ଶ୍ରୀନଗର:ଜମ୍ମୁ କାଶ୍ମୀର ସୋପିଆନ୍ ଜିଲ୍ଲା କାଞ୍ଚିଉଲାର (Kanjiular in Shopian)ରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଏଥିରେ ଦୁଇ ଲସ୍କର ଇ ତୋଇବା ଆତଙ୍କୀ ନିପାତ ହୋଇଛନ୍ତି । ଏନେଇ ଜମ୍ମୁ କାଶ୍ମୀର ଜୋନ ପୋଲିସ ପକ୍ଷରୁ ଟୁଇଟ ଯୋଗ ସୂଚନା ଦିଆଯାଇଛି ।
Shopian Encounter: ସେନା ଗୁଳିରେ ଦୁଇ ଲସ୍କର-ଇ-ତୋଇବା ଆତଙ୍କୀ ସଫା - ସୋପିଆନ ଏନକାଉଣ୍ଟର
ଜମ୍ମୁ କାଶ୍ମୀର ସୋପିଆନରେ ଏନକାଉଣ୍ଟର । ଏଥିରେ ଦୁଇ ଲସ୍କର ଇ ତୋଇବା ଆତଙ୍କୀ ନିପାତ ହୋଇଛନ୍ତି । ଅଧିକ ପଢନ୍ତୁ
ସୂଚନା ଅନୁସାରେ, ଜମ୍ମୁ କାଶ୍ମୀର ସୋପିଆନ ଏରିଆରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ କଡାକଡି କରିଥିଲା ସୁରକ୍ଷା ବଳ । ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହେବା ପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ସେନାର ଗୁଳିରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି ।
ତେବେ,ମୃତକ ଦୁଇ ଆତଙ୍କୀ (Lashkar-e-Taiba terrorists) ଲସ୍କର ଇ ତୋଏବାର ସକ୍ରିୟ ସଦସ୍ୟ ଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଚିହ୍ନଟ କରାଯାଇଛି । ମୃତ ଆତଙ୍କୀ ଜଣକ ହେଲା ଜୈନ ମହମ୍ମଦ ଲୋନ୍ (Jan Mohd Lone ) । ଯେକି ଗତ କିଛି ଦିନ ତଳେ କୁଲଗାମରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଆତଙ୍କୀମାନେ ଆକ୍ରମଣ କରି ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ତରେ ଜୈନ୍ ର ସମ୍ପୃକ୍ତ ଥିବା କହିଛନ୍ତି କାଶ୍ମୀର ଆଇଜି ବିଜୟ କୁମାର ।