କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଥିବା ପର୍ଯ୍ୟଟନ ସ୍ଥଳୀ ଭିକ୍ଟୋରିଆ ମେମୋରିଆଲ ହଲ ଓ ଏହାର ପରିସରରେ ଡ୍ରୋନ ଉଡାଇବା ପଡିଲା ମହଙ୍ଗା । ଏଥିଲାଗି ୨ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି । ପୋଲିସ ଶୁକ୍ରବାର ଏ ନେଇ ସୂଚନା ଦେଇଛି । ସଂଗ୍ରହାଳୟର ସୁରକ୍ଷା ଦାୟିତ୍ବରେ ଥିବା କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CIPF) ହେଷ୍ଟିଂ ପୋଲିସ ଷ୍ଟେସନରେ ଏ ନେଇ ଅଭିଯୋଗ ହେବା ପରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ ।
Victorial Memorial ଉପରେ ଉଡିଲା ଡ୍ରୋନ, ୨ ବାଲାଂଦେଶୀ ପର୍ଯ୍ୟଟକ ଗିରଫ
କୋଲକାତା ଭିକ୍ଟୋରିଆ ମେମୋରିଆଲ ଉପରେ ଉଡିଲା ଡ୍ରୋନ । ବନ୍ଧା ହେଲେ ୨ ବାଂଲାଦେଶୀ ପର୍ଯ୍ୟଟକ । ଅଧିକ ପଢନ୍ତୁ
ଅଧିକାରୀଙ୍କ କହିବାନୁସାରେ ୨ ଜଣ ବାଂଲାଦେଶୀ ନାଗରିକଙ୍କୁ ଡ୍ରୋନ ଉଡ଼ାଇବାକୁ ଅନୁମତି ନଥିଲା । ଜଣେ ଅଧିକାରୀ କହିଛନ୍ତି ଯେ, "ଅଭିଯୁକ୍ତ ଭିକ୍ଟୋରିଆ ମେମୋରିଆଲର ଉତ୍ତର ପାର୍ଶ୍ବର ଗେଟ ନିକଟରେ ଏହି ଡ୍ରୋନର ବ୍ୟବହାର କରୁଥିଲେ । ସେମାନେ ସ୍ମାରକୀ ଓ ଏହାର ଆଖପାଖ ଅଞ୍ଚଳରେ ଫଟୋ ଉତ୍ତୋଳନ କରୁଥିଲେ । ସେଥିପାଇଁ ଏହି ୨ ବାଂଲାଦେଶୀ ଅଭିଯୁକ୍ତ ଆସନ୍ତା ଅଗଷ୍ଟ ୨୩ ତାରିଖ ପର୍ଯ୍ୟନ୍ତ ପୋଲିସ ହେପାଜତରେ ରହିବେ ।"
ଏହି ଅଭିଯୁକ୍ତ ବିମାନ ଅଧିନିୟମର ଉଲ୍ଲଘଂନ କରିଛନ୍ତି ବୋଲି ଅଧିକାରୀ କହିଛନ୍ତି । ଭିକ୍ଟୋରିଆ ମେମୋରିଆଲ ହଲ୍ ଓ ଏହାର ଆଖପାଖ ଅଞ୍ଚଳରେ ଡ୍ରୋନ ଉଡାଇବାରେ ପ୍ରତିବନ୍ଧକ ଲଗାଯାଇଛି । ଏହା ଡ୍ରୋନ ପ୍ରତିବନ୍ଧକ କ୍ଷେତ୍ର ଓ ସୁରକ୍ଷା କ୍ଷେତ୍ର ମଧ୍ୟରେ ଆସୁଛି । ତେବେ ସେମାନଙ୍କୁ ଅଧିକ ପଚରାଉଚରା କରାଯାଉଛି ।