗିରଫ କଲା ପୋଲିସ (Two more terror suspects arrested in Assam)। ଜାରି ରହିଛି ତଦନ୍ତ । ଅଧିକ ପଢନ୍ତୁ

ଆସାମରେ ପୁଣି ଦୁଇ ସନ୍ଦିଗ୍ଧ ଆତଙ୍କୀ ଗିରଫ
ଆସାମରେ ପୁଣି ଦୁଇ ସନ୍ଦିଗ୍ଧ ଆତଙ୍କୀ ଗିରଫ

ଗୌହାଟୀ:ଆସାମରେ ପୁଣି ପୋଲିସ କବଜାରେ ଦୁଇ ସନ୍ଦିଗ୍ଧ ଆତଙ୍କୀ (Two more terror suspects arrested in Assam)। ଭାରତରେ ଆତଙ୍କବାଦୀ ଘୋଷିତ ମୌଳବାଦୀ ସଂଗଠନ ଅନସୁରହ୍ଲା ବାଂଲା ଟିମରେ (ABT) ଏମାନେ ସମ୍ପୃକ୍ତ ଥିବା ସୂଚନା ମିଳିବା ପରେ ଉଭୟଙ୍କୁ ଗିରଫ କିରଛି ଆସାମ ପୋଲିସ । ଗିରଫ ଦୁଇ ସନ୍ଦିଗ୍ଧ ମସାଦିକ ହୁସେନ ଓ ଇକ୍ରାମୁଲ ଇସଲାମ । ସେମାନେ ଆସାମର ନାଗନ ଜିଲ୍ଲାର (Nagaon district) ବାସିନ୍ଦା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ପୋଲିସ ସୂଚନା ଦେଇଛି । ଏବେ ଏମାନଙ୍କୁ ଜେରା ଜାରି ରହିଛି ।

ପ୍ରଦେଶ ପୋଲିସ ଦେଇଥିବା ସୂଚନା ଅନୁସାରେ, ଏହି ଦୁଇ ସନ୍ଦିଗ୍ଧ ବାଂଲାଦେଶରୁ ଅପରେଟ ହେଉଥିବା ଆତଙ୍କୀ ସଂଗଠନ ABT ସହ ଜଡିତ ଥିଲେ ଓ ସେଥିପାଇଁ କାର୍ଯ୍ୟ ମଧ୍ୟ ଜାରି ରଖିଥିଲେ (Two more terror suspects arrested in Assam)। ଗୁଇନ୍ଦା ସୂଚନା ମିଳିବା ପରେ ଏମାନଙ୍କ କାର୍ଯ୍ୟକଳାପ ଉପରେ ନଜର ରଖା ଯାଇଥିଲା । ଆଜି ଉଭୟଙ୍କୁ ଗିରଫ କରାଯାଇଛି । ଜେରା ଜାରି ରହିଥବାବେଳେ, ଅଧିକ ତଥ୍ୟ ହାସଲ କରିବା ପାଇଁ ପୋଲିସ ପ୍ରୟାସ କରୁଛି ।

ସ୍ଥାନୀୟ ପୋଲିସ ଏସ.ପି ଅପର୍ଣ୍ଣା.ଏନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, "ରାଜ୍ୟରେ ଜାରି ରହିଥିବା ଆତଙ୍କୀ ନିରୋଧୀ ମିଶନରେ ଏହି ସଫଳତା ପାଇଛି ପୋଲିସ । ପୂର୍ବରୁ ମଧ୍ୟ ଏହି ମିଶନକୁ ଏକାଧିକ ସଫଳତା ମିଳି ସାରିଛି । ଆସାମ ଏକ ସୀମାନ୍ତ ରାଜ୍ୟ ହୋଇଥିବା କାରଣରୁ ଏହାର ସୀମା ପଡୋଶୀ ବାଂଲାଦେଶକୁ ଲାଗିଛି । ଫଳରେ ବାଂଲାଦେଶରୁ ଅପରେଟ ହେଉଥିବା ଆତଙ୍କୀ ଗୋଷ୍ଠୀଗୁଡିକ ଆସାମରେ ସେମାନଙ୍କ ଜାଲ ବିଛାଇବାରେ ସଫଳ ହେଉଛନ୍ତି ।"

ଆସାମରେ କାର୍ଯ୍ୟକ୍ଷମ ଥିବା କିଛି ମଦ୍ରାସା ଉପରେ ମଧ୍ୟ ନଜର ରଖାଯାଇଛି । କିଛି ମଦ୍ରାସାକୁ ଆତଙ୍କୀ କାର୍ଯ୍ୟକଳାପ ପାଇଁ ବ୍ୟବହାର ହେଉଥିବା ସୂଚନା ମିଳିବା ପରେ ସ୍ଥାନୀୟ ପ୍ରଶାସନ ଏହାକୁ ଉଚ୍ଛେଦ କରିଥିଲା । ଆସାମ ପୋଲିସ ଜାରି ରଖିଥିବା ଅଭିଯାନରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୦ ରୁ ଅଧିକ ସନ୍ଦିଗ୍ଧ ଆତଙ୍କୀ ଗିରଫ ହୋଇ ସାରିଥିବା ମଧ୍ୟ ଆସାମ ପୋଲିସ ସୂଚନା ଦେଇଛି ।

ଏହା ମଧ୍ୟ ପଢନ୍ତୁ:-ଆସାମରେ 11 ସନ୍ଦିଗ୍ଧ ଗିରଫ, ବାଂଲାଦେଶର ଆତଙ୍କୀ ସଂଗଠନ ସହ ଥିଲେ ଜଡିତ

ଜୁଲାଇ ୨୮ତାରିଖରେ ବାଂଲାଦେଶୀ ଆତଙ୍କୀ ସଂଗଠନ ସହ ସମ୍ପୃକ୍ତି ଅଭିଯୋଗରେ ଆସାମରେ ଏକକାଳୀନ ୧୧ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଥିଲା ଆସାମ ପୋଲିସ । ଏହି ଅଭିଯୁକ୍ତମାନେ ବାଂଲାଦେଶରୁ ଅପରେଟ ହେଉଥିବା ଇସଲାମିକ ମୌଳବାଦୀ ଓ ଆତଙ୍କୀ ସଂଗଠନ ଅନସୁରୁହ୍ଲା ବାଂଲା ଟିମ (ABT) ଓ ଅଲ-କାଏଦା ଇନ ଇଣ୍ଡିଆନ ସବକଣ୍ଟିନେଟ (AQIS) ନାମକ ଦୁଇ ସଂଗଠନ ସହ ଜଡିତ ଥିବା ପ୍ରାଥମିକ ଭାବେ ସୂଚନା ମିଳିବା ପରେ ଗିରଫ ହୋଇଥିଲେ । ତେବେ କ୍ରମାଗତ ଭାବେ ଆସାମ ପୋଲିସ ସନ୍ଦିଗ୍ଧ ଆତଙ୍କୀଙ୍କୁ ଧରିବାରେ ସଫଳତା ପାଇବାରେ ଲାଗିଛି ।

ABOUT THE AUTHOR

...view details