ଓଡିଶା

odisha

ETV Bharat / bharat

କର୍ଣ୍ଣାଟକରେ ଚାଷୀ ପୁଅଙ୍କୁ ମିଳୁନି ଝିଅ, କୁମାରସ୍ୱାମୀ ଦେଲେ ବଡ ଅଫର୍ - କର୍ଣ୍ଣାଟକ ବିଧାନସଭା ନିର୍ବାଚନ

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ଜେଡିଏସର ବଡ ଘୋଷଣା । କ୍ଷମତାକୁ ଆସିଲେ କୃଷକ ଘରର ପୁଅକୁ ବିବାହ କଲେ ଯୁବତୀଙ୍କୁ ମିଳିବ 2 ଲକ୍ଷ ଟଙ୍କା ପ୍ରୋତ୍ସାହନ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Mar 11, 2023, 4:09 PM IST

Updated : Mar 11, 2023, 5:17 PM IST

ବେଙ୍ଗାଲୁରୁ: ପାଖେଇ ଆସୁଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନ । ଭୋଟ ହାତେଇବାକୁ ଭୋଟରଙ୍କୁ ଆକୃଷ୍ଟ କରୁଛନ୍ତି ପ୍ରତିଦ୍ବନ୍ଦ୍ୱୀ ଦଳର ନେତା । ଚଳିତ ନିର୍ବାଚନରେ ଯଦି ଜେଡିଏସ କ୍ଷମତାକୁ ଆସେ ତେବେ ଯେଉଁ ଝିଅ ମାନେ କୃଷକଙ୍କ ପୁଅମାନଙ୍କୁ ବିବାହ କରିବେ ତାଙ୍କୁ 2 ଲକ୍ଷ ଟଙ୍କା ପ୍ରୋତ୍ସାହନ ଦିଆଯିବ ବୋଲି ଘୋଷଣା କରିଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ।

ସେ କହିଥିଲେ ଯେ, ଜେଡିଏସ ହେଉଛି କୃଷକଙ୍କ ଦଳ । ରିଜୋନାଲ ପାର୍ଟି ବିନା ଗୋଟିଏ ରାଜ୍ୟର କେବେବି ବିକାଶ ହୋଇପାରିବ ନାହିଁ। ଯଦି ଆମ ଦଳ ଏଥର କ୍ଷମତାକୁ ଆସେ ତେବେ କୃଷକଙ୍କ ପୁଅମାନଙ୍କୁ ଯେଉଁ ଯୁବତୀ ବିବାହ କରିବେ ତାଙ୍କୁ 2 ଲକ୍ଷ ଟଙ୍କା ପ୍ରଦାନ କରାଯିବ ।

ହାସନ ଜିଲ୍ଲାର ଆରାସିକେରେ ଆୟୋଜିତ ହୋଇଥିବା ପଞ୍ଚରତ୍ନ ଯାତ୍ରା ସମ୍ମିଳନୀରେ ଗତକାଲି ସାମିଲ ହୋଇଥିଲେ କୁମାରସ୍ୱାମୀ। ଏଠାରେ ସେ କହିଥିଲେ ଯେ, କୃଷକଙ୍କ ପୁଅକୁ ଝିଅ ଦେବା ପାଇଁ କେହି ଇଚ୍ଛା ପ୍ରକାଶ କରୁନାହାନ୍ତି। ମୁଁ ଦେଖିଲି କୃଷି ସମ୍ପ୍ରଦାୟର ଅବିବାହିତ ଯୁବକମାନେ ବିବାହକରିବା ପାଇଁ ଚାମରାଜନଗର ଜିଲ୍ଲାର ମାଲେ ମହାଦେଶ୍ୱର ପାହାଡକୁ ଯାଇଥିଲେ। କୃଷକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ, ଆମ ପଞ୍ଚରତ୍ନ ଯାତ୍ରାରେ ଏହି ସମସ୍ୟାକୁ ଗୁରୁତ୍ବ ଦିଆଯାଇଛି। ଆମ ଦଳ କ୍ଷମତାକୁ ଆସିଲେ ଯେଉଁ ଯୁବତୀ ମାନେ କୃଷକ ଘରର ପୁଅମାନଙ୍କୁ ବିବାହ କରିବେ ସେମାନଙ୍କୁ 2 ଲକ୍ଷ ପ୍ରୋତ୍ସାହନ ରାଶି ଦେବା ପାଇଁ ଯୋଜନାକୁ କାର୍ଯ୍ୟକାରୀ କରାଯିବ।

ଆମେ କ୍ଷମତାରେ ଥାଉ ବା ନଥାଉ, ଆମେ ଦଳର କୌଣସି କର୍ମୀଙ୍କ ଉପରେ କେବେବି ଚାପ ପକାଇ ନାହୁଁ । ଏହା ସତ୍ୟ ଯେ ଆମ ଦଳରେ ଅର୍ଥର ଅଭାବ ରହିଛି। ମୁଁ ଗରିବ ଲୋକମାନଙ୍କର କଷ୍ଟକୁ ଅନୁଭବ କରିଛି। ମୁଁ ସେମାନଙ୍କ ଅସୁବିଧାକୁ ଦୂର କରିବା ପାଇଁ ପଞ୍ଚରତ୍ନ ଯାତ୍ରା କରୁଛି। ଏଥିସହ ବିଜେପି ଦଳକୁ ଟାର୍ଗେଟ କରି କେଉଁ କାରଣରୁ ଡବଲ୍ ଇଞ୍ଜିନ୍ ସରକାର ପୁଣିଥରେ ରାଜ୍ୟକୁ ଆସିବା ଉଚିତ୍ ବୋଲି ପ୍ରଶ୍ନ କରିଥିଲେ କୁମାରସ୍ବାମୀ ଜଳସେଚନ ଯୋଜନା କ’ଣ ହେଲା ଆପଣ ମାନେ ଜାଣନ୍ତି ।

ତେବେ ଏହା ପୂର୍ବରୁ ମଧ୍ୟ ବିଜେପିକୁ ଟାର୍ଗେଟ କରିଥିଲେ କୁମାରସ୍ବାମୀ । କର୍ଣ୍ଣାଟକବାସୀ ବିଜେପି ଉପରେ ଖୁସି ନାହାନ୍ତି । ବିଜେପି ସେମାନଙ୍କୁ ନିରାଶ କରିଛି । ଅମିତ ଶାହ ଓ ନରେନ୍ଦ୍ର ମୋଦି ଶହେ ଥର କର୍ଣ୍ଣାଟକ ଆସିଲେ ବି ବିଜେପି ଚଳିତ ଥର ଆସନ ଅକ୍ତିଆର କରିପାରିବ ନାହିଁ ବୋଲି କହିଥିଲେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି କୁମାରସ୍ବାମୀ ।

Last Updated : Mar 11, 2023, 5:17 PM IST

ABOUT THE AUTHOR

...view details